Table of Contents
Your Astrology Guru Lyrics
ଯାଏ କାନି ଉଡେଇ
Nai Kule Kule Kie Lo Your Astrology Guru Lyrics In Odia Language
ଯାଏ କାନି ଉଡେଇ
ଫେରି ଫେରି ମତେ ଚାହେଁ ଲୋ
ନିଏ ମନ ଚୋରେଇ
ନଈ କୂଳେ କୂଳେ କିଏ ଲୋ
ଯାଏ କାନି ଉଡେଇ
ଫେରି ଫେରି ମତେ ଚାହେଁ ଲୋ
ନିଏ ମନ ଚୋରେଇ
ସିଏ କୋଉ ଗାଆଁ ଝିଅ
ଚିନ୍ହା ଲାଗେ ତାର ମୁହଁ
ସିଏ କୋଉ ଗାଆଁ ଝିଅ
ଚିନ୍ହା ଲାଗେ ତାର ମୁହଁ
ହସି ଦେଲେ ଖେଳେ ଭଉଁରୀ
ଦିଏ ବାଟ ଭୁଲେଇ
ନଈ କୂଳେ କୂଳେ କିଏ ଲୋ
ଯାଏ କାନି ଉଡେଇ
ପ୍ରଜାପତି ଉଡେ ବିନା ଫଗୁଣରେ
ଦେଖି ତା ଚଗଲି ଆଖି
ଦିନ ବେଳେ ଜହ୍ନ ହୁଏ ଛନ ଛନ
ତା ରୂପ ମାଧୁରୀ ଦେଖି
ପ୍ରଜାପତି ଉଡେ ବିନା ଫଗୁଣରେ
ଦେଖି ତା ଚଗଲି ଆଖି
ଦିନ ବେଳେ ଜହ୍ନ ହୁଏ ଛନ ଛନ
ତା ରୂପ ମାଧୁରୀ ଦେଖି
ଭଲ ଲାଗେ ତାର ସଜ
ଭଲ ଲାଗେ ତାର ଲାଜ
ଭଲ ଲାଗେ ତାର ସଜ
ଭଲ ଲାଗେ ତାର ଲାଜ
ମୁହାଁ ମୁହିଁ ହେଇ ଗଲେ ଲୋ
ଚାହେଁ ମତେ ଲାଜେଇ
ନଈ କୂଳେ କୂଳେ କିଏ ଲୋ
ଯାଏ କାନି ଉଡେଇ
ଏବେବି ରଜରେ ପୁନେଇ ସଞ୍ଜରେ
ସଖି ମେଳେ ଖେଳେ ପୁଚି
ଚଗଲା ଏ ମନ ଝୁରେ ରାତି ଦିନ
ଦେଖେ ତାକୁ ଲୁଚି ଲୁଚି
ଏବେବି ରଜରେ ପୁନେଇ ସଞ୍ଜରେ
ସଖି ମେଳେ ଖେଳେ ପୁଚି
ଚଗଲା ଏ ମନ ଝୁରେ ରାତି ଦିନ
ଦେଖେ ତାକୁ ଲୁଚି ଲୁଚି
ସାଥେ ବେଦିରେ ବସିବ
ହାତେ କୋଉଡ଼ି ଧରିବ
ସାଥେ ବେଦିରେ ବସିବ
ହାତେ କୋଉଡ଼ି ଧରିବ
ଫୁଲ ଯିବ ଫୁଟି ଫୁଟି ଲୋ
ଆସୁ ଏରୁଣ୍ଡି ଡ଼େଇଁ
ନଈ କୂଳେ କୂଳେ କିଏ ଲୋ
ଯାଏ କାନି ଉଡେଇ
ଫେରି ଫେରି ମତେ ଚାହେଁ ଲୋ
ନିଏ ମନ ଚୋରେଇ
Nai Kule Kule Kie Lo Your Astrology Guru Lyrics In Odia Font
Thank You