Table of Contents
Your Astrology Guru Lyrics
Nadire Nadi Your Astrology Guru Lyrics In Odia Language
ନଦୀରେ ନଦୀ କହରେ ନଦୀ
ତୁଠ ତୋର କିଏ କଲା ଏତେ ହଳଦୀ
ତୁଠ ତୋର କିଏ କଲା ଏତେ ହଳଦୀ
କିଏସେ ଯାଇଚି ତା ଦେହ ପଖାଳି
କିଏସେ ଯାଇଚି ତା ଦେହ ପଖାଳି
କହ ତା ଠିକଣା ମତେ ଜାଣିଚୁ ଜଦି
ନଦୀରେ ନଦୀ କହରେ ନଦୀ
ନଦୀରେ ତୋ ପାଣି କାଇଁ
ଅତର ଅତର ବସେ
ସେ ପାଣିରେ କହ ଆଜି
କାହାର ଓଢଣୀ ଭାସେ
ନଦୀରେ ତୋ ପାଣି କାଇଁ
ଅତର ଅତର ବସେ
ସେ ପାଣିରେ କହ ଆଜି
କାହାର ଓଢଣୀ ଭାସେ
କିଏସେ ଯାଇଚି ତା ଓଢଣୀ ଭୁଲି
କିଏସେ ଯାଇଚି ତା ଓଢଣୀ ଭୁଲି
ସେଇ ଓଢଣୀରେ ହୁଏ ମୋ ମନ ଛନ୍ଦି
ନଦୀରେ ନଦୀ କହରେ ନଦୀ
ତୁଠ ପଥରରେ ପାଦ କିଏସେ ଫେରିଚି ଘଷି
ପଥର ଫାଙ୍କରେ ପଟେ ପାଉଁଜି ପଡିଚି ଖସି
ତୁଠ ପଥରରେ ପାଦ କିଏସେ ଫେରିଚି ଘଷି
ପଥର ଫାଙ୍କରେ ପଟେ ପାଉଁଜି ପଡିଚି ଖସି
କିଏସେ ଯାଇଚି ପାଉଁଜି ହଜେଇ
କିଏସେ ଯାଇଚି ପାଉଁଜି ହଜେଇ
ଗୋଟିଏ ପାଦରେ ପୁଣି ପଟିଏ ପିନ୍ଧି
ନଦୀରେ ନଦୀ କହରେ ନଦୀ
ନଦୀରେ ନଦୀ କହରେ ନଦୀ
ତୁଠ ତୋର କିଏ କଲା ଏତେ ହଳଦୀ
ତୁଠ ତୋର କିଏ କଲା ଏତେ ହଳଦୀ
କିଏସେ ଯାଇଚି ତା ଦେହ ପଖାଳି
କିଏସେ ଯାଇଚି ତା ଦେହ ପଖାଳି
କହ ତା ଠିକଣା ମତେ ଜାଣିଚୁ ଜଦି
ନଦୀରେ ନଦୀ କହରେ ନଦୀ
ନଦୀରେ ନଦୀ କହରେ ନଦୀ
Nadire Nadi Your Astrology Guru Lyrics In Odia Font
Thank You