Table of Contents
Your Astrology Guru Lyrics
ଦର୍ଶନ ଦିଅ ହେ ପ୍ରଭୁ କଳା ସାଆନ୍ତ
ନାଗାର୍ଜୁନ ବେଶ ତୁମ ଦେଖୁ ଜଗତ
Darsana Dia He Prabhu Your Astrology Guru Lyrics In Odia Font
ଦର୍ଶନ ଦିଅ ହେ ପ୍ରଭୁ କଳା ସାଆନ୍ତ
ନାଗାର୍ଜୁନ ବେଶ ତୁମ ଦେଖୁ ଜଗତ
ଦର୍ଶନ ଦିଅ ହେ ପ୍ରଭୁ କଳା ସାଆନ୍ତ
ନାଗାର୍ଜୁନ ବେଶ ତୁମ ଦେଖୁ ଜଗତ
ଦେଲ ନାହିଁ ଦୁଇ ଆଖି
କଲ ମୋତେ ମହା ଦୁଃଖୀ
ଜଗତ ଦେଖିଲେ ସୁଖୀ ହେବି ହେ ନାଥ
ଦର୍ଶନ ଦିଅ ହେ ପ୍ରଭୁ କଳା ସାଆନ୍ତ
ନାଗାର୍ଜୁନ ବେଶ ତୁମ ଦେଖୁ ଜଗତ
ନାଗାର୍ଜୁନ ବେଶ ତୁମ ଦେଖୁ ଜଗତ
ଜନମରୁ ଜଗନ୍ନାଥ କଲ ଦୃଷ୍ଟିହୀନ
ତଥାପି ମୁଁ କରିନାହିଁ କେବେ ଅଭିମାନ
ତ୍ରାହି ତ୍ରାହି ଡାକେ ଆଜି ତୁମରି ଭକତ
ତୁମ ରୂପ ଦର୍ଶନରୁ ନହେଉ ବଞ୍ଚିତ
ଖୋଲି ଦିଅ ସିଂହ ଦ୍ୱାର
ଦୁଃଖୀ ଦୁଃଖ ହେଉ ଦୂର
ଯୁଗେ ଯୁଗେ ଜଗନ୍ନାଥ ତୁମେ ହିଁ ସତ
ଦର୍ଶନ ଦିଅ ହେ ପ୍ରଭୁ କଳା ସାଆନ୍ତ
ନାଗାର୍ଜୁନ ବେଶ ତୁମ ଦେଖୁ ଜଗତ
କେତେ ଦିନ କଳା ଦିଅଁ କବାଟ କିଳିବ
ଭକ୍ତ ବିନା ତୁମେ ପ୍ରଭୁ ରହି କି ପାରିବ
ଦେଖି ପାରିବିନି ସିନା ବେଶ ନାଗାର୍ଜୁନ
ଗାଉଚି ମୁଁ ଗାଉଥିବି ତୁମରି ଭଜନ
କରିବନି ମତେ ପର
ତୁମେ ମୋର ମୁଁ ତୁମର
ତୁମ ନାମ ତୁଣ୍ଡେ ଧରି ଚାଲିବି ବାଟ
ଦର୍ଶନ ଦିଅ ହେ ପ୍ରଭୁ କଳା ସାଆନ୍ତ
ନାଗାର୍ଜୁନ ବେଶ ତୁମ ଦେଖୁ ଜଗତ
ଦେଲ ନାହିଁ ଦୁଇ ଆଖି
କଲ ମୋତେ ମହା ଦୁଃଖୀ
ଜଗତ ଦେଖିଲେ ସୁଖୀ ହେବି ହେ ନାଥ
ଦର୍ଶନ ଦିଅ ହେ ପ୍ରଭୁ କଳା ସାଆନ୍ତ
ନାଗାର୍ଜୁନ ବେଶ ତୁମ ଦେଖୁ ଜଗତ
ନାଗାର୍ଜୁନ ବେଶ ତୁମ ଦେଖୁ ଜଗତ
ନାଗାର୍ଜୁନ ବେଶ ତୁମ ଦେଖୁ ଜଗତ
Darsana Dia He Prabhu Your Astrology Guru Lyrics In Odia Language
Thank You