Loading...

299 Big Street, Govindpur, India

Open daily 10:00 AM to 10:00 PM

Suna Jhulanare Jhuluchi Dekha Odia Song Lyrics In Odia Font

ଭଜନ

ODIA SONG LYRICS

ସୁନା ଝୁଲଣାରେ ଝୁଲୁଚି ଦେଖ କହ୍ନେଇ

Suna Jhulanare Jhuluchi Dekha Odia Song Lyrics In Odia Font

ସୁନା ଝୁଲଣାରେ ଝୁଲୁଚି ଦେଖ କହ୍ନେଇ
ସୁନା ଝୁଲଣାରେ ଝୁଲୁଚି ଦେଖ କହ୍ନେଇ
ବାହୁ ଝୁଲଣାରେ ତାର ରାଧିକା ମାଇଁ
ବାହୁ ଝୁଲଣାରେ ତାର ରାଧିକା ମାଇଁ
ଆଜି ତ ପୁନେଇ କାହ୍ନୁ ସାଥେ ରାଇ
ଏମିତି ବିଚିତ୍ର ଲୀଳା ଜଗତରେ ନାହିଁ
ଆଜି ତ ପୁନେଇ କାହ୍ନୁ ସାଥେ ରାଇ
ଏମିତି ବିଚିତ୍ର ଲୀଳା ଜଗତରେ ନାହିଁ
(ସୁନା ଝୁଲଣାରେ ଝୁଲୁଚି ଦେଖ ଲୋ କହ୍ନେଇ)
ବାହୁ ଝୁଲଣାରେ ତାର ରାଧିକା ମାଇଁ
ବାହୁ ଝୁଲଣାରେ ତାର ରାଧିକା ମାଇଁ


କୋମଳ ଶ୍ରୀଅଙ୍ଗେ ଶୋଭା ପାଟ ପିତାମ୍ବରୀ
ତ୍ରିଭଙ୍ଗୀ ଠାଣିରେ ଦେଖ ନାଚେ ବଂଶୀଧାରି
ରାଧିକା ହାତରେ ଧରି ରଙ୍ଗ ପିଚକାରୀ
ଶ୍ୟାମଳ ଦେହରେ ଦେଲା ନାଲି ରଙ୍ଗ ମାରି
କି ସୁନ୍ଦର…..
କି ସୁନ୍ଦର ଦିଶୁଛି ଲୋ କଳା କହ୍ନେଇ
ଖିଲି ଖିଲି ହସୁଚି ଲୋ ରାଧିକା ମାଇଁ
ଖିଲି ଖିଲି ହସୁଚି ଲୋ ରାଧିକା ମାଇଁ
(ସୁନା ଝୁଲଣାରେ ଝୁଲୁଚି ଦେଖ ଲୋ କହ୍ନେଇ)
ବାହୁ ଝୁଲଣାରେ ତାର ରାଧିକା ମାଇଁ
ବାହୁ ଝୁଲଣାରେ ତାର ରାଧିକା ମାଇଁ


ନାଟୁଆ କହ୍ନେଇ ଦେଖ କଳା ରଙ୍ଗ ଧରି
ସୁନ୍ଦରୀ ରାଧିକା ଗାଲେ ଦେଲା ରଙ୍ଗ ମାରି
ରାଧିକା ଗାଲରେ କଳା ଦିଶେ କେଡେ ତୋରା
କହ୍ନେଇ ଗାଲରେ ନାଲି ସକାଳର ଖରା
ତ୍ରିଭୁବନେ…..
ତ୍ରିଭୁବନେ ଏମିତିକା ରଙ୍ଗ ତ ନାହିଁ
ସେଇ ରଙ୍ଗ ସତ୍ୟ ଶିବ ସୁନ୍ଦର ଅଟଇ
ସେଇ ରଙ୍ଗ ସତ୍ୟ ଶିବ ସୁନ୍ଦର ଅଟଇ
ସୁନା ଝୁଲଣାରେ ଝୁଲୁଚି ଦେଖ କହ୍ନେଇ
ସୁନା ଝୁଲଣାରେ ଝୁଲୁଚି ଦେଖ କହ୍ନେଇ
ବାହୁ ଝୁଲଣାରେ ତାର ରାଧିକା ମାଇଁ
ବାହୁ ଝୁଲଣାରେ ତାର ରାଧିକା ମାଇଁ
ଆଜି ତ ପୁନେଇ କାହ୍ନୁ ସାଥେ ରାଇ
ଏମିତି ବିଚିତ୍ର ଲୀଳା ଜଗତରେ ନାହିଁ
ଆଜି ତ ପୁନେଇ କାହ୍ନୁ ସାଥେ ରାଇ
ଏମିତି ବିଚିତ୍ର ଲୀଳା ଜଗତରେ ନାହିଁ
(ସୁନା ଝୁଲଣାରେ ଝୁଲୁଚି ଦେଖ ଲୋ କହ୍ନେଇ)
ବାହୁ ଝୁଲଣାରେ ତାର ରାଧିକା ମାଇଁ
(ବାହୁ ଝୁଲଣାରେ ତାର ରାଧିକା ମାଇଁ)
ଓ…ବାହୁ ଝୁଲଣାରେ ତାର ରାଧିକା ମାଇଁ
(ବାହୁ ଝୁଲଣାରେ ତାର ରାଧିକା ମାଇଁ)

Suna Jhulanare Jhuluchi Dekha Kahnei Odia Song Lyrics In Odia Language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00