Your Astrology Guru Lyrics
ମୋ ଚାଳ ଛପର ଉଡିବା ଆଗରୁ
ତମେ ଧରିନେଲ ରୁଅ
Mo Chala Chhapara Udiba Agaru Your Astrology Guru Lyrics In Odia Language
ମୋ ଚାଳ ଛପର ଉଡିବା ଆଗରୁ
ମୋ ଚାଳ ଛପର ଉଡିବା ଆଗରୁ
ତମେ ଧରିନେଲ ରୁଅ
ହେ କଳାଦିଅଁ କଣ ନ କଲ କୁହ
ହେ କଳାଦିଅଁ କଣ ନ କଲ କୁହ
ପିଲା ଛୁଆ ମୋର କାନ୍ଦିବା ଆଗରୁ
ପିଲା ଛୁଆ ମୋର କାନ୍ଦିବା ଆଗରୁ
ତମେ ପୋଛିଦେଲ ଲୁହ
ହେ କଳାଦିଅଁ କଣ ନ କଲ କୁହ
ହେ କଳାଦିଅଁ କଣ ନ କଲ କୁହ
ଭାସି ଯାଉଥିଲି ମଝି ନଈରେ
ତୁମେ ତ ଆଣିଲ ଛାଣି ଠାକୁରେ
ଓ ଝୁଣ୍ଟି ପଡୁଥିଲି ଚଲା ବାଟରେ
ମୋ ହାତ ରଖିଲ ତମ ହାତରେ
ଦଦରା ଡ଼ଙ୍ଗା ମୋ ବୁଡିବା ଆଗରୁ
ଦଦରା ଡ଼ଙ୍ଗା ମୋ ବୁଡିବା ଆଗରୁ
ତମେ ରୋକି ଦେଲ ସୁଅ
ହେ କଳାଦିଅଁ କଣ ନ କଲ କୁହ
ହେ କଳାଦିଅଁ କଣ ନ କଲ କୁହ
ଦୁଃଖ ନଦୀ ତୀରେ କୁଡ଼ିଆ ଥିଲା
ତୁମେ ଦୟା କଲ ଉଆସ ହେଲା
ହୋ ଫଟା କାନ୍ଥ ପରି କପାଳ ଥିଲା
ତୁମ କରୁଣାରୁ ସବୁ ମିଳିଲା
ଅଦିନରେ ମତେ ଯମ ନଉଥିଲା
ଅଦିନରେ ମତେ ଯମ ନଉଥିଲା
ତମେ କହିଦେଲ ରୁହ
ହେ କଳାଦିଅଁ କଣ ନ କଲ କୁହ
ହେ କଳାଦିଅଁ କଣ ନ କଲ କୁହ
Mo Chala Chhapara Udiba Agaru Your Astrology Guru Lyrics In Odia Language
Thank You