Table of Contents
Your Astrology Guru Lyrics
ଯିଏ ଗଲା ତତେ ଭୁଲି
taku bhulijare hrudaya Your Astrology Guru Lyrics in odia language
ତାକୁ ଭୁଲିଯାରେ ହୃଦୟ
ଯିଏ ଗଲା ତତେ ଭୁଲି
କାହିଁ ଚାହିଁଚୁ ତା ବାଟକୁ
ପୁଣି ଫେରିବ ସେ ବୋଲି
କାନ୍ଦିବୁ ତୁ ଖାଲି
ତାକୁ ଭୁଲିଯାରେ ହୃଦୟ
ଯିଏ ଦୁଃଖ ଦେଲା ଖାଲି
କାହିଁ ଦେଖୁଚୁ ତା ସପନ
ଯିଏ ଦୂରେ ଗଲା ଚାଲି
ମରିବୁ ତୁ ଖାଲି
ଯାହା ହାତ ଧରି ଚାଲୁ ଥିଲୁ ତୁ ବାଟ
ଅଧା ବାଟେ ସିଏ ତୋର ଛାଡିଲା ହାତ
ହଁ ଯାହା ହାତ ଧରି ଚାଲୁ ଥିଲୁ ତୁ ବାଟ
ଅଧା ବାଟେ ସିଏ ତୋର ଛାଡିଲା ହାତ
ତତେ ଛାଡି ସିଏ ଯଦି ପାଉଚି ସୁଖ
ତୁ କାହିଁ ଜଳିବୁ କହ ଜୀବନ ଯାକ
ତାକୁ ଭୁଲିଯାରେ ହୃଦୟ
ଯିଏ ଭାଙ୍ଗିଲା ତୋ ମନ
କାହିଁ ଝୁରୁଚୁରେ ତା ପାଇଁ
ଯିଏ କଲା ବଦନାମ
ମିଛ ତାର ପ୍ରେମ
ହସ ଦବ କହି ଯିଏ ଦେଲାରେ ଲୁହ
ସିଏ କିବା ତୋ ମନକୁ ବୁଝିବ କହ
ହାଁ ହସ ଦବ କହି ଯିଏ ଦେଲାରେ ଲୁହ
ସିଏ କିବା ତୋ ମନକୁ ବୁଝିବ କହ
ବୁଝିଯାରେ ହୃଦୟ ତୁ ନୁହେଁ ସେ ତୋର
ସ୍ୱାର୍ଥପର ଦୁନିଆରେ କିଏ କାହାର
ତାକୁ ଭୁଲିଯାରେ ହୃଦୟ
ଯିଏ ଜାଳିଲା ତୋ ଖୁସି
କାହିଁ ଭିଜୁଚୁ ତା ସ୍ମୃତରେ
ଯିଏ ଲୁହ ଦେଲା ବେଶୀ
ସୁଖ ଯିବ ଭାସି
taku bhulijare hrudaya Your Astrology Guru Lyrics in odia language
Thank You