କୁଣ୍ଡଳୀରେ ଯଦି ଶନି ଅଶୁଭ ସ୍ଥାନରେ ଥାଏ ତେବେ ଜାଣି ନିଅନ୍ତୁ କି ଆପଣଙ୍କର ଖରାପ ସମୟ ଚାଲୁଛି । ଶନିଙ୍କ ପ୍ରଭାବରେ ଆସିଥିବା ଜାତକକୁ ଶନି ତୁରନ୍ତ ହିଁ ନ୍ୟାୟ ଦିଅନ୍ତି । ଏହି ଜାତକ ଗୁଡିକର ଭଲ ଏବଂ ମନ୍ଦ କର୍ମର ନିର୍ଣ୍ଣୟ କରନ୍ତି ଏବଂ ଉଚିତ ଫଳ ଦିଅନ୍ତି ।
ଶନି ଗ୍ରହର ପ୍ରଭାବରୁ ବଞ୍ଚିବା ପାଇଁ କିଛି ଖାସ ଉପାୟ କରନ୍ତୁ ଯାହା ଦ୍ଵାରା ଏହି ପ୍ରଭାବ ଅଳ୍ପ କିଛି କମ ହୋଇପାରେ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ।
ସନ୍ଧ୍ୟା ସମୟରେ ହନୁମାନ ଚାଳିଶା ପଢନ୍ତୁ ଏବଂ ପବନ ପୁତ୍ରଙ୍କୁ ବେଶନର ଲଡୁ ଭୋଗରେ ଦିଅନ୍ତୁ । ଏହା ବ୍ୟତୀତ କଳା ଗାଇର ସେବା କରନ୍ତୁ ଏବଂ ସବୁ ଶନିବାର ରେ ଗୋମତାଙ୍କ ମୁଣ୍ଡ ଉପରେ ସିଦୂର ଲଗାଇ , ସିଙ୍ଗରେ ନାଲି ସୂତା ବାନ୍ଧି ପୂଜା କରନ୍ତୁ । ଏହା ପରେ ଗୋମାତାଙ୍କୁ ପରିକର୍ମା କରିକି ଗାଈଙ୍କୁ ବୁନ୍ଦିର ଲଡୁ ଖାଇବାକୁ ଦିଅନ୍ତୁ ।
ଶନିବାରକୁ ବ୍ରତ ରଖନ୍ତୁ ଏବଂ ଭଗବାନ ହନୁମାନଙ୍କୁ ପୂଜା କରନ୍ତୁ । ସୂର୍ଯ୍ୟାସ୍ତ ପୂର୍ବରୁ ବଟ ଏବଂ ଓସ୍ତ ଗଛ ତଳେ ସୋରିଷ ତେଲରେ ଦୀପ ଜଳାନ୍ତୁ । ଏହି ଦିନରେ ମାଙ୍କଡମାନଙ୍କୁ କଦଳୀ ଓ ଗୁଡ ଖାଇବାକୁ ଦିଅନ୍ତୁ । ଏହା କଲେ ଶନିଦେବ ଖୁସି ହେବେ ଏବଂ ଆପଣଙ୍କ ଜାତକର ଖରାପ ପ୍ରଭାବ କିଛି ଅଂଶ କମିଯିବ ।
ଶନିଙ୍କ ସାଢ଼େସାତୀ କୁ ଦୂର କରିବା ପାଇଁ ଭୋଜନ କରିବା ପୂର୍ବରୁ ବଢାଯାଇଥିବା ଖାଦ୍ୟରୁ କିଛି କିଛି ଖାଦ୍ୟ କାଉକୁ ଖାଇବାକୁ ଦିଅନ୍ତୁ । ଶନିଙ୍କ କୁ ପ୍ରଭାବରୁ ବଞ୍ଚିବା ପାଇଁ ସୋରିଷ ତେଲ ଓ ରାଶି ତେଲ ଦାନ କରନ୍ତୁ । ଶନିଙ୍କ ଖରାପ ପ୍ରଭାବରୁ ବଞ୍ଚିବା ପାଇଁ ସୁରେଇରେ ଜଳ ନେଇକି ମାଟିରେ ପୋତି ଦିଅନ୍ତୁ । ଖାଲି ଏତିକି ନୁହେଁ ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଅନ୍ତୁ ନାହିଁ ।
ଯଦି ଶନି ସପ୍ତମ ସ୍ଥାନରେ ଅଛନ୍ତି ତେବେ ମଦ୍ୟ ପାନ କରନ୍ତୁନାହିଁ ନହେଲେ ଆର୍ଥିକ ଏବଂ ଶାରୀରିକ ଅବସ୍ତାରେ ସମସ୍ୟା ଦେଖା ଯାଇପାରେ । ଏହି ଅବସ୍ଥାରୁ ବଞ୍ଚିବା ପାଇଁ କୌଣସି ଦରକାରୀ ମଣିଷଙ୍କୁ ଶନିବାର ଦିନ ରାଶି , ତେଲ ଏବଂ କଳା କପଡା ଦାନ ଦିଅନ୍ତୁ ।
ଆଶାକରୁଛୁ ଆମର ଏହି ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।