Table of Contents
Your Astrology Guru Lyrics
ମଥୁରା ନଗରୀ ଶୋଇଗଲା ପରେ
Mathura Nagari Soigala Pare Your Astrology Guru Lyrics In Odia Language
ମଥୁରା ନଗରୀ ଶୋଇଗଲା ପରେ
କାହ୍ନୁ ବସେ ଯାଇ ଉଆସ ଉପରେ
ମଥୁରା ନଗରୀ ଶୋଇଗଲା ପରେ
କାହ୍ନୁ ବସେ ଯାଇ ଉଆସ ଉପରେ
ମଥୁରା ନଗରୀ ଶୋଇଗଲା ପରେ
କାହ୍ନୁ ବସେ ଯାଇ ଉଆସ ଉପରେ
ଜହ୍ନରେ ଦିଶଇ ରାଧିକାର ମୁହଁ
ବିକଳେ ବିଚାରି କାନ୍ଦେ ଢାଳି ଲୁହ
ଆଖି ବୁଜିଦିଏ କାହ୍ନୁ
ଆଖି ବୁଜିଦିଏ କାହ୍ନୁ ଚାହିଁ ନ ପାରେ
ମଥୁରା ନଗରୀ ଶୋଇଗଲା ପରେ
କାହ୍ନୁ ବସେ ଯାଇ ଉଆସ ଉପରେ
ଭାବୁଚି କହ୍ନେଇ ପ୍ରାଣପ୍ରିୟା ରାଇ
କେମିତି ଗୋପରେ ଥିବ ଏକା ରହି
ଓ…ଭାବୁଚି କହ୍ନେଇ ପ୍ରାଣପ୍ରିୟା ରାଇ
କେମିତି ଗୋପରେ ଥିବ ଏକା ରହି
ଡେଣା କଟିଗଲେ ପକ୍ଷୀ ଯେଉଁ ଭଳି
କାହ୍ନୁ ବିନା ରାଇ ଆଜି ସେଇ ଭଳି
ରକତରେ ଭାସୁଥିବ
ରକତରେ ଭାସୁଥିବ ଚାଲି କଣ୍ଟାରେ
ମଥୁରା ନଗରୀ ଶୋଇଗଲା ପରେ
କାହ୍ନୁ ବସେ ଯାଇ ଉଆସ ଉପରେ
ହଜିଲା ଅତୀତ ସ୍ମୃତିରେ କୁହୁଳି
ଜଳୁଥିବ ରାଇ ନିଜକୁ ସେ ଜାଳି
ଓ…ହଜିଲା ଅତୀତ ସ୍ମୃତିରେ କୁହୁଳି
ଜଳୁଥିବ ରାଇ ନିଜକୁ ସେ ଜାଳି
ଉଜୁଡା କୁଞ୍ଜରେ ପାଗଳିନୀ ହୋଇ
ଘୁରୁଥିବ ରାଇ କାହ୍ନୁ କାହ୍ନୁ କହି
ଅଭିଶାପ ଦେଉଥିବ
ଅଭିଶାପ ଦେଉଥିବ କାହ୍ନୁ ନାଆଁରେ
ମଥୁରା ନଗରୀ ଶୋଇଗଲା ପରେ
କାହ୍ନୁ ବସେ ଯାଇ ଉଆସ ଉପରେ
ମଥୁରା ନଗରୀ ଶୋଇଗଲା ପରେ
କାହ୍ନୁ ବସେ ଯାଇ ଉଆସ ଉପରେ
ଜହ୍ନରେ ଦିଶଇ ରାଧିକାର ମୁହଁ
ବିକଳେ ବିଚାରି କାନ୍ଦେ ଢାଳି ଲୁହ
ଆଖି ବୁଜିଦିଏ କାହ୍ନୁ
ଆଖି ବୁଜିଦିଏ କାହ୍ନୁ ଚାହିଁ ନ ପାରେ
ମଥୁରା ନଗରୀ ଶୋଇଗଲା ପରେ
କାହ୍ନୁ ବସେ ଯାଇ ଉଆସ ଉପରେ
ମଥୁରା ନଗରୀ ଶୋଇଗଲା ପରେ
କାହ୍ନୁ ବସେ ଯାଇ ଉଆସ ଉପରେ
Mathura Nagari Soigala Pare Your Astrology Guru Lyrics In Odia Font
Thank You