Loading...

299 Big Street, Govindpur, India

Open daily 10:00 AM to 10:00 PM

ଶନିଙ୍କର କୁ ପ୍ରଭାବରୁ ଆପଣଙ୍କୁ ବଞ୍ଚେଇ ପାରିବ ଏହି ଉପାୟ, ଆର୍ଥିକ ଖରାପ ଅବସ୍ତାରୁ ବଞ୍ଚିବା ପାଇଁ ଶନିବାର ଦିନ କରନ୍ତୁ ଏହି ଉପାୟ

କୁଣ୍ଡଳୀରେ ଯଦି ଶନି ଅଶୁଭ ସ୍ଥାନରେ ଥାଏ ତେବେ ଜାଣି ନିଅନ୍ତୁ କି ଆପଣଙ୍କର ଖରାପ ସମୟ ଚାଲୁଛି ।  ଶନିଙ୍କ ପ୍ରଭାବରେ ଆସିଥିବା ଜାତକକୁ ଶନି ତୁରନ୍ତ ହିଁ ନ୍ୟାୟ ଦିଅନ୍ତି । ଏହି ଜାତକ ଗୁଡିକର ଭଲ ଏବଂ ମନ୍ଦ କର୍ମର ନିର୍ଣ୍ଣୟ କରନ୍ତି ଏବଂ  ଉଚିତ ଫଳ ଦିଅନ୍ତି ।

ଶନି ଗ୍ରହର ପ୍ରଭାବରୁ ବଞ୍ଚିବା ପାଇଁ କିଛି ଖାସ ଉପାୟ କରନ୍ତୁ ଯାହା ଦ୍ଵାରା ଏହି ପ୍ରଭାବ ଅଳ୍ପ କିଛି କମ ହୋଇପାରେ ।  ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ।

ସନ୍ଧ୍ୟା ସମୟରେ ହନୁମାନ ଚାଳିଶା ପଢନ୍ତୁ ଏବଂ ପବନ ପୁତ୍ରଙ୍କୁ ବେଶନର ଲଡୁ ଭୋଗରେ  ଦିଅନ୍ତୁ । ଏହା ବ୍ୟତୀତ କଳା ଗାଇର ସେବା କରନ୍ତୁ ଏବଂ ସବୁ ଶନିବାର ରେ ଗୋମତାଙ୍କ ମୁଣ୍ଡ ଉପରେ ସିଦୂର ଲଗାଇ , ସିଙ୍ଗରେ ନାଲି ସୂତା ବାନ୍ଧି ପୂଜା କରନ୍ତୁ । ଏହା ପରେ ଗୋମାତାଙ୍କୁ ପରିକର୍ମା କରିକି ଗାଈଙ୍କୁ ବୁନ୍ଦିର ଲଡୁ ଖାଇବାକୁ ଦିଅନ୍ତୁ ।

ଶନିବାରକୁ ବ୍ରତ ରଖନ୍ତୁ ଏବଂ ଭଗବାନ ହନୁମାନଙ୍କୁ ପୂଜା କରନ୍ତୁ । ସୂର୍ଯ୍ୟାସ୍ତ ପୂର୍ବରୁ ବଟ ଏବଂ ଓସ୍ତ ଗଛ ତଳେ ସୋରିଷ ତେଲରେ ଦୀପ ଜଳାନ୍ତୁ । ଏହି ଦିନରେ ମାଙ୍କଡମାନଙ୍କୁ କଦଳୀ ଓ ଗୁଡ ଖାଇବାକୁ ଦିଅନ୍ତୁ । ଏହା କଲେ ଶନିଦେବ ଖୁସି ହେବେ ଏବଂ ଆପଣଙ୍କ ଜାତକର ଖରାପ ପ୍ରଭାବ କିଛି ଅଂଶ କମିଯିବ ।

ଶନିଙ୍କ ସାଢ଼େସାତୀ କୁ  ଦୂର କରିବା ପାଇଁ ଭୋଜନ କରିବା ପୂର୍ବରୁ ବଢାଯାଇଥିବା ଖାଦ୍ୟରୁ କିଛି କିଛି ଖାଦ୍ୟ କାଉକୁ ଖାଇବାକୁ ଦିଅନ୍ତୁ । ଶନିଙ୍କ କୁ ପ୍ରଭାବରୁ ବଞ୍ଚିବା ପାଇଁ ସୋରିଷ ତେଲ ଓ ରାଶି ତେଲ ଦାନ କରନ୍ତୁ । ଶନିଙ୍କ ଖରାପ ପ୍ରଭାବରୁ ବଞ୍ଚିବା ପାଇଁ ସୁରେଇରେ ଜଳ ନେଇକି ମାଟିରେ ପୋତି ଦିଅନ୍ତୁ । ଖାଲି ଏତିକି ନୁହେଁ ରାତିରେ ଶୋଇବା ପୂର୍ବରୁ କ୍ଷୀର  ପିଅନ୍ତୁ ନାହିଁ ।

ଯଦି ଶନି ସପ୍ତମ ସ୍ଥାନରେ  ଅଛନ୍ତି ତେବେ ମଦ୍ୟ ପାନ କରନ୍ତୁନାହିଁ  ନହେଲେ ଆର୍ଥିକ ଏବଂ ଶାରୀରିକ ଅବସ୍ତାରେ ସମସ୍ୟା ଦେଖା ଯାଇପାରେ । ଏହି ଅବସ୍ଥାରୁ ବଞ୍ଚିବା ପାଇଁ କୌଣସି ଦରକାରୀ ମଣିଷଙ୍କୁ ଶନିବାର ଦିନ ରାଶି , ତେଲ ଏବଂ କଳା କପଡା ଦାନ ଦିଅନ୍ତୁ ।

ଆଶାକରୁଛୁ ଆମର ଏହି ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00