Loading...

299 Big Street, Govindpur, India

Open daily 10:00 AM to 10:00 PM

Mate Singha Duararu Your Astrology Guru Lyrics In Odia Language

Mohammed Aziz

Your Astrology Guru Lyrics

ମତେ ସିଂହ ଦୁଆରରୁ ସ୍ୱର୍ଗଦ୍ୱାର ଯାଏଁ

Mate Singha Duararu Your Astrology Guru Lyrics In Odia Language

ମତେ ସିଂହ ଦୁଆରରୁ ସ୍ୱର୍ଗଦ୍ୱାର ଯାଏଁ
ମତେ ସିଂହ ଦୁଆରରୁ ସ୍ୱର୍ଗଦ୍ୱାର ଯାଏଁ
ବାଟେଇ ଦବାକୁ କରେ ଜଣାଣ

ହାଏରେ ମୋ ଚକା ବଦନ
ହାଏରେ ମୋ ଚକା ବଦନ
ମତେ ଶ୍ରୀଗୁଣ୍ଡିଚା ଦିନ ନ ମାରିଲୁ ନାହିଁ

ଦେ ମାରି ହେରା ପଞ୍ଚମୀ ଦିନ
ହାଏରେ ମୋ ଚକା ବଦନ

ହାଏରେ ମୋ ଚକା ବଦନ



ଜୀବନ ଖେଳୁଚି ଚକା ଚକା ଖେଳ
ଖେଳଉଚୁ ଧନ ବସିରେ
ଧରମ ଦାଣ୍ଡରେ କଲା କରମର
ଫଳ ଦଉ କଳା ଶଶୀରେ
ପବନ ଯାଉଚି ପବନ ଆସୁଚି
କେତେବେଳ ଦବ ଠକିରେ
ଏଇନେ ଚାଲୁଚି ଏଇନେ ଝୁଣ୍ଟିଲେ
କୋକେଇରେ ନେବେ ଟେକିରେ
ମତେ ଦେ ମାରି ମାରି ନେ ତାରି ତାରି
ସରି ସରି ଯାଉ ଜଞ୍ଜାଳ ଧନ
ହାଏରେ ମୋ ଚକା ବଦନ

ହାଏରେ ମୋ ଚକା ବଦନ


ସଂସାର ଗଛର ମୋହ ମାୟା ଟାଣେ
ସୁଖ ଦୁଃଖ ଦୁଇ ଭାଇରେ
କେବେ କିଏ ଆଗେ କେବେ କିଏ ପଛେ
କପାଳର ଲେଖା ନେଇରେ
ଝରଣା ଝରିଲେ ନଈଟିଏ ହେଇ
ମହୋଦଧୀ ଜଳେ ମିଶେରେ
ମୋ ପରି ପାପୀଟେ ଭକ୍ତ ହେଇ ତୋର
ଆନନ୍ଦରେ ଖାଲି ହସେରେ
ମତେ ନ ମାରିବୁ ଯଦି ରଖିଥିବୁ ଛନ୍ଦି
କରୁଥିବି ତତେ ନୀତି ଦର୍ଶନ
ହାଏରେ ମୋ ଚକା ବଦନ

ହାଏରେ ମୋ ଚକା ବଦନ

ମତେ ସିଂହ ଦୁଆରରୁ ସ୍ୱର୍ଗଦ୍ୱାର ଯାଏଁ
ବାଟେଇ ଦବାକୁ କରେ ଜଣାଣ

ହାଏରେ ମୋ ଚକା ବଦନ
ହାଁ ହାଏରେ ମୋ ଚକା ବଦନ
ମତେ ଶ୍ରୀଗୁଣ୍ଡିଚା ଦିନ ନ ମାରିଲୁ ନାହିଁ

ଦେ ମାରି ହେରା ପଞ୍ଚମୀ ଦିନ
ହାଏରେ ମୋ ଚକା ବଦନ

ହାଁ ହାଏରେ ମୋ ଚକା ବଦନ

ହାଏରେ ମୋ ଚକା ବଦନ
ହାଁ ହାଏରେ ମୋ ଚକା ବଦନ

Mate Singha Duararu Your Astrology Guru Lyrics In Odia Language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00