Table of Contents
Your Astrology Guru Lyrics
ଦୁନିଆ ତ ବୁଝେ ନାହିଁ
Rupara Hatare Manara Mula Your Astrology Guru Lyrics In Odia Language
ଦୁନିଆ ତ ବୁଝେ ନାହିଁ
ଛଳନା ହାଟରେ ପ୍ରେମର ମୁଲ
ଦୁନିଆ ତ ବୁଝେ ନାହିଁ
ବୁଝୁକି ନବୁଝୁ ଏଇ ଦୁନିଆ
ଲାଗିଯାଉ ପଛେ ମନରେ ନିଆଁ
ରହିଚି ରହିବ ପ୍ରେମ ତ ଅମର
ପ୍ରେମ କେବେ ମରେ ନାହିଁ
ରୂପର ହାଟରେ ମନର ମୁଲ
ଦୁନିଆ ତ ବୁଝେ ନାହିଁ
ଛଳନା ହାଟରେ ପ୍ରେମର ମୁଲ
ଦୁନିଆ ତ ବୁଝେ ନାହିଁ
ରୂପ ଏଠି ମନ କିଣେ ରୂପ ବିକେ ପ୍ରେମ
ରୂପର ଏ ଦୁନିଆରେ କିଏ ବୁଝେ ମନ
ମନ ଥରେ ଭାଙ୍ଗି ଗଲେ ହୁଏ ନାହିଁ ଗଢି
କିଏ ସତେ ପ୍ରେମ କରେ କୁହ ମନ ପଢି
ମନ ପଢି ଥିଲେ ପ୍ରେମ ତ ମିଠା
ନିଦରେ ଲାଗେରେ ସପନ ଅଠା
ସତ ହଉ ଅବା ହଉ କେବେ ମିଛ
ସ୍ବପ୍ନ କେବେ ସରେ ନାହିଁ
ସନ୍ଦେହ ହାଟରେ ସମ୍ପର୍କ ମୁଲ
ଦୁନିଆ ତ ବୁଝେ ନାହିଁ
ବିଚ୍ଛେଦ ହାଟରେ ମିଳନ ମୁଲ
ଦୁନିଆ ତ ବୁଝେ ନାହିଁ
ପ୍ରେମ ମାନେ ରାଧା କୃଷ୍ଣ ପ୍ରେମ ମାନେ ପୂଜା
ଇନ୍ଦ୍ରଧନୁ ପରି ପ୍ରେମ ସାତ ରଙ୍ଗେ ସଜା
ସେ ରଙ୍ଗ ଲାଗିଲେ ପ୍ରେମୀ ଆନମନା ହୁଏ
ହେଲେ ଏ ଦୁନିଆ ତାକୁ ପାପ ବୋଲି କୁହେ
କହିଲେ କହୁ ଏ ଦୁନିଆ ଯାହା
ପ୍ରେମ ତ ଜୀବନେ ବଞ୍ଚିବା ରାହା
ସାଥି ଜଦି କେବେ ପର ହେଇଯାଏ
ସ୍ମୁତି ତାର ମରେ ନାହିଁ
ରଙ୍ଗ ହାଟରେ ସିନ୍ଦୁର ମୁଲ
ଦୁନିଆ ତ ବୁଝେ ନାହିଁ
କାଚର ହାଟରେ ଶଙ୍ଖାର ମୁଲ
ଦୁନିଆ ତ ବୁଝେ ନାହିଁ
ବୁଝୁକି ନବୁଝୁ ଏଇ ଦୁନିଆ
ଲାଗିଯାଉ ପଛେ ମନରେ ନିଆଁ
ରହିଚି ରହିବ ପ୍ରେମ ତ ଅମର
ପ୍ରେମ କେବେ ମରେ ନାହିଁ
ରୂପର ହାଟରେ ମନର ମୁଲ
ଛଳନା ହାଟରେ ପ୍ରେମର ମୁଲ
Rupara Hatare Your Astrology Guru Lyrics In English Font
Thank You