Loading...

299 Big Street, Govindpur, India

Open daily 10:00 AM to 10:00 PM

Kotha Bhoga Khia Your Astrology Guru Lyrics In Odia Language

Bhikari bala

Your Astrology Guru Lyrics

କୋଠ ଭୋଗ ଖିଆ ମୋ ଚକା ଆଖିଆ

Kotha Bhoga Khia Your Astrology Guru Lyrics In Odia Language

କୋଠ ଭୋଗଖିଆ…..
କୋଠ ଭୋଗ ଖିଆ ମୋ ଚକା ଆଖିଆ
କୋଠ ଭୋଗ ଖିଆ ମୋ ଚକା ଆଖିଆ
ଉଠ ହେ ପହଡ଼ ଭାଙ୍ଗି
ଉଠ ହେ ପହଡ଼ ଭାଙ୍ଗି
ପଣ୍ଡା ପଢ଼ିହାରୀ କରନ୍ତି ଗୁହାରି
ହେବାକୁ ଚନ୍ଦନ ଲାଗି
ହେବାକୁ ଚନ୍ଦନ ଲାଗି
କୋଠ ଭୋଗଖିଆ…..


ନିଦା ପଥର ହେ ନିଦ କେ ଶୋଇଲ
ଷାଠିଏ ପଉଟି ଖାଇ
ଷାଠିଏ ପଉଟି ଖାଇ
ଅନାଥ ଜନଙ୍କ ଡାକ ନ ଶୁଣୁଛ
ଅନାଥ ଜନଙ୍କ ଡାକ ନ ଶୁଣୁଛ
ଜଗତର ନାଥ ହୋଇ
ଆରତୀ ବେଳ ଯେ ଗଡି ଯାଉଅଛି
ଉଠ ହେ ଛପନ ଭୋଗୀ
ହେବାକୁ ଚନ୍ଦନ ଲାଗି
କୋଠ ଭୋଗ ଖିଆ….


ପତିତ ପାବନ ବାନା ଉଡାଉଛ
ପତିତ ଉଦ୍ଧାର ପାଇଁ
ପତିତ ଉଦ୍ଧାର ପାଇଁ
ପତିତ ପାବନ ବାନା ଉଡାଉଛ
ପତିତ ଉଦ୍ଧାର ପାଇଁ
ପତିତ ଉଦ୍ଧାର ପାଇଁ
ମୁ ଜଣେ ପତିତ କାନ୍ଦି କାନ୍ଦି ମରେ
ମୁ ଜଣେ ପତିତ କାନ୍ଦି କାନ୍ଦି ମରେ
ମୋ ଡାକ କି ଶୁଭୁ ନାହିଁ
ଏଡ଼େ ବଡ଼ପଣ କହିଅଛ ପ୍ରଭୁ
କୁହ ତେବେ କାହା ଲାଗି
ହେବାକୁ ଚନ୍ଦନ ଲାଗି

କୋଠ ଭୋଗ ଖିଆ ମୋ ଚକା ଅଖିଆ
ଉଠ ହେ ପହଡ଼ ଭାଙ୍ଗି
ଉଠ ହେ ପହଡ଼ ଭାଙ୍ଗି
ପଣ୍ଡା ପଢ଼ିହାରୀ କରନ୍ତି ଗୁହାରି
ହେବାକୁ ଚନ୍ଦନ ଲାଗି
ହେବାକୁ ଚନ୍ଦନ ଲାଗି
କୋଠ ଭୋଗଖିଆ
କୋଠ ଭୋଗ ଖିଆ
ମୋ ଚକା ଅଖିଆ ଉଠ ହେ ପହଡ଼ ଭାଙ୍ଗି
ଉଠ ହେ ପହଡ଼ ଭାଙ୍ଗି

Kotha Bhoga Khia Mo Chaka Akhia Your Astrology Guru Lyrics In Odia Language

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00