Your Astrology Guru Lyrics
ଚେହେରା ଦେଖ ନା ପ୍ରିୟା
ହୃଦୟକୁ ମୋର ଦେଖ
Chehera dekha na priya Your Astrology Guru Lyrics
ଚେହେରା ଦେଖ ନା ପ୍ରିୟା
ହୃଦୟକୁ ମୋର ଦେଖ
ଚେହେରା ଦେଖ ନା ପ୍ରିୟା
ହୃଦୟକୁ ମୋର ଦେଖ
ଚେହେରାର ରଙ୍ଗ ବଦଳି ଯିବ
ହୃଦୟ ଯେମିତି ସେମିତି ଥିବ
ଭଲ ପାଇ ଥରେ ଦେଖ
ଚେହେରା ଦେଖ ନା ପ୍ରିୟା
ହୃଦୟକୁ ମୋର ଦେଖ
ଚେହେରା ଚମକେ ଚାନ୍ଦ ପରି ସିନା
ହେଲେ ସେ କେଇଟା ଦିନ
ହୃଦୟ ଏମିତି ଆକାଶ ଗୋ ପ୍ରିୟା
ସୀମା ତାର ସୀମାହୀନ
ଚେହେରା ଚମକେ ଚାନ୍ଦ ପରି ସିନା
ହେଲେ ସେ କେଇଟା ଦିନ
ହୃଦୟ ଏମିତି ଆକାଶ ଗୋ ପ୍ରିୟା
ସୀମା ତାର ସୀମାହୀନ
ଆଜିର ଚାନ୍ଦିନୀ କାଲି ନ ଥିବ
ଆକାଶ ଯେମିତି ସେମିତି ଥିବ
ଭଲ ପାଇ ଥରେ ଦେଖ
ଚେହେରା ଦେଖ ନା ପ୍ରିୟା
ହୃଦୟକୁ ମୋର ଦେଖ
ପ୍ରେମ ତ ମହକେ ପାରିଜାତ ପରି
ଜୀବନ ସରିବା ଯାଏ
ଭରସା ଦଉଚି ଭଲ ପାଏ ବୋଲି
ତେଣୁ ଏ ଗୀତ ମୁଁ ଗାଏ
ପ୍ରେମ ତ ମହକେ ପାରିଜାତ ପରି
ଜୀବନ ସରିବା ଯାଏ
ଭରସା ଦଉଚି ଭଲ ପାଏ ବୋଲି
ତେଣୁ ଏ ଗୀତ ମୁଁ ଗାଏ
ଆଜିର ଏ ରାତି କାଲି ନ ଥିବ
ମୋ ଗୀତ ଯେମିତି ସେମିତି ଥିବ
ଭଲ ପାଇ ଥରେ ଦେଖ
ଚେହେରା ଦେଖ ନା ପ୍ରିୟା
ହୃଦୟକୁ ମୋର ଦେଖ
ଚେହେରା ଦେଖ ନା ପ୍ରିୟା
ହୃଦୟକୁ ମୋର ଦେଖ
ଚେହେରାର ରଙ୍ଗ ବଦଳି ଯିବ
ହୃଦୟ ଯେମିତି ସେମିତି ଥିବ
ଭଲ ପାଇ ଥରେ ଦେଖ
ଚେହେରା ଦେଖ ନା ପ୍ରିୟା
ହୃଦୟକୁ ମୋର ଦେଖ
ଚେହେରା ଦେଖ ନା ପ୍ରିୟା
ହେ ହେ ହେ ହେ ହେ
Chehera dekha na priya Your Astrology Guru Lyrics in odia language
Thank You