Your Astrology Guru Lyrics
କଳସୀରେ ଗଙ୍ଗା ଜଳ ଥାଳିରେ ମୋର
Kalasire Ganga Jala Thalire Mora Your Astrology Guru Lyrics In Odia Language
କଳସୀରେ ଗଙ୍ଗା ଜଳ ଥାଳିରେ ମୋର
ଶହେ ଆଠ ବେଲ ପତର
କଳସୀରେ ଗଙ୍ଗା ଜଳ ଥାଳିରେ ମୋର
ଶହେ ଆଠ ବେଲ ପତର
ଯାଉଚି ମନ୍ଦିର ପୂଜିବି ହର
ଯାଉଚି ମନ୍ଦିର ପୂଜିବି ହର
ତୁଣ୍ଡରେ ଉଚ୍ଚାରି ଶିବ ମନ୍ତର
ସାଜିଦେବି ରକ୍ତ ମନ୍ଦାର
କଳସୀରେ ଗଙ୍ଗା ଜଳ ଥାଳିରେ ମୋର
ଶହେ ଆଠ ବେଲ ପତର
ଯାହା ପାଇଁ ଉମା ତପସ୍ୟା କରି
ଯୁଗ ଯୁଗ ବିତାଇଲେ
ଭକତି ବଳରେ ଯୋଗୀକୁ ପୁଣି
ଭୋଗୀ ସିଏ କରି ଦେଲେ
ଯାହା ପାଇଁ ଉମା ତପସ୍ୟା କରି
ଯୁଗ ଯୁଗ ବିତାଇଲେ
ଭକତି ବଳରେ ଯୋଗୀକୁ ପୁଣି
ଭୋଗୀ ସିଏ କରି ଦେଲେ
ସେହି ମହେଶ ଭକ୍ତିରେ ବସ
ସେହି ମହେଶ ଭକ୍ତିରେ ବସ
ପୂଜିଲେ ପାଇବି ସେଇ ପୟର
ଭୁଲି ଯିବି ଘର ସଂସାର
କଳସୀରେ ଗଙ୍ଗା ଜଳ ଥାଳିରେ ମୋର
ଶହେ ଆଠ ବେଲ ପତର
ଦୁନିଆକୁ ମୋତେ ଆଣିଲେ ବ୍ରହ୍ମା
ପାଳନ କରିଲେ ବିଷ୍ଣୁ
ମଶାଣି ଜୁଇରେ ଜଳିଲା ପରେ
ସବୁତ ଭୁଲିବେ ମନୁ
ଦୁନିଆକୁ ମୋତେ ଆଣିଲେ ବ୍ରହ୍ମା
ପାଳନ କରିଲେ ବିଷ୍ଣୁ
ମଶାଣି ଜୁଇରେ ଜଳିଲା ପରେ
ସବୁତ ଭୁଲିବେ ମନୁ
ସେଇ ସଂସାର ମାୟାରେ ସାର
ସେଇ ସଂସାର ମାୟାରେ ସାର
ମଶାଣି ଭୁଇଁରେ କିଏ କାହାର
ସାହା ସେଇ ଭୋଳା ଶଙ୍କର
କଳସୀରେ ଗଙ୍ଗା ଜଳ ଥାଳିରେ ମୋର
ଶହେ ଆଠ ବେଲ ପତର
କଳସୀରେ ଗଙ୍ଗା ଜଳ ଥାଳିରେ ମୋର
ଶହେ ଆଠ ବେଲ ପତର
ଯାଉଚି ମନ୍ଦିର ପୂଜିବି ହର
ଯାଉଚି ମନ୍ଦିର ପୂଜିବି ହର
ତୁଣ୍ଡରେ ଉଚ୍ଚାରି ଶିବ ମନ୍ତର
ସାଜିଦେବି ରକ୍ତ ମନ୍ଦାର
କଳସୀରେ ଗଙ୍ଗା ଜଳ ଥାଳିରେ ମୋର
ଶହେ ଆଠ ବେଲ ପତର
ଶହେ ଆଠ ବେଲ ପତର
ଶହେ ଆଠ ବେଲ ପତର
Kalasire Ganga Jala Thalire Mora Your Astrology Guru Lyrics In Odia Language
Thank You