Your Astrology Guru Lyrics
ଦୀନବନ୍ଧୁ ହେ କୃପାସିନ୍ଧୁ ହେ
ଆଉ ତୁମ ପରି କିଏ ହବ
dinabandhu he Your Astrology Guru Lyrics in odia language
ଦୀନବନ୍ଧୁ ହେ କୃପାସିନ୍ଧୁ ହେ
ଆଉ ତୁମ ପରି କିଏ ହବ
ବଡ ଦିଅଁ ହେ କଳା ମୁହଁ ହେ
ସବୁ ଅଭାବରେ ତୁମେ ଭାବ
ଯେତିକି ଦେଖୁଚି ସେତିକି ବଢ଼ୁଚି
ତୁମକୁ ଦେଖିବା ଲୋଭ
ଦୀନବନ୍ଧୁ ହେ କୃପାସିନ୍ଧୁ ହେ
ଆଉ ତୁମ ପରି କିଏ ହବ
ବଡ ଦିଅଁ ହେ କଳା ମୁହଁ ହେ
ସବୁ ଅଭାବରେ ତୁମେ ଭାବ
ଯେତିକି ଦେଖୁଚି ସେତିକି ବଢ଼ୁଚି
ତୁମକୁ ଦେଖିବା ଲୋଭ
ଗରିବର ତୁମେ ସୁନା ସିନ୍ଦୁକ
ସିନ୍ଦୁକ ଭିତରେ ମୋତି ମାଣିକ
ହାଁ ଗରିବର ତୁମେ ସୁନା ସିନ୍ଦୁକ
ସିନ୍ଦୁକ ଭିତରେ ମୋତି ମାଣିକ
ଭକତର ତୁମେ ଗଳାର ମାଳି
ଅନ୍ଧର ଲଉଡ଼ି ଧନ ଶଙ୍ଖାଳି
ଧନମଣି ହେ ଗୁଣମଣି ହେ
ଏଇ ଜଡ ଦେହେ ତୁମେ ଜୀବ
କ୍ଷେତ୍ରବାସୀ ହେ କଳାଶଶୀ ହେ
ତୁମେ ଚାହିଁଦେଲେ ଦୁଃଖ ଯିବ
ତୁମ ସୁମରଣା କଲେ ହେ ମଣିମା
ସବୁ ଅନୁକୁଳ ଶୁଭ
ଦୀନବନ୍ଧୁ ହେ କୃପାସିନ୍ଧୁ ହେ
ଆଉ ତୁମ ପରି କିଏ ହବ
ବଡ ଦିଅଁ ହେ କଳା ମୁହଁ ହେ
ସବୁ ଅଭାବରେ ତୁମେ ଭାବ
ଯେତିକି ଦେଖୁଚି ସେତିକି ବଢ଼ୁଚି
ତୁମକୁ ଦେଖିବା ଲୋଭ
ମଣିଷ ଜୀବନ ପାଣି ଫୋଟକା
ଆସିଚି ଏକା ମୁଁ ଯିବି ତ ଏକା
ମଣିଷ ଜୀବନ ପାଣି ଫୋଟକା
ଆସିଚି ଏକା ମୁଁ ଯିବି ତ ଏକା
କେବେ ଖରା ଏଠି କେବେ ବରଷା
ଖରା ବରଷାରେ ତୁମେ ଭରଷା
କଳାହରି ହେ ଚକ୍ରଧାରି ହେ
ତୁମ ଚକ୍ର ତଳେ ରଖିଥିବ
ଦାରୁବ୍ରହ୍ମ ହେ ପରଂବ୍ରହ୍ମ ହେ
ତୁମ ଚରଣରେ ଜାଗା ଦବ
ଛନ୍ଦା ଚରଣରେ ବନ୍ଧା ପଡିଗଲେ
ବୈକୁଣ୍ଠ ହୁଏ ଲାଭ
ଦୀନବନ୍ଧୁ ହେ କୃପାସିନ୍ଧୁ ହେ
ଆଉ ତୁମ ପରି କିଏ ହବ
ବଡ ଦିଅଁ ହେ କଳା ମୁହଁ ହେ
ସବୁ ଅଭାବରେ ତୁମେ ଭାବ
ଯେତିକି ଦେଖୁଚି ସେତିକି ବଢ଼ୁଚି
ତୁମକୁ ଦେଖିବା ଲୋଭ
dinabandhu he krupasindhu he Your Astrology Guru Lyrics in odia language
Thank You