Loading...

299 Big Street, Govindpur, India

Open daily 10:00 AM to 10:00 PM

ଦୈନିକ ରାଶିଫଳ: 04 ଜାନୁୟାରୀ ୨୦୨୧, ମହାଦେବଙ୍କ କୃପାରୁ ଆଜି ଏହି ସବୁ ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

୨୦୨୧ ମସିହା, ଜାନୁୟାରୀ ମାସ ୪ତାରିଖ, ସୋମବାର, ଧନୁ ମାସ ୨୧ଦିନ, ପୌଷମାସ, କୃଷ୍ଣପକ୍ଷ, ପଞ୍ଚମୀତିଥି, ସକାଳ ୭ଟା ୧୪ମିନିଟ୍ ଗତେ ଷଷ୍ଠୀ ତିଥି କ୍ଷୟ, ପୂର୍ବାଫାଲଗୁନୀ ନକ୍ଷତ୍ର, ସିଂହ ରାଶିରେ ଚନ୍ଦ୍ର। ମିଥୁନ ରାଶିର ଘାତବାର। କର୍କଟ, ମକର ରାଶିର ଘାତଚନ୍ଦ୍ର। ସକାଳ ୭ଟା ୧୪ମିନିଟ୍ ପରେ ପିତା ଜାତୀୟ ଦ୍ରବ୍ୟ ନ ଖାଇଲେ ଭଲ। ଶୁଭସମୟ- ପ୍ରାତଃ ୬ଟା ୨୭ମିନିଟ୍ ରୁ ୭ଟା ୪୬ମିନିଟ୍, ଦିବା ୯ଟା ୨୦ମିନିଟ୍ ରୁ ୧୧ଟା ୨୮ମିନିଟ୍, ରାତ୍ର ୭ଟା ୫୫ମିନିଟ୍ ରୁ ରାତ୍ର ୧୦ଟା ୧୨ମିନିଟ୍।

ମେଷ:-

ଉଚ୍ଚପଦସ୍ଥ କର୍ମକର୍ତ୍ତାମାନଙ୍କର କର୍ମଉପରେ ନଜର ପଡ଼ିପାରେ। ବ୍ୟବସାୟରେ ଲାଭ ହୋଇ ଧନ ବୃଦ୍ଧି ହେବ। ପ୍ରେମିକ ପ୍ରେମିକା ମାନଙ୍କର ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ। ରାଜନୀତି କ୍ଷେତ୍ରରେ ସହକର୍ମୀଙ୍କ ସହ ବୁଝାମଣା ଠିକ ରହିବା ଫଳରେ ସମ୍ମାନ ପ୍ରାପ୍ତି ହେବ। ଖେଳକୁଦ, ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳତା ମିଳିବ। ପରିବାର ସହିତ ଆଦର୍ଶଗତ ପାର୍ଥକ୍ୟ ବୃଦ୍ଧି ହୋଇପାରେ। ନିଜର ଶରୀର ପ୍ରତି ଧ୍ୟାନ ଦେବାକୁ ହେବ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ବୃଷ:-

ସ୍ୱାସ୍ଥ୍ୟଠାରୁ ଆରମ୍ଭ କରି ଧନ ପର୍ଯ୍ୟନ୍ତ ନିଜର ପରିସ୍ଥିତି ବହୁତ ଭଲ ହେବ। କର୍ମକ୍ଷେତ୍ରରେ ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବା ଫଳରେ ସହକର୍ମୀମାନଙ୍କର ସମର୍ଥନ ଏବଂ ଅଧସ୍ତନଙ୍କର ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ। ନୂତନ ବ୍ୟବସାୟ ଆରମ୍ଭ କରିପାରିବେ। ଯଦି ବିଦେଶ ଯିବା ପାଇଁ ଯୋଜନା କରୁଛନ୍ତି ତେବେ ବିଦେଶ ଯାତ୍ରା କରି ପାରିବେ। ଅଟକିଥିବା କାର୍ଯ୍ୟ ଗୁଡିକ ସଂପୂର୍ଣ୍ଣ କରି ପାରିବେ। ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

ମିଥୁନ:-

ଶିକ୍ଷା ଓ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ। କର୍ମକ୍ଷେତ୍ରରେ ପଦୋନ୍ନତି ହୋଇ ସ୍ଥାନ ପରିବର୍ତ୍ତନ ମଧ୍ୟ ହୋଇପାରେ। ଆର୍ଥିକ ଅବସ୍ଥା ମଜବୁତ ରହିବ। ମିତ୍ରଙ୍କ ଦ୍ଵାରା ସହାୟତା ମିଳିବ। ପ୍ରିୟଜନମାନେ ଆଗକୁ ବଢିବାରେ ସାହାଯ୍ୟ କରିବେ। ଜନସେବାରେ ନିଜକୁ ନିୟୋଜିତ କରିବେ। ବ୍ୟବସାୟ ସ୍ଥିତି ବହୁତ ଭଲ ରହିବ। ଛୋଟ କାମକୁ ବଡ କରିବାରେ ସାହାଯ୍ୟ ପାଇବେ। ଗୁରୁ ଗୁରୁଜନଙ୍କ ସହିତ ଭଲ ସମ୍ପର୍କ ରଖନ୍ତୁ, ନଚେତ୍ କଷ୍ଟସାଧ୍ୟ ହୋଇପାରେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କର୍କଟ:-

ସକାରାତ୍ମକ ପରିବର୍ତ୍ତନ ସମ୍ପର୍କୀୟମାନଙ୍କ ମଧ୍ୟରେ ସମ୍ପର୍କ ବଢାଇବାରେ ସାହାଯ୍ୟ କରିବ। ବରିଷ୍ଠବ୍ୟକ୍ତି ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଦୃଢୀଭୁତ ହେବ। ମାନ ସମ୍ମାନରେ ବୃଦ୍ଧି ହେବ। ଗୁରୁଜନଙ୍କ ସେବା ଓ ସହମତିରେ ଆଗକୁ ବଢିପାରିବେ। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ସରକାରୀ କାମରେ ସଫଳତା ପାଇବେ। ଆୟ ଉପାର୍ଜନ କ୍ଷେତ୍ରପ୍ରତି ସଙ୍କଟ ସୃଷ୍ଟି ହେବ ନାହିଁ। ଶାରୀରିକ ବା ମାନସିକ ସମସ୍ୟାର ସମ୍ମୁଖୀନ ହେବେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ସିଂହ:-

ସ୍ୱାସ୍ଥ୍ୟରେ ଉନ୍ନତି ହେବା ସହ ମାନସିକ ଶାନ୍ତି ପାଇବେ। ଅଫିସ୍ ରେ ଅଟକି ରହିଥିବା କାମଗୁଡ଼ିକ ସୁରୁଖୁରୁରେ ସମ୍ପନ୍ନ ହେବ। ନୂତନ ଗୃହମଧ୍ୟ ତିଆରି କରି ପାରିବେ।ଖେଳକୁଦ, ବାଦବିବାଦ, ମାଲିମକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳତା ମିଳିବ। ଭବିଷ୍ୟତ ପାଇଁ ଯୋଜନା କରି ଶକ୍ତି ଦ୍ଵାରା କାର୍ଯ୍ୟକୁ ପୂରଣ କରିବେ। ଶିକ୍ଷାକ୍ଷେତ୍ରରେ ସାହାଯ୍ୟ ସହଯୋଗ ପାଇ ବିଶ୍ଵାସ ଭାବନା ବହୁତ ଶକ୍ତିଶାଳୀ ହେବ। ସନ୍ତାନଙ୍କର ଶୁଭ ଫଳ ପ୍ରାପ୍ତି ହେବ। ପ୍ରତିକାର- ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ।

କନ୍ୟା:-

ଶାରୀରିକ କ୍ଷମତା ଓ ଶକ୍ତି ବୃଦ୍ଧି ହୋଇ ଧନ ପ୍ରାପ୍ତି ହେବ। ପିଲାମାନଙ୍କ ପାଇଁ ଯୋଜନା ପ୍ରସ୍ତୁତ କରି ବିଶେଷ ଯତ୍ନ ନେବା ଆବଶ୍ୟକ। ନୂତନ କର୍ମ ନିଯୁକ୍ତି ପାଇଁ ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ଯଶସ୍ୱୀ ହେବେ। ସ୍ଵପ୍ନ ସାକାର କରିବା ପାଇଁ ଶୀଘ୍ର ଯାତ୍ରା କରିବାକୁ ପଡିପାରେ। ବ୍ୟବସାୟରେ ଉନ୍ନତି ପାଇଁ ବହୁତ ପରିଶ୍ରମ କରିବାକୁ ହେବ। ଯେଉଁମାନେ ବିଦେଶରେ ରହି ପାଠ ପଢୁଛନ୍ତି ସେମାନେ ଟିକେ ସଚେତନ ରହିବା ଆବଶ୍ୟକ। ପ୍ରତିକାର- ପକ୍ଷୀଙ୍କୁ କିଛିଦାନା ଖାଇବାକୁ ଦିଅନ୍ତୁ।

ତୁଳା:-

କୌଣସି ନୂତନ କର୍ମ କରୁଥିଲେ ସେଥିରେ ବିଜୟୀ ହେବେ। କୌଣସି ସମାରୋହରେ ସମ୍ମିଳିତ ହେବାକୁ ପଡିପାରେ। କର୍ମସମ୍ବନ୍ଧିତ ଯାତ୍ରା କରିବାକୁ ପଡିପାରେ। ପ୍ରବାସରେ କେତେକ କ୍ଷେତ୍ରରେ ଲାଭବାନ୍ ହେବେ। ପାରିବାରିକ ଜୀବନ ଆନନ୍ଦମୟ ହେବ। ବ୍ୟବସାୟ କ୍ଷେତ୍ରରେ ପ୍ରସାର, ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ। ନିଜର ବୁଦ୍ଧି, ବିବେକ ଖଟାଇ ସମସ୍ୟାର ସମାଧାନ କରିପାରିବେ। ଆମୋଦ, ପ୍ରମୋଦ, ମନୋରଞ୍ଜନ, ଛୋଟ ବଡ଼ ମିଟିଂରେ ଯୋଗ ଦେବେ। ଆର୍ଥିକ ଉନ୍ନତି ଫଳରେ ଚିନ୍ତା କରିଥିବା କାର୍ଯ୍ୟ ପୂରଣ ହୋଇ ପାରିବ। ବିଦ୍ୟାରେ ଉନ୍ନତି କରିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବିଚ୍ଛା:-

ସାଂସାରିକ ଜୀବନରେ ଉନ୍ନତିର ମାର୍ଗ ପ୍ରଶସ୍ତ ହେବ। ମହତ୍ଵପୂର୍ଣ୍ଣ କାର୍ଯ୍ୟକ୍ରମରେ ସୁଖ ପ୍ରାପ୍ତି ହେବ। ଭୋଗ ବିଳାସ ଓ ଆନନ୍ଦମୟ ମୂହୁର୍ତ୍ତ ସାଙ୍ଗକୁ ଗୃହ ସୁଖ ମିଳିବ। ବାଦବିବାଦ, ଖେଳକୁଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ। ସ୍ୱାସ୍ଥ୍ୟ ଭଲ ରହିବ। ଶତୃଙ୍କ ଠାରୁ ସାହାଯ୍ୟ ପାଇବେ। ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବା ସହ ଦାମ୍ପତ୍ୟ ସୁଖରେ ଶାନ୍ତି ମିଳିବ। କାର୍ଯ୍ୟ କ୍ଷେତ୍ରରେ ଲାଭ ଉଠେଇବେ। ଛାତ୍ରଛାତ୍ରୀମାନେ ଆଶା ପୂରଣ କରିପାରିବେ। ପ୍ରତିକାର- ତୁଲସୀ ମୂଳ ମାଟି ଧାରଣ କରନ୍ତୁ।

ଧନୁ:-

ସାମାଜିକ ସ୍ଥିତି ଓ ମାନସମ୍ମ।ନ ବଜାୟ ରହିବ। ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ସଫଳ ହେବେ। ବ୍ୟବସାୟ ପାଇଁ ଭ୍ରମଣ କରିବା ଫଳରେ ବିଶେଷ ଲାଭାନ୍ଵିତ ହେବେ। ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ। ବନ୍ଧୁଙ୍କ ସହ ଭୁଲ୍ ବୁଝାମଣାର ନିରାକରଣ ହେବ। ପ୍ରେମିକ ପ୍ରେମିକାମାନଙ୍କର ବସ୍ତ୍ରଆଭୂଷଣ ଆଦି ଲାଭ ହେବ। ଧାର୍ମିକ ସାହିତ୍ୟ ପଢିବା ପାଇଁ ରୁଚି ବୃଦ୍ଧି ହେବ। ଦୂରଯାତ୍ରା କରି ହଇରାଣ ହରକତ ହେବାକୁ ପଡି ପାରେ। ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।

ମକର:-

ଶିକ୍ଷାର୍ଥୀମାନେ ଅଧିକ ଭାଗ୍ୟବାଦି ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ। ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢେଇବ। ବ୍ୟବସାୟରେ ଆଶାଜନକ ଫଳପ୍ରାପ୍ତି ହେବ। ବନ୍ଧୁ ମିଳନ ତୀର୍ଥ ଭ୍ରମଣ ଓ ସାଂସ୍କୃତିକ ତଥା ସାମାଜିକ କାର୍ଯ୍ୟରେ ଭାଗନେବେ। ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟରେ ଗତି କରିବା ସାଙ୍ଗକୁ ପାରିବାରିକ ଦୁଶ୍ଚିନ୍ତାରେ ମାନସିକ ଅଶାନ୍ତି ଦେଖାଦେବ। ଶତୃମାନଙ୍କ ଠାରୁ ସତର୍କ ରହିବା ଉଚିତ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କୁମ୍ଭ:-

ବ୍ୟବସାୟରେ ଭାଗୀଦାରମାନଙ୍କ ସହ ମତାନ୍ତର ମେଣ୍ଟିଯିବ ଓ ଦୂରଯାତ୍ରା କରିବା ଦ୍ଵାରା ବହୁତ ଲାଭ ମିଳିବ। ବିବାଦମୁକ୍ତ ନିରୁପଦ୍ରବ ଜୀବନଚର୍ଯ୍ୟା ମଧ୍ୟେ ସମୟ ବିତିବ ଓ ଅର୍ଥାଗମ ଦିଗ ଖୋଲା ରହିବ। ମାଲିମୋକଦ୍ଦମାରେ ସଫଳତା ମିଳିବ। ବନ୍ଧୁଙ୍କ ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢି ପାରିବେ। ପରିବାର ଜନଙ୍କ ସମ୍ବନ୍ଧିତ କୌଣସି ଶୁଭ ସମାଚାର ଶୁଣିବେ। ଯେ କୌଣସି କାର୍ଯ୍ୟରେ ହାତଦେଲେ ସଫଳହେବେ। ନୂଆକାମ ନୂଆପ୍ରେରଣା ଦେବ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

ମୀନ:-

ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବା ସହ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ଅଚାନକ ଧନ ପ୍ରାପ୍ତି ହେବା ଫଳରେ ଭବିଷ୍ୟତ ପାଇଁ ଯୋଜନାକରି ପୁଞ୍ଜି ନିବେସ କରିବେ। ଉଚ୍ଚାଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କସହ ସୁସମ୍ପର୍କ ଫଳରେ କର୍ମୋ ନ୍ନତିର ସୂଚନା ପାଇବେ। କେତେକ କ୍ଷେତ୍ରରେ କର୍ତ୍ତବ୍ୟନିଷ୍ଠ, ଉଦ୍ୟମୀ, ଦକ୍ଷ, ଜନପ୍ରିୟ, ସିଦ୍ଧହସ୍ତା ବ୍ୟକ୍ତିରୁପେ ପ୍ରଶଂସା ପାଇବେ। କୋର୍ଟ କଚେରୀ ମାମଲା ଓ ମାଲିମୋକଦ୍ଦମାରେ ସମ୍ମାନ, ପ୍ରତିଷ୍ଠା ଅତୁଟ ରହିବ। ପ୍ରତିକାର- ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ।

Jyotirbid D℞ CPPattnaik
House-299, Govindpur, Odisha, India

For personalized consultation and appointment,
You can connect on WhatApp @ 9179179456
For more information
Visit us: https://yourastrologyguru.com
Get solution to all your problems by analyzing your birth chart,
Without Calling for appointment -or Now Use only Whatsapp to Book for your Kundali Report Analysis

Leave a Comment

Item added to cart.
0 items - 0.00