Loading...

299 Big Street, Govindpur, India

Open daily 10:00 AM to 10:00 PM

Jhia Chalijiba Your Astrology Guru Lyrics In Odia Language

Mohammed Aziz

Your Astrology Guru Lyrics

ଝିଅ ଚାଲିଯିବ ମୋର ଶାଶୁ ଘରକୁ
ହଳଦୀ ଲଗେଇ ଦିଅ ଅଳତା ପିନ୍ଧେଇ ଦିଅ

jhia chalijiba Your Astrology Guru Lyrics in odia language


ଝିଅ ଚାଲିଯିବ…
ଝିଅ ଚାଲିଯିବ ମୋର ଶାଶୁ ଘରକୁ
ଝିଅ ଚାଲିଯିବ ମୋର ଶାଶୁ ଘରକୁ
ହଳଦୀ ଲଗେଇ ଦିଅ ଅଳତା ପିନ୍ଧେଇ ଦିଅ
ହଳଦୀ ଲଗେଇ ଦିଅ ଅଳତା ପିନ୍ଧେଇ ଦିଅ
ଜୁହାର କରେଇ ଆଣ ଜୁହାର କରେଇ ଆଣ
ଜଗନ୍ନାଥଙ୍କୁ ଥରେ ଜଗନ୍ନାଥଙ୍କୁ
ଜଗନ୍ନାଥଙ୍କୁ ଥରେ ଜଗନ୍ନାଥଙ୍କୁ
ଝିଅ ଚାଲିଯିବ…



ଅଲିଅଳି ଝିଅ ମୋର ଲକ୍ଷ୍ମୀର ପ୍ରତିମା ଲୋ
ଆଜି ତାର ବିଦାବେଳେ କାନ୍ଦନାହିଁ ଯମା ଲୋ
ଅଲିଅଳି ଝିଅ ମୋର ଲକ୍ଷ୍ମୀର ପ୍ରତିମା ଲୋ
ଆଜି ତାର ବିଦାବେଳେ କାନ୍ଦନାହିଁ ଯମା ଲୋ
ଆଜି ଗଲେ କାଲି ଆମେ ସଭିଏଁ କାନ୍ଦିବା ଲୋ
ଉଠିଗଲା ଆମ ଘରୁ ହସ ଖୁସି ସଭା ଲୋ
ଆଞ୍ଜୁଳି ଚାଉଳ ଦିଅ ଦହି ଗୁଡ ଗିନା ଦିଅ
ଆଞ୍ଜୁଳି ଚାଉଳ ଦିଅ ଦହି ଗୁଡ ଗିନା ଦିଅ
ହାତରେ ପିନ୍ଧେଇ…ହାତରେ ପିନ୍ଧେଇ ଦିଅ
ଲକ୍ଷ୍ମୀଙ୍କ ଖଡୁ ଥରେ ଲକ୍ଷ୍ମୀଙ୍କ ଖଡୁ
ଲକ୍ଷ୍ମୀଙ୍କ ଖଡୁ ଥରେ ଲକ୍ଷ୍ମୀଙ୍କ ଖଡୁ
ଝିଅ ଚାଲିଯିବ….



ଏ ଘର ତ ଖାଲି ଖାଲି କାଲିଠୁ ଲାଗିବ ଲୋ
ଡାକ ତାର ଶୁଭୁଥିବ ମୁହଁ ଦିଶିଯିବ ଲୋ
ଏ ଘର ତ ଖାଲି ଖାଲି କାଲିଠୁ ଲାଗିବ ଲୋ
ଡାକ ତାର ଶୁଭୁଥିବ ମୁହଁ ଦିଶିଯିବ ଲୋ
ପୋଛିଦିଅ ଲୁହ ତାର ହସି ହସି ଯାଉ ଲୋ
ତା ସୁନା ସଂସାର ପାଇଁ ସୁଖେ ବିଦାହେଉ ଲୋ
ନଣନ୍ଦ ପୁଟୁଳି ଦିଅ ସିନ୍ଦୂର ଫରୁଆ ଦିଅ
ନଣନ୍ଦ ପୁଟୁଳି ଦିଅ ସିନ୍ଦୂର ଫରୁଆ ଦିଅ
କାନିରେ ତା ବାନ୍ଧି…କାନିରେ ତା ବାନ୍ଧିଦିଅ
ମାହାର୍ଦ୍ଧ ଲଡ଼ୁ ଗୋଟେ ମାହାର୍ଦ୍ଧ ଲଡ଼ୁ
ମାହାର୍ଦ୍ଧ ଲଡ଼ୁ ଗୋଟେ ମାହାର୍ଦ୍ଧ ଲଡ଼ୁ

ଝିଅ ଚାଲିଯିବ…
ଝିଅ ଚାଲିଯିବ ମୋର ଶାଶୁ ଘରକୁ
ଝିଅ ଚାଲିଯିବ ମୋର ଶାଶୁ ଘରକୁ
ହଳଦୀ ଲଗେଇ ଦିଅ ଅଳତା ପିନ୍ଧେଇ ଦିଅ
ହଳଦୀ ଲଗେଇ ଦିଅ ଅଳତା ପିନ୍ଧେଇ ଦିଅ
ଜୁହାର କରେଇ ଆଣ ଜୁହାର କରେଇ ଆଣ
ଜଗନ୍ନାଥଙ୍କୁ ଥରେ ଜଗନ୍ନାଥଙ୍କୁ
ଜଗନ୍ନାଥଙ୍କୁ ଥରେ ଜଗନ୍ନାଥଙ୍କୁ

jhia chalijiba Your Astrology Guru Lyrics in odia language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00