Loading...

299 Big Street, Govindpur, India

Open daily 10:00 AM to 10:00 PM

Kain Tama Pakhu Your Astrology Guru Lyrics In Odia Font

Babul Supriyo

Your Astrology Guru Lyrics

କାଇଁ ତମ ପାଖୁ ଫେରି ଆସେ ମୋ ନଜର


Kain Tama Pakhu Your Astrology Guru Lyrics In Odia Language

ଏ ହେ ହେ ହେ ଓ ହୋ ହୋ ହୋ
ଲା ଲା ଲା ଲା ଲା ହୁଁ ହୁଁ
ହେ ହେ ହେ ଲା ଲା ଲା ଲା ଲା ଲା
ଲା ଲା ଲା ଲା ଲା ହୁଁ ହୁଁ ହୁଁ ହୁଁ


କାଇଁ ତମ ପାଖୁ ଫେରି ଆସେ ମୋ ନଜର
କାଇଁ ତମେ ଲାଗ ମତେ ଏତେ ମୋ ନିଜର
ହୁଁ କାଇଁ ତମ ପାଖୁ ଫେରି ଆସେ ମୋ ନଜର
କାଇଁ ତମେ ଲାଗ ମତେ ଏତେ ମୋ ନିଜର
କାଇଁ ଏତେ ମନେ ପଡେ
ନିଦ ନାହିଁ ରାତି ରାତି କାଇଁ ଉଜାଗର
ମୁଁ କିଏ ତମର ତମେ କିଏ ମୋର
କି ସମ୍ପର୍କ ଆମର
ହୋ ମୁଁ କିଏ ତମର ତମେ କିଏ ମୋର
କି ସମ୍ପର୍କ ଆମର

ଭୋର ହେଲେ ମନେ ପଡେ ପୁଣି
ସେଇ ବାଟ ସେଇ ଲମ୍ବା ରାସ୍ତା
ତମେ ଚାଲି ଯିବ ତମ ବାଟେ
ହାତେ ଧରି ତମ ବହି ଖାତା
ସବୁ ଥାଇ ଲାଗେ ସୂନା ସୂନା
ଭଲ ଲାଗେ ନାହିଁ ତମ ବିନା
ତମେ ନାହଁ ଯଦି କିଛି ନାହିଁ
ଦିନ ରାତି ମାନେ କିଛି ନାହିଁ
ଦୂରରୁ ଦୂରରୁ ଯେବେ ମିଶେରେ ନଜର
ପୃଥିବୀଟା ଲାଗେ ଭାରି ନିଜର ନିଜର
ତମ ବିନା ଏକା ଏକା
ପ୍ରତିଟି ମୁହୂର୍ତ୍ତ ଲାଗେ ଅଥୟ ଅଧିର
ମୁଁ କିଏ ତମର ତମେ କିଏ ମୋର
କି ସମ୍ପର୍କ ଆମର
ହୋ ମୁଁ କିଏ ତମର ତମେ କିଏ ମୋର
କି ସମ୍ପର୍କ ଆମର

ଆଗରୁ ବି ସଞ୍ଜ ହଉଥିଲା
ହେଲେ ଏତେ ସୁନେଲି ନଥିଲା
ଆଗରୁ ବି ନିଦ ହଉଥିଲା
ହେଲେ ଏତେ ସପନ ନଥିଲା
ଏମିତି ବି ଜହ୍ନ ଆସୁଥିଲା
ହେଲେ ଏତେ ଜୋଛନା ନଥିଲା
ଏମିତି ବି ଫୁଲ ଫୁଟୁ ଥିଲା
ହେଲେ ଏତେ ବାସନା ନଥିଲା
ଆକାଶକୁ ଚାହିଁ କାଇଁ ଦେଖେ ଏତେ ସ୍ବପ୍ନ
କାଇଁ ଏତେ ଥର ଦେଖେ ଝରକାରୁ ଜହ୍ନ
କାଇଁ ନିଦ କରେ ପର
ଅଯଥାରେ କାଇଁ ମନେ ଉଠେ ଏତେ ପ୍ରଶ୍ନ
ମୁଁ କିଏ ତମର ତମେ କିଏ ମୋର
କି ସମ୍ପର୍କ ଆମର
ହୋ ମୁଁ କିଏ ତମର ତମେ କିଏ ମୋର
କି ସମ୍ପର୍କ ଆମର

କାଇଁ ତମ ପାଖୁ ଫେରି ଆସେ ମୋ ନଜର
କାଇଁ ତମେ ଲାଗ ମତେ ଏତେ ମୋ ନିଜର
ହୋ କାଇଁ ତମ ପାଖୁ ଫେରି ଆସେ ମୋ ନଜର
କାଇଁ ତମେ ଲାଗ ମତେ ଏତେ ମୋ ନିଜର
କାଇଁ ଏତେ ମନେ ପଡେ
ନିଦ ନାହିଁ ରାତି ରାତି କାଇଁ ଉଜାଗର
ମୁଁ କିଏ ତମର ତମେ କିଏ ମୋର
କି ସମ୍ପର୍କ ଆମର
ହୋ ମୁଁ କିଏ ତମର ତମେ କିଏ ମୋର
କି ସମ୍ପର୍କ ଆମର
କି ସମ୍ପର୍କ ଆମର
କି ସମ୍ପର୍କ ଆମର


Kain Tama Pakhu Your Astrology Guru Lyrics In Odia Font

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00