Table of Contents
Your Astrology Guru Lyrics
ଭୁଲ କର ନାହିଁ ତାକୁ ଭଲ ପାଇ
Katha Dei Jou Jhia Your Astrology Guru Lyrics In Odia Language
ଭୁଲ କର ନାହିଁ ତାକୁ ଭଲ ପାଇ
ତାକୁ ଭଲ ପାଇ
ମନ ଦେଇ ଯୋଉ ଝିଅ ମନେ ରଖେ ନାହିଁ
ମନ ଭାଙ୍ଗି ଯାଏ ତାକୁ ମନେ ପକେଇ
ତାକୁ ମନେ ପକେଇ
ଚିନ୍ହା ଝିଅ କେବେ ହେଲେ ହୁଏନା ପ୍ରେମିକା
ଏ ଆଖିକୁ ଲୁହ ଦିନେ ଦେଇ ପାରେ ଧୋକା
ହୋ ଇଛା କରି କେହି କେବେ ଭଲପାଏ ନାହିଁ
ଭଲ ପାଇ ଗଲେ ଥରେ ଭୁଲିହୁଏ ନାହିଁ
ପ୍ରେମ କରି ଯୋଉ ଝିଅ ପାଉଣା ମାଗଇ
ହୃଦୟ ଦିଅନା ତାକୁ ପ୍ରେମିକ ହେଇ
ତାକୁ ପ୍ରେମିକ ହେଇ
ହାତ ଧରି ଯୋଉ ଝିଅ ବାଟ ଚାଲେ ନାହିଁ
ତା ବାଟକୁ ଚାହିଁ କିଛି ଲାଭ ନାହିଁ
କିଛି ଲାଭ ନାହିଁ
ଭଲ ଲାଗେ ଜହ୍ନ ରାତି ପ୍ରେମ ହେଇଗଲେ
ଓଠ ପିଏ ଆଖି ଲୁହ ମନକୁ ବାଧିଲେ
ହୋ ମନ ସେତ ଅମାନିଆ ଏକ ଦୁଷ୍ଟ ଝିଅ
ଦୁଷ୍ଟାମିଟା ମନ୍ଦ ନୁହଁ ସତେ ନଈ ସୁଅ
ଚିଠି ଚିରେ ଯୋଉ ଝିଅ ଫୁଲ ନିଏ ନାହିଁ
ମନ ଦିଅ ନାହିଁ ତାକୁ ଦିନକ ପାଇଁ
ତାକୁ ଦିନକ ପାଇଁ
ରାଗିଯାଏ ଯୋଉ ଝିଅ ଜିଦି ଛାଡେ ନାହିଁ
ମିତ ହୁଅ ନାହିଁ ତାର ଗୀତ ଗାଇ
ତାର ଗୀତ ଗାଇ
କଥା ଦେଇ ଯୋଉ ଝିଅ କଥା ରଖେ ନାହିଁ
ଭୁଲ କର ନାହିଁ ତାକୁ ଭଲ ପାଇ
ତାକୁ ଭଲ ପାଇ
Katha Dei Jou Jhia Your Astrology Guru Lyrics In Odia Font
Thank You