Table of Contents
Your Astrology Guru Lyrics
Hrudayara Emiti Your Astrology Guru Lyrics In Odia Language
ଅକୁହା ରହିଯାଏ
ଅକୁହା ରହିଯାଏ
କିଛି କଥା କହୁ କହୁ
ଆଉ କିଛି କହି ହେଇଯାଏ
କିଛି କଥା ଲେଖୁ ଲେଖୁ
ଆଉ କିଛି ଲେଖି ହେଇଯାଏ
କହି ହୁଏନା ଲେଖି ହୁଏ
କିଛି କଥା ଅଧା ରହିଯାଏ
ହୃଦୟର ଏମିତି ଅନେକ କଥା
ଅକୁହା ରହିଯାଏ
ଅକୁହା ରହିଯାଏ
ଆଖିକୁ ରୋକିଚି କେଜାଣି କେତେ
ସପନ ଦେଖିବା ମନା ଯେ ମତେ
କାଗଜ ଫୁଲ ଏମନ ସତେ
ଫଗୁଣ ଆସିଲେ ଗଲେ ବା କେତେ
ଏ ଆଖିର ଏମିତି କେତେ ଯେ ଲୁହ
ଅପୋଛା ରହିଯାଏ
ଅପୋଛା ରହିଯାଏ
କିଛି କଥା ଭୁଲୁ ଭୁଲୁ
ଆଉ କିଛି ମନେ ପଡିଯାଏ
କିଛି ଲୁହ ପୋଛୁ ପୋଛୁ
ଆଉ କେଇ ଟୋପା ଝରିଯାଏ
କିଛି ଲୁହ ଓଠ ପିଇଯାଏ
କିଛି ଲୁହ ଲୁଚି ରହିଯାଏ
ହୃଦୟର ଏମିତି ଅନେକ କଥା
ଅକୁହା ରହିଯାଏ
ଅକୁହା ରହିଯାଏ
ନିଜକୁ ପଚାରେ ଅନେକ ଥର
କାଇଁ ଭୁଲ କରେ ମୁଁ ଥରକୁ ଥର
କାହିଁକି ମନ ଟପେ ସୀମାକୁ
କାହିଁକି ଭରସା କରେ କାହାକୁ
ଏ ମନର ଏମିତି ଅନେକ ଦୁଃଖ
ଅଜଣା ରହିଯାଏ
ଅଜଣା ରହିଯାଏ
ଋତୁ ଆସି ଫେରୁ ଫେରୁ
ରଙ୍ଗ କିଛି ଛାଡି ଦେଇଯାଏ
ଢେଉ ଆସି ଯାଉ ଯାଉ
ପାଦ ଚିନ୍ହ ପୋଛି ଦେଇଯାଏ
କିଛି ଚିନ୍ହ ଲିଭି ଲିଭିଯାଏ
କିଛି ଚିନ୍ହ ସ୍ମୁତି ହେଇଯାଏ
ହୃଦୟର ଏମିତି ଅନେକ କଥା
ଅକୁହା ରହିଯାଏ
ଅକୁହା ରହିଯାଏ
କିଛି କଥା କହୁ କହୁ
ଆଉ କିଛି କହି ହେଇଯାଏ
କିଛି କଥା ଲେଖୁ ଲେଖୁ
ଆଉ କିଛି ଲେଖି ହେଇଯାଏ
କହି ହୁଏନା ଲେଖି ହୁଏ
କିଛି କଥା ଅଧା ରହିଯାଏ
Hrudayara Emiti Aneka Katha Your Astrology Guru Lyrics In Odia Font
Thank You