Your Astrology Guru Lyrics
Dhika Jibana Ta Sei Your Astrology Guru Lyrics In Odia Language
ଯିଏ ପ୍ରଭୁ ନାମ ଧରେ ନାହିଁ
ଧିକ ଜୀବନ ତ ସେଇ
ଯିଏ ପ୍ରଭୁ ନାମ ଧରେ ନାହିଁ
ସେ ଜୀବନେ କିଛି ମାନେ ନାହିଁ
ସେ ଜୀବନେ କେବେ ମୋକ୍ଷ ନାହିଁ
ସେ ଜୀବନେ କିଛି ମାନେ ନାହିଁ
ସେ ଜୀବନେ କେବେ ମୋକ୍ଷ ନାହିଁ
ଯହିଁ ଜଗା ବାହୁ ଛାଇ ନାହିଁ
ଧିକ ଜୀବନ ତ ସେଇ
ଯିଏ ପ୍ରଭୁ ନାମ ଧରେ ନାହିଁ
ଧିକ ଜୀବନ ତ ସେଇ
ଯିଏ ପ୍ରଭୁ ନାମ ଧରେ ନାହିଁ
ରସନା ବାସନା ଶ୍ରବଣ ରମଣ
ଏତ ପଶୁ ତୁଲ୍ୟ କର୍ମ
ମଣିଷ ଜୀବନ ପାଇଛୁ ଯଦି ତୁ
କରି ଯାଆ କିଛି ପୁଣ୍ୟ
ଓ..ରସନା ବାସନା ଶ୍ରବଣ ରମଣ
ଏତ ପଶୁ ତୁଲ୍ୟ କର୍ମ
ମଣିଷ ଜୀବନ ପାଇଛୁ ଯଦି ତୁ
କରି ଯାଆ କିଛି ପୁଣ୍ୟ
ଏଇ ମାଟି ଦେହ ବଉଳା ଗାଈ
ଯୋଉଠୁ ଆସିଚି ଯିବ ପଳେଇ
ଏଇ ମାଟି ଦେହ ବଉଳା ଗାଈ
ଯୋଉଠୁ ଆସିଚି ଯିବ ପଳେଇ
ତୋ ସାଥିରେ ଯିବେନି କେହି
ଧିକ ଜୀବନ ତ ସେଇ
ଯିଏ ପ୍ରଭୁ ନାମ ଧରେ ନାହିଁ
ଧିକ ଜୀବନ ତ ସେଇ
ଯିଏ ପ୍ରଭୁ ନାମ ଧରେ ନାହିଁ
ଆଜି ମରିଗଲେ କାଲିକି ଦି ଦିନ
ତତେ ସବୁ ଭୁଲି ଯିବେ
ସାତ ପୁରୁଷର ଗଣ୍ଠି ଧନ ତୋର
ବାଣ୍ଟି କୁଣ୍ଟି ନେଇ ଯିବେ
ହୋ…ଆଜି ମରିଗଲେ କାଲିକି ଦି ଦିନ
ତତେ ସବୁ ଭୁଲି ଯିବେ
ସାତ ପୁରୁଷର ଗଣ୍ଠି ଧନ ତୋର
ବାଣ୍ଟି କୁଣ୍ଟି ନେଇଯିବେ
ପାପ କଲେ ନର୍କ ଏଠି ଭୋଗିବୁ
ପୁଣ୍ୟ କଲେ ପ୍ରଭୁ ପାଖେ ରହିବୁ
ପାପ କଲେ ନର୍କ ଏଠି ଭୋଗିବୁ
ପୁଣ୍ୟ କଲେ ପ୍ରଭୁ ପାଖେ ରହିବୁ
ତୋର ଆନ ଗତି କିଛି ନାହିଁ
ଧିକ ଜୀବନ ତ ସେଇ
ଯିଏ ପ୍ରଭୁ ନାମ ଧରେ ନାହିଁ
ଧିକ ଜୀବନ ତ ସେଇ
ଯିଏ ପ୍ରଭୁ ନାମ ଧରେ ନାହିଁ
ସେ ଜୀବନେ କିଛି ମାନେ ନାହିଁ
ସେ ଜୀବନେ କେବେ ମୋକ୍ଷ ନାହିଁ
ସେ ଜୀବନେ କିଛି ମାନେ ନାହିଁ
ସେ ଜୀବନେ କେବେ ମୋକ୍ଷ ନାହିଁ
ଯହିଁ ଜଗା ବାହୁ ଛାଇ ନାହିଁ
ଧିକ ଜୀବନ ତ ସେଇ
ଯିଏ ପ୍ରଭୁ ନାମ ଧରେ ନାହିଁ
ଧିକ ଜୀବନ ତ ସେଇ
ଯିଏ ପ୍ରଭୁ ନାମ ଧରେ ନାହିଁ








