Table of Contents
Your Astrology Guru Lyrics
Lekhu Lekhu Gapatie Your Astrology Guru Lyrics In Odia Language
ଲେଖୁ ଲେଖୁ ଗପଟିଏ ଅଧା ରହିଗଲା
ଗାଉ ଗାଉ ଗୀତଟିଏ ଅଧା ରହିଗଲା
ମୁଁ ଯାହାକୁ ମନ ଦେଲି ମୁଁ ଯାହାକୁ ପ୍ରେମ କଲି
ମୁଁ ଯାହାକୁ ମନ ଦେଲି ମୁଁ ଯାହାକୁ ପ୍ରେମ କଲି
ଅଧା ଅଧା ଅଧା ରହିଗଲା
ଲେଖୁ ଲେଖୁ ଗପଟିଏ ଅଧା ରହିଗଲା
ଗାଉ ଗାଉ ଗୀତଟିଏ ଅଧା ରହିଗଲା
ଆଜି ବସି ଭାବୁଚି ମୁଁ ସେଇ ଝିଅ କଥା
ସାକ୍ଷୀ ରଖି ଜହ୍ନ ତାରା ଛୁଇଁ ଥିଲା ମଥା
ହୁଁ ଆଉ କାହା ଘରେ ଆଜି ଜାଳେ ସଞ୍ଜବତୀ
ମୋ ଘରେ ଝଡ ଆଉ ଲୁହ ଭିଜା ରାତି
ଯେତେ ରାତି ଚେଇଁଥିଲି ଯେତେ ସ୍ବପ୍ନ ଦେଖିଥିଲି
ଯେତେ ରାତି ଚେଇଁଥିଲି ଯେତେ ସ୍ବପ୍ନ ଦେଖିଥିଲି
ଅଧା ଅଧା ଅଧା ରହିଗଲା
ଲେଖୁ ଲେଖୁ ଗପଟିଏ ଅଧା ରହିଗଲା
ହୁଁ ଗାଉ ଗାଉ ଗୀତଟିଏ ଅଧା ରହିଗଲା
ପ୍ରେମିକା ତ ନଈଟିଏ ବହି ଚାଲି ଯାଏ
ପ୍ରେମିକ ତ ପାହାଡଟେ ଠିଆ ହୋଇ ଥାଏ
ହୁଁ ଆଖି ଜଦି କାନ୍ଦେ କେବେ ଓଠ ହସି ଦିଏ
ହାରିଯାଇ ବଞ୍ଚିବାକୁ ମନ ପୁଣି କହେ
ଫୁଲଟିଏ ମାଗିଥିଲି ବାସ୍ନା ଟିକେ ଚାହିଁଥିଲି
ଫୁଲଟିଏ ମାଗିଥିଲି ବାସ୍ନା ଟିକେ ଚାହିଁଥିଲି
ଅଧା ଅଧା ଅଧା ରହିଗଲା
Lekhu Lekhu Gapatie Your Astrology Guru Lyrics In Odia Font
Thank You