Loading...

299 Big Street, Govindpur, India

Open daily 10:00 AM to 10:00 PM

ଏହି ୫ଟି ଭୁଲ୍ କାମ କଲେ ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ କେବେ ଆସିବେ ନାହିଁ, କଣ ଆପଣ କରୁଛନ୍ତି ଏହି ଭୁଲ?

ଧନ ଗୋଟେ ଏମିତି ଜିନିଷ ଯାହା ବିନା ମଣିଷ ଚାଲିବା ବହୁତ ମୁସ୍କିଲ ହୋଇଥାଏ । ଆଜିକା ସମୟରେ ତ ଘରୁ ପାଦ କାଢିଲେ ଟଙ୍କାର ଆବଶ୍ୟକତା ରହିଛି । ତେବେ ସଂସାରରେ ବହୁତ ଲୋକ ଅଛନ୍ତି ଯେଉଁମାନେ ଯେତେ ଚେଷ୍ଟା କଲେ ମଧ୍ୟ ଧନ ସଞ୍ଚୟ କରି ପାରୁନାହାନ୍ତି । ରୋଜଗାର ଠିକ ଥାଇ ମଧ୍ୟ ଧନର ଅଭାବ ଲାଗି ରହୁଛି । ତେବେ ସେହିଭଳି କାହିଁକି ହୁଏ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଓ କେମିତି ସେଥିରୁ ମୁକ୍ତି ପାଇବେ ସେ ବିଷୟରେ ମଧ୍ୟ ଆମେ କହିବୁ ।

ମାତା ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ । ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ପ୍ରକାରର ପ୍ରତିକାର କରାଯାଉଛି । କିନ୍ତୁ ଅନେକ ଥର ଅଜାଣତରେ ଏପରି ଭୁଲ କାମ କରିଥାନ୍ତି, ଯେଉଁଥିପାଇଁ ଧନ ଦେବୀ ମାତା ଲକ୍ଷ୍ମୀ ଘରେ ପ୍ରବେଶ କରନ୍ତି ନାହିଁ । ଆସନ୍ତୁ ଜାଣିବା ଏହି ୫ଟି ଭୁଲ କାମ ବିଷୟରେ ।

ଯଦି ଆପଣ ଏହି ୫ଟି ଭୁଲ୍ କାମ କରୁଛନ୍ତି ତେବେ ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ କେବେ ପ୍ରବେଶ କରିବେ ନାହିଁ ।

ମଇଳା ପୋଷାକ । ଯେଉଁ ଘରର ବ୍ୟକ୍ତିମାନେ ସର୍ବଦା ମଇଳା ବସ୍ତ୍ର ପିନ୍ଧନ୍ତି ଓ ଅପରିଷ୍କାର ଢଙ୍ଗରେ ବାସ କରନ୍ତି ସେହି ଘରେ ମାତା ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ ।

କ୍ରୋଧ ଭାବ- ଯେଉଁ ବ୍ୟକ୍ତିମାନେ ନିଜର ଲୋକଙ୍କ ସହିତ କ୍ରୋଧ ଭାବ କରେ ଓ ସର୍ବଦା କଳି ଝଗଡା କରନ୍ତି ତେବେ ସେହି ଘରେ ମାତା ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ ।

ଦୀପ – ଯେଉଁ ଘରେ ସକାଳେ ଓ ସନ୍ଧ୍ୟା ସମୟରେ ପୂଜା କରି ଧୂପ ଦୀପ ଦେଇ ଆଳତି କରାଯାଏ ନାହିଁ ସେହି ଗୃହରେ ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ ।

ଅସମ୍ମାନ – ଯେଉଁଠାରେ ଗୁରୁ ଗୁରୁଜନ, ସାଧୁ ସନ୍ଥ ଓ ଶାସ୍ତ୍ର ପୁରାଣ ପ୍ରତି ଅସମ୍ମାନ କରାଯାଏ ସେହି ଗୃହରେ ଦେବୀ ଲକ୍ଷ୍ମୀ କେବେବି ସେଠାରେ ବାସ କରନ୍ତି ନାହିଁ ।

ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ଶୋଇବା – ଶାସ୍ତ୍ରରେ କୁହାଯାଇଛି ଯେ ସୂର୍ଯ୍ୟୋଦୟ ପରେ ଓ ସୂର୍ଯ୍ୟାସ୍ତ ସମୟରେ ଶୋଇବା ନିଷେଧ ଅଟେ । ଏହି ସମୟରେ ଶୋଇଲେ ଦେବୀ ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Comment

Item added to cart.
0 items - 0.00