Your Astrology Guru Lyrics
କାଲି ଆମ ବାହାଘର ଆଜି ମଙ୍ଗନ
kali ama bahaghara Your Astrology Guru Lyrics in odia language
କାଲି ଆମ ବାହାଘର ଆଜି ମଙ୍ଗନ
କାଲି ଆମ ବାହାଘର ଆଜି ମଙ୍ଗନ
ତାରିଣୀ ମାଆର ପାଦ ପୂଜି ଯିବା
ତାରିଣୀ ମାଆର ପାଦ ପୂଜି ଯିବା
ହାତେ ଧରିଥିବୁ ଫୁଲ ଚନ୍ଦନ
କାଲି ଆମ ବାହାଘର ଆଜି ମଙ୍ଗନ
କାଲି ଆମ ବାହାଘର ଆଜି ମଙ୍ଗନ
ସାହାନାଇ ବାଜେ ମାଆ ମୋର ବିଜେ
ଚଇତି ଜହ୍ନଟା ମରେ ଲାଜେ ଲାଜେ
ଶାଳବଣ ଫୁଲେ ମାଆ ମୋର ଝୁଲେ
ମୁହଁ ତାର ନାଲି ଓଢଣିରେ ସାଜେ
ଘଟଗାଁ ଦାଣ୍ଡେ ଛାମୁ ଖେଳେ ସେହି
ଘଟଗାଁ ଦାଣ୍ଡେ ଛାମୁ ଖେଳେ ସେହି
ଜଗତ ଜନନୀ ବିଶ୍ୱ ବନ୍ଧନ
କାଲି ଆମ ବାହାଘର ଆଜି ମଙ୍ଗନ
କାଲି ଆମ ବାହାଘର ଆଜି ମଙ୍ଗନ
ସୁଖର ସଂସାର ଗଢିବା ଆମେ ଲୋ
ଭକତି ଅନ୍ତରେ ମାଆକୁ ଧରି
ଜନମ ଜନମ ସାଥି ହେବା ଆମେ
ଆଶୀଷ ମନ୍ଦାର ପଡିବ ଝରି
ସେହି ଦୟାମୟି ମାଆ ତାରିଣୀର
ସେହି ଦୟାମୟି ମାଆ ତାରିଣୀର
ନାମକୁ କରିବା ନିତି ଭଜନ
କାଲି ଆମ ବାହାଘର ଆଜି ମଙ୍ଗନ
କାଲି ଆମ ବାହାଘର ଆଜି ମଙ୍ଗନ
ତାରିଣୀ ମାଆର ପାଦ ପୂଜି ଯିବା
ତାରିଣୀ ମାଆର ପାଦ ପୂଜି ଯିବା
ହାତେ ଧରିଥିବୁ ଫୁଲ ଚନ୍ଦନ
କାଲି ଆମ ବାହାଘର ଆଜି ମଙ୍ଗନ
କାଲି ଆମ ବାହାଘର ଆଜି ମଙ୍ଗନ
କାଲି ଆମ ବାହାଘର ଆଜି ମଙ୍ଗନ
kali ama bahaghara Your Astrology Guru Lyrics in odia language
Thank You