Loading...

299 Big Street, Govindpur, India

Open daily 10:00 AM to 10:00 PM

Sei Chinha Bata Dei Your Astrology Guru Lyrics In Odia Font

Babul Supriyo

Your Astrology Guru Lyrics

ସେଇ ଚିନ୍ହା ବାଟ ଦେଇ ଯେବେ ଚାଲି ଯାଏ


Sei Chinha Bata Dei Your Astrology Guru Lyrics In Odia Language

ସେଇ ଚିନ୍ହା ବାଟ ଦେଇ ଯେବେ ଚାଲି ଯାଏ
ହେ ହେ ହେ
ସେଇ ଚିନ୍ହା ବାଟ ଦେଇ ଯେବେ ଚାଲି ଯାଏ
ପାଦ ମୋର ସେଇ ଘର ପାଖେ ରହି ଯାଏ
ନା ଆଗକୁ ପାଦ ବଢ଼େ ନା ପଛକୁ ପାଦ ଫେରେ
ନା ଆଗକୁ ପାଦ ବଢ଼େ ନା ପଛକୁ ପାଦ ଫେରେ
କିଛି କଥା ମନେ ପଡେ
ହାଏ କିଛି କଥା ମନେ ପଡେ
ସେଇ ଚିନ୍ହା ବାଟ ଦେଇ ଯେବେ ଚାଲି ଯାଏ
ପାଦ ମୋର ସେଇ ଘର ପାଖେ ରହି ଯାଏ



ମନେ ପଡେ ବରଷାରେ ଦିନେ ଗଲା ବେଳେ
ରହିଥିଲି ରାତିଟିଏ ଏଇ ଛାତ ତଳେ
ଦୀପ ଧରି ଦୀପ ଶିଖା ପାଖେ ଆସିଥିଲା
ଆଜି ରାତି ଆମ ଘରେ ରୁହ କହିଥିଲା
କାହିଁ କୁଆଡେ ଗଲା ସେ ଝିଅ
ଆଖି ଖୋଜେ ତା ଗୋଲାପୀ ମୁଁହ
କାହିଁ କୁଆଡେ ଗଲା ସେ ଝିଅ
ଆଖି ଖୋଜେ ତା ଗୋଲାପୀ ମୁଁହ
ଲୁହ ଝରେ ନୀରବରେ
ହାଏ ଲୁହ ଝରେ ନୀରବରେ
ସେଇ ଚିନ୍ହା ବାଟ ଦେଇ ଯେବେ ଚାଲି ଯାଏ
ପାଦ ମୋର ସେଇ ଘର ପାଖେ ରହି ଯାଏ



ଋତୁ ଆସେ ଋତୁ ଯାଏ ଯାଏ ଦିନ ସରି
ଫେରେ ନାହିଁ ସେହି ରାତି ମନ ହୁଏ ଝୁରି
ଏମିତିକା କିଛି ସ୍ମୁତି ଥାଏ ଜୀବନରେ
ସେତେ ବେଶି ମନେ ପଡେ ଯେତେ ପାଶୋରିଲେ
ସ୍ମୁତି ଏମିତିକା ଫୁଲଟିଏ
ହୀରା ମୋତି ତାର ମୁଲ ନୁହେଁ
ସ୍ମୁତି ଏମିତିକା ଫୁଲଟିଏ
ହୀରା ମୋତି ତାର ମୁଲ ନୁହେଁ
ଘର ତାର ହୃଦୟରେ
ହାଏ ଘର ତାର ହୃଦୟରେ

ସେଇ ଚିନ୍ହା ବାଟ ଦେଇ ଯେବେ ଚାଲି ଯାଏ
ପାଦ ମୋର ସେଇ ଘର ପାଖେ ରହି ଯାଏ
ନା ଆଗକୁ ପାଦ ବଢ଼େ ନା ପଛକୁ ପାଦ ଫେରେ
ନା ଆଗକୁ ପାଦ ବଢ଼େ ନା ପଛକୁ ପାଦ ଫେରେ
କିଛି କଥା ମନେ ପଡେ
ହାଏ ଲୁହ ଝରେ ନୀରବରେ
ହାଏ ଘର ତାର ହୃଦୟରେ

Sei Chinha Bata Dei Your Astrology Guru Lyrics In English Font

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00