Your Astrology Guru Lyrics
ମତେ କରିଦେ ରେ ନନ୍ଦଲାଲା
Mate Karide Re Nanda Lala Your Astrology Guru Lyrics In Odia Language
ମତେ କରିଦେ ରେ ନନ୍ଦଲାଲା
ପୁରୀ କେନ୍ଦରା ଵାଲା
ହେ ମତେ କରିଦେ ରେ ନନ୍ଦଲାଲା
ପୁରୀ କେନ୍ଦରା ଵାଲା
ଥାଳରେ ଚାଉଳ ପଡ଼ୁ କି ନପଡୁ
ମୋର କଣ ଗଲା
ମୋ ଓଠରେ କଣ୍ଠରେ ଅନ୍ତରେ ଗୀତରେ
ତୋ ନାଆଁ ଥିଲେ ହେଲା
ରେ..ତୋ ନାଆଁ ଥିଲେ ହେଲା
ମତେ କରିଦେରେ ନନ୍ଦଲାଲା
ପୁରୀ କେନ୍ଦରା ଵାଲା
ମତେ କରିଦେ ରେ ନନ୍ଦଲାଲା
ପୁରୀ କେନ୍ଦରା ଵାଲା
ପିନ୍ଧିବି ତିଳକ ଚିତା
ଲାଉ ଥାଳ କେନ୍ଦରା ଧରି
ମୁଣ୍ଡରେ ଭିଡ଼ିବି ଠେକା
ହୋ ନରେନ୍ଦ୍ରରେ ସିନାନ କରି
ପିନ୍ଧିବି ତିଳକ ଚିତା
ଲାଉ ଥାଳ କେନ୍ଦରା ଧରି
ମୁଣ୍ଡରେ ଭିଡ଼ିବି ଠେକା
ଶରଧା ବାଲିରୁ ସିଂହି ଦୁଆରକୁ
ଚାଲିବି ପକେଇ ଝୁଲା
ମୋ ଆଖିରେ କାନରେ ଦେହରେ ମନରେ
ତୋ ନାଆଁ ଥିଲେ ହେଲା
ରେ…ତୋ ନାଆଁ ଥିଲେ ହେଲା
ମତେ କରିଦେ ରେ ନନ୍ଦଲାଲା
ପୁରୀ କେନ୍ଦରା ଵାଲା
ମତେ କରିଦେ ରେ ନନ୍ଦଲାଲା
ପୁରୀ କେନ୍ଦରା ଵାଲା
ସିଂହ ଦ୍ୱାରେ ଦର୍ଶନ ଦେବୁ
ପତିତ ପାବନ ତୁହି
ବଜେଇବି କେନ୍ଦରା ମୋର
ତୋରି ମୁହଁକୁ ଚାହିଁ
ସିଂହ ଦ୍ୱାରେ ଦର୍ଶନ ଦେବୁ
ପତିତ ପାବନ ତୁହି
ବଜେଇବି କେନ୍ଦରା ମୋର
ତୋରି ମୁହଁକୁ ଚାହିଁ
ଭାବରେ ବନ୍ଧା ମୋ କେନ୍ଦରା ତୋ ଲାଗି
ଜାଣିବି ବେସୁରା ହେଲା
ମୋ ସୁରରେ ତାଳରେ ଛନ୍ଦରେ ଲୟରେ
ତୋ ଭାବ ଥିଲେ ହେଲା
ରେ…ତୋ ଭାବ ଥିଲେ ହେଲା
ମତେ କରିଦେ ରେ ନନ୍ଦଲାଲା
ପୁରୀ କେନ୍ଦରା ଵାଲା
ହେ ମତେ କରିଦେ ରେ ନନ୍ଦଲାଲା
ପୁରୀ କେନ୍ଦରା ଵାଲା
ଥାଳରେ ଚାଉଳ ପଡ଼ୁ କି ନପଡୁ
ମୋର କଣ ଗଲା
ମୋ ଓଠରେ କଣ୍ଠରେ ଅନ୍ତରେ ଗୀତରେ
ତୋ ନାଆଁ ଥିଲେ ହେଲା
ରେ..ତୋ ନାଆଁ ଥିଲେ ହେଲା
ତୋ ନାଆଁ ଥିଲେ ହେଲା
ରେ..ତୋ ନାଆଁ ଥିଲେ ହେଲା
Mate Karide Re Nanda Lala Your Astrology Guru Lyrics In Odia Language
Thank You