Table of Contents
Your Astrology Guru Lyrics
ଯେବେ ଝରକାରେ ତମ ମୁହଁ ଦିଶେନା
phaguna phaguna pari Your Astrology Guru Lyrics in odia language
Male
ଫଗୁଣ ଫଗୁଣ ପରି ଲାଗେନା
ଫଗୁଣ ଫଗୁଣ ପରି ଲାଗେନା ଯେବେ ଝରକାରେ
ଯେବେ ଝରକାରେ ତମ ମୁହଁ ଦିଶେନା
ଶ୍ରାବଣ ଶ୍ରାବଣ ପରି ଲାଗେନା
ଶ୍ରାବଣ ଶ୍ରାବଣ ପରି ଲାଗେନା ଯେବେ ବଉଦରେ
ଯେବେ ବଉଦରେ ତମ ଛବି ଭାସେନା
ହେ ପ୍ରିୟା ସବୁ ନା ନା ତୋ ବିନା
ହେ ପ୍ରିୟା ସବୁ ନା ନା ତୋ ବିନା
Male
ତମେ ସତେ ମୋତି ପରି
କାକର ଟୋପାରେ ସୁନାର ସକାଳ
ତମେ ପୁଣି ପ୍ରୀତି ଭରା
ଫୁଲ ପାଖୁଡ଼ାରେ ରୁପା ସଞ୍ଜ ବେଳ
Female
ତମେ ମୋର ସକାଳର
ଶୀତଳ ପବନ ସିନ୍ଦୁରିତ ଆଶା
ତମେ ମୋର ସନ୍ଧ୍ୟାର
ସଜ ଫୁଟା ଫୁଲ ଝୁମି ଝୁମି ନିଶା
Male
ଜୋଛନା ଜୋଛନା ପରି ଲାଗେନା
ଜୋଛନା ଜୋଛନା ପରି ଲାଗେନା ଯେବେ ଜହ୍ନରେ
ଯେବେ ଜହ୍ନରେ ତମ ହସ ମିଶେନା
ହେ ପ୍ରିୟା ସବୁ ନା ନା ତୋ ବିନା
ହେ ପ୍ରିୟା ସବୁ ନା ନା ତୋ ବିନା
Female
ତମେ ମୋର ଜୀବନର
ଅଜଣା ବାଟରେ ସୁନେଲି ବିହଙ୍ଗ
ତମେ ମୋର ସପନର
ରୂପେଲି ସାଗରେ ପ୍ରୀତିର ତରଙ୍ଗ
Male
ହୋ ତମ କଥା ଭାବୁ ଭାବୁ
ଦିନ ସରିଯାଏ ଆସିଯାଏ ରାତି
ରାତି କହେ ତମକୁ ମୁ
ଛାତି ତଳେ ମୋର ରଖିଛି ସାଇତି
Female
ଜୀବନ ଜୀବନ ପରି ଲାଗେନା
ଜୀବନ ଜୀବନ ପରି ଲାଗେନା ଯେବେ ପବନରେ
ଯେବେ ପବନରେ ତମ ଡାକ ଶୁଭେନା
Male
ହେ ପ୍ରିୟା ସବୁ ନା ନା ତୋ ବିନା
ହେ ପ୍ରିୟା ସବୁ ନା ନା ତୋ ବିନା
ହେ ପ୍ରିୟା ମୋ ପ୍ରିୟା ସବୁ ନା ନା ତୋ ବିନା
phaguna phaguna pari lagena Your Astrology Guru Lyrics in odia language
Thank You