Table of Contents
Your Astrology Guru Lyrics
କାଳିଆ କରୁଣା ଶେଷ ପାଉଣା
Swarga Dwara Mora Sesa Thikana Your Astrology Guru Lyrics In Odia Language
କାଳିଆ କରୁଣା ଶେଷ ପାଉଣା
ସ୍ୱର୍ଗ ଦ୍ୱାର ମୋର ଶେଷ ଠିକଣା
କାଳିଆ କରୁଣା ଶେଷ ପାଉଣା
ଦୁଇ ଦିନ ଏଇ ମଣିଷ ଜୀବନ
ଶେଷ ଆଶା ମୋର ପତିତ ପାବନ
ଜୁଇ ଚିତା ମୋର ଶେଷ ବିଛଣା
ସ୍ୱର୍ଗ ଦ୍ୱାର ମୋର ଶେଷ ଠିକଣା
କାଳିଆ କରୁଣା ଶେଷ ପାଉଣା
ଆସିଥିଲି ଦିନେ ଡାକି କୁଆଁ କୁଆଁ
ଚାଲି ଯିବି ଡାକି କାଳିଆ କାଳିଆ
ଅଢେଇ ଦିନିଆଁ ଏସାରା ଦୁନିଆ
ଶେଷ ବନ୍ଧୁ ମୋର ବଡ ଦେଉଳିଆ
ଜନମ ମରଣ ମଝିରେ ନିଶ୍ୱାସ
ଶେଷ ସମ୍ପତି ମୋ ଟିକିଏ ବିଶ୍ୱାସ
ଛ ଖଣ୍ଡ ବାଉଁଶ ଶେଷ ଝୁଲଣା
ସ୍ୱର୍ଗ ଦ୍ୱାର ମୋର ଶେଷ ଠିକଣା
କାଳିଆ କରୁଣା ଶେଷ ପାଉଣା
ସବୁ ଦୁଃଖ ତାର ସିଂହ ଦ୍ୱାରେ ଶେଷ
ସବୁ ପାପ ତାର ପାଦ ତଳେ ଶେଷ
ଏଇ ଦେହ ହାଡ ରକତ ମାଉଁସ
ଦେହ ଶେଷ ହେଲେ ମୁଠାଏ ପାଉଁଶ
ଶେଷ ବେଳେ ଧର୍ମ କରିବି ଅର୍ଜନ
ଶେଷ ଭାଷା ମୋର ତା ନାମ ଭଜନ
ତୁଳସୀ ଚନ୍ଦନ ଶେଷ ଗହଣା
ସ୍ୱର୍ଗ ଦ୍ୱାର ମୋର ଶେଷ ଠିକଣା
କାଳିଆ କରୁଣା ଶେଷ ପାଉଣା
ସ୍ୱର୍ଗ ଦ୍ୱାର ମୋର ଶେଷ ଠିକଣା
କାଳିଆ କରୁଣା ଶେଷ ପାଉଣା
ଦୁଇ ଦିନ ଏଇ ମଣିଷ ଜୀବନ
ଶେଷ ଆଶା ମୋର ପତିତ ପାବନ
ଜୁଇ ଚିତା ମୋର ଶେଷ ବିଛଣା
ସ୍ୱର୍ଗ ଦ୍ୱାର ମୋର ଶେଷ ଠିକଣା
କାଳିଆ କରୁଣା ଶେଷ ପାଉଣା
ସ୍ୱର୍ଗ ଦ୍ୱାର ମୋର ଶେଷ ଠିକଣା
କାଳିଆ କରୁଣା ଶେଷ ପାଉଣା
ଶେଷ ପାଉଣା ହାଏ ଶେଷ ପାଉଣା
ଶେଷ ଠିକଣା ହାଏ ଶେଷ ଠିକଣା
Swarga Dwara Mora Sesa Thikana Your Astrology Guru Lyrics In Odia Language
Thank You