Loading...

299 Big Street, Govindpur, India

Open daily 10:00 AM to 10:00 PM

ହିନ୍ଦୁମାନେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ପାଳନ କରୁଥିବା 16 ସଂସ୍କାର କଣ ? Garuda Purana

ନମସ୍କାର ବନ୍ଧୁଗଣ । ଆମ ହିନ୍ଦୁ ଧର୍ମରେ ମଣିଷର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ୧୬ ଟି କର୍ମ ବିଷୟରେ ଲେଖା ଯାଇଅଛି । ଏହି ୧୬ କର୍ମକୁ ୧୬ ସଂସ୍କାର କୁହା ଯାଇଥାଏ । ଏହି ସଂସ୍କାର ଏକ ନିଶ୍ଚିତ ସମୟରେ କରାଯାଇଥାଏ । ଏହା ଏକ ଶିଶୁ ଜନ୍ମ ହେବା ପୂର୍ବରୁ ହୋଇଥାଏ । ଯଦି ମଣିଷ ଏହି ସଂସ୍କାର ସହିତ ଜୀବନ ଅତିବାହିତ କରିଥାନ୍ତି ତାହାଲେ ସେ ଜୀବନରେ ବହୁତ ସୁଖ ରେ ଜୀବନ ଅତିବାହିତ କରିଥାନ୍ତି । ଯଦି କୌଣସି ବ୍ୟକ୍ତି ଏହି ସଂସ୍କାରକୁ ମାନେ ନାହିଁ ତାହାଲେ ସେ ତାହା ଜୀବନରେ ବହୁତ ଦୁଖ କଷ୍ଟ ଭୋଗ କରିଥାଏ । ଏହା କି ସଂସ୍କାର ଅଟେ ଯାହାକୁ ସବୁ ହିନ୍ଦୁ ଧର୍ମର ମଣିଷ ମାନିବା ଉଚିତ ଅଟେ । ଆସନ୍ତୁ ଜାଣିବା ଏହା ବିଷୟରେ ।


୧ ରେ ଗର୍ଭ ଧାରଣ ସଂସ୍କାର – ସ୍ତ୍ରୀ ଏବଂ ପୁରୁଷର ମିଳନକୁ ଗର୍ଭ ଧାରଣ ସଂସ୍କାର କୁହାଯାଇଥାଏ । ଗର୍ଭ ଧାରଣ ସମୟରେ ସ୍ତ୍ରୀ ଏବଂ ପୁରୁଷ ତାଙ୍କର ମନ ଏବଂ ଶରୀର ପ୍ରସନ୍ନ ହବା ଦରକାର । ସ୍ତ୍ରୀକୁ ଉତ୍ତମ ଭୋଜନ କରିବା ନିହାତି ଦରକାର । ତାଙ୍କର ମନ ସର୍ବଦା ପ୍ରସନ୍ନ ରହିବା ଦରକାର ଏହା ରହିବା ଦ୍ଵାରା ଏକ ଉତ୍ତମ ସନ୍ତାନ ଜନ୍ମ ଗ୍ରହଣ କରିଥାଏ ।

୨ରେ ପାଂସବନ ସଂସ୍କାର – ଏହି ସଂସ୍କାର ଗର୍ଭ ଧାରଣର ୩ ରୁ ୪ ମାସ ପରେ କାରାଯାଇଥାଏ । ଏହା ଗର୍ଭରେ ବଢୁଥିବା ଶିଶୁର ଯତ୍ନ ପାଇଁ କରାଯାଇଥାଏ । ଏହି ସଂସ୍କାର ଏକ ଭଲ ଏବଂ ଗୁଣବାନ ଶିଶୁ କୁ ଜନ୍ମ ହବା ପାଇଁ କରାଯାଇଥାଏ । ୩ରେ ଶିମୋତନ୍ନୟନ ସଂସ୍କାର – ଏହି ସଂସ୍କାର ଗର୍ଭ ଧାରଣର ୬ ମାସ ପରେ କରାଯାଇଥାଏ ।


କାରଣ ୬ ମାସ ପରେ ଏକ ଶିଶୁକୁ ଶିଖିବାର ସମୟ ଆସିଥାଏ । ଏହି ସଂସ୍କାରରେ ଏକ ମହିଳା ନିଜର ଆଚାର ବ୍ୟବହାର ଠିକ କରିବା ଦରକାର ଅଟେ । ୪ ରେ ଜାତକର୍ମ ସଂସ୍କାର – ଏହି ସଂସ୍କାର ଏକ ଶିଶୁର ଜନ୍ମ ପରେ କଲେ ଶିଶୁର ଗର୍ଭ ଧାରଣ ସମୟରେ ଯେଉଁ ଦୋଷ ଥାଏ ତାହା ସବୁ ନଷ୍ଟ ହୋଇଯାଇଥାଏ ।

ନାଭି କାଟିବା ପୂର୍ବରୁ ଶିଶୁକୁ ସୁନାର ଚାମୁଚିରେ ଘିଅ ଚଟେଇବେ ଏହା କରିବା ଦ୍ଵାରା ଶିଶୁର ବୁଦ୍ଧି ହୋଇଥାଏ । ୫ରେ ନାମକରଣ ସଂସ୍କାର – ଜନ୍ମର ୧୧ ଦିନ ନାମ କରଣ ସଂସ୍କାର କରାଯାଇଥାଏ । ଶିଶୁର ନାମକରଣ କରାଯାଇଥାଏ ଓ ଗୁରୁଜନମାନେ ଶିଶୁକୁ ଆଶ୍ରିବାଦ କରିଥାନ୍ତି । ୬ରେ ନିଶୁକର୍ମଣ ସଂସ୍କାର- ଏହି ସଂସ୍କାର ଶିଶୁର ୧୪ ମାସରେ କରାଯାଇଥାଏ ।


ଏଥିରେ ସୂର୍ଯ୍ୟଙ୍କୁ ପୂଜା କରି ଶିଶୁକୁ ଦର୍ଶନ କରାଯାଇଥାଏ । ୭ ରେ ଅନ୍ନ ପ୍ରସନ୍ନ ସଂସ୍କାର – ଏହି ସଂସ୍କାର ଶିଶୁର ଜନ୍ମର ୬ ମାସ ପରେ କରାଯାଇଥାଏ ଏହା ଜୋତିଷଙ୍କ ଦ୍ଵାରା ପୂଜା ପରେ ସୁନା କିମ୍ବା ରୂପାର ପାତ୍ରରେ କରାଯାଇଥାଏ । ୮ରେ ମୁଣ୍ଡନ ସଂସ୍କାର – ଶିଶୁର ୪ ବର୍ଷ ପରେ ମୁଣ୍ଡର କେସକୁ କଟା ଯାଇଥାଏ ଏହାକୁ ମୁଣ୍ଡନ ସଂସ୍କାର କୁହାଯାଇଥାଏ । ଏହା ପରେ ହଳଦୀ ଦହି ଲଗେଇ ଶିଶୁକୁ ସ୍ନାନ କରାଯାଇଥାଏ । ଏହା ଦ୍ଵାରା ଶିଶୁର ବଳ ଏବଂ ଆୟୁ ବୃଦ୍ଧି ହୋଇଥାଏ ।

୯ରେ କର୍ଣ୍ଣ ବେଧନ ସଂସ୍କାର- ଏହି ସଂସ୍କାର ଦ୍ଵାରା ଶିଶୁର କାନ ଛେଦନ କରାଯାଇଥାଏ ଏହା ୬ ମାସ ଠାରୁ ୫ ବର୍ଷ ପର୍ଯ୍ୟନ୍ତ ବୟସରେ କରାଯାଇଥାଏ । ଏହା କରିବା ଦ୍ଵାରା ସେମାନେ ପବିତ୍ର ହୋଇଯାଇଥାନ୍ତି । ୧୦ରେ ଉପୋନୟନ ସଂସ୍କାର – ଏହି ସଂସ୍କାର ଦ୍ଵାରା ଶିଶୁକୁ ବେଦ ପଢା ଯାଇଥାଏ । ୧୧ ରେ ବିଦ୍ୟାରମ୍ଭ ସଂସ୍କାର – ଏହି ସଂସ୍କାର ଦ୍ଵାରା ଶିଶୁର ଶୁଭ ମୁହୂର୍ତ ଦେଖି ଅଧୟନ କରାଯାଇଥାଏ ।

୧୨ ରେ କିଂସାତ ସଂସ୍କାର – ଏହି ସଂସ୍କାର ଦ୍ଵାରା ବାଳକ ଗୁରୁକୁଳରେ ରହି ଅଧୟନ କରିଥାଏ । ୧୩ ରେ ସମାବର୍ତେନ୍ନ ସଂସ୍କାର – ଏହା ହଉଛି ବିଦ୍ୟା ଅଧୟନର ଶେଷ ସଂସ୍କାର ଅଟେ । ୧୪ ରେ ବିବାହ ସଂସ୍କାର – ଏହା ଦ୍ଵାରା ପୁରୁଷକୁ ସ୍ତ୍ରୀ ଦ୍ଵାରା ଏକ ବିଶେଷ ଭାବରେ ନିଆଯାଇଥାଏ । ଏହାକୁ ଜନ୍ମ ଜନ୍ମାନ୍ତରର ବନ୍ଧନ ବୋଲି ମନା ଯାଇଥାଏ । ୧୫ରେ ବିବାହ ଆନେ ସଂସ୍କାର – ବିବାହ ପରେ ବିବାହର ଅଗ୍ନିକୁ ଆଣି ଘରେ ସ୍ଥାପିତ କରି ତାକୁ ସର୍ବଦା ପୂଜା କରାଯାଇଥାଏ । ୧୬ ରେ ଅନ୍ତ୍ୟୋଷ୍ଠୀ ସଂସ୍କାର – ଏହି ସଂସ୍କାର ଦ୍ଵାରା ମୃତ୍ୟୁ ପରେ ଯେଉଁ ଅଗ୍ନିରେ ଜଳା ଯାଇଥାଏ ।

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
3 items - 1,688.00