Your Astrology Guru Lyrics
ମୋନାଲିସା
କାହିଁ ଛାଡି ଚାଲିଗଲୁ ମତେ
Monalisa Kahin Chhadi Chali Galu Your Astrology Guru Lyrics In Odia Language
(( ତୁ ପରା କହିଥିଲୁ ସାଥି ହୋଇ ଚାଲିବାକୁ
ଜୀବନର ବାଟ, ଏମିତି ମୁ କେଉଁ ପାପ କଲି,
ଏମିତି ମୁ କେଉଁ ପାପ କଲି,
ମୁହଁ ମୋଡି ଚାଲିଗଲୁ କଲୁ ନାହିଁ ଭେଟ ))
ମୋନାଲିସା….ଓ…ହୋ…ଓ..
କାହିଁ ଛାଡି ଚାଲିଗଲୁ ମତେ ରେ
କାହିଁ ଛାଡି ଚାଲିଗଲୁ ମତେ
ମୋନାଲିସା….ଓ…ଓ…
କାହିଁ ଛାଡି ଚାଲିଗଲୁ ମତେ
କାହିଁ ଛାଡି ଚାଲିଗଲୁ ମତେ
ଟିକିଏ ହସେଇଲୁ ବେଶି ତୁ କନ୍ଦେଇଲୁ
ଟିକିଏ ହସେଇଲୁ ବେଶି ତୁ କନ୍ଦେଇଲୁ
ରେ…..କୋଉ ସୁଖ ମିଳିଗଲା ତୋତେ
ହଁ..କୋଉ ସୁଖ ମିଳିଗଲା ତୋତେ
ମୋନାଲିସା….ଓ…ହୋ…ଓ
ଦିନେ ନ ଦେଖିଲେ ମତେ କାନ୍ଦୁଥିଲୁ ସକେଇ
କିଏ ଲୋ ରଜା ପୁଅ ନେଲା ତୋତେ ଭୁଲେଇ
ହୋ ଦିନେ ନ ଦେଖିଲେ ମତେ କାନ୍ଦୁଥିଲୁ ସକେଇ
କିଏ ଲୋ ରଜା ପୁଅ ନେଲା ତତେ ଭୁଲେଇ
ଆଲୋ ମୋର ହୀରା ମୋତି କଥା କୁହା କଣ୍ଢେଇ
ଗପ କହୁ କହୁ ମୋତେ ଚାଲିଗଲୁ ଭଣ୍ଡେଇ
ଟିକିଏ ଗଢି ଦେଲୁ ବେଶି ତୁ ଭାଙ୍ଗି ଦେଲୁ
ଟିକିଏ ଗଢି ଦେଲୁ ବେଶି ତୁ ଭାଙ୍ଗି ଦେଲୁ
ଲୋ…କୋଉ ସୁଖ ମିଳିଗଲା ତୋତେ
ହୋ…କୋଉ ସୁଖ ମିଳିଗଲା ତୋତେ
ମୋନାଲିସା….ହୋ…ଓ….
ତୁ ସିନା ଚାଲିଗଲୁ ତୋ ରାଜ ଉଆସ
ମୋ ପାଇଁ ମାଘ ଆଉ ତୋ ପାଇଁ ପଉଷ
ହୋ ତୁ ସିନା ଚାଲିଗଲୁ ତୋ ରାଜ ଉଆସ
ମୋ ପାଇଁ ମାଘ ଆଉ ତୋ ପାଇଁ ପଉଷ
କୁଆଁର ପୁନେଇ ଜହ୍ନ ଖେଳୁ ତୋର ରାତିରେ
ମୁ ଏମିତି ଜଳୁଥାଏ ଉଆଁସର ତାତିରେ
ଟିକିଏ ବଞ୍ଚେଇଲୁ ବେଶି ତୁ ମାରିଦେଲୁ
ଟିକିଏ ବଞ୍ଚେଇଲୁ ବେଶି ତୁ ମାରିଦେଲୁ
ଲୋ…ହୋ..କୋଉ ସୁଖ ମିଳିଗଲା ତୋତେ
ଲୋ….କୋଉ ସୁଖ ମିଳିଗଲା ତୋତେ
Monalisa Kahin Chhadi Chali Galu Your Astrology Guru Lyrics In Odia Language
Thank You