Loading...

299 Big Street, Govindpur, India

Open daily 10:00 AM to 10:00 PM

Tala Paduchi Kala Raduchi Your Astrology Guru Lyrics In Odia Language

Sricharan Mohanty

Your Astrology Guru Lyrics

ତାଳ ପଡୁଚି କାଳ ରଡୁଚି
ବଡ ଦାଣ୍ଡରେ ମୀନ ଖେଳୁଚି

Tala Paduchi Kala Raduchi Your Astrology Guru Lyrics In Odia Language

ତାଳ ପଡୁଚି କାଳ ରଡୁଚି
ବଡ ଦାଣ୍ଡରେ ମୀନ ଖେଳୁଚି
ତାଳ ପଡୁଚି କାଳ ରଡୁଚି
ବଡ ଦାଣ୍ଡରେ ମୀନ ଖେଳୁଚି
ଯୋଗୀ ଭୋଗୀ ରୋଗୀ ବାବୁ ଅବଧାନ
ହୋ ବେଳ ଥାଉ ହୁଅ ସାଧୁ ସାବଧାନ
କଳି ଯୁଗ ସରି ଆସୁଚି
ବାବୁ ଚକାଆଖି ସବୁ ଦେଖୁଚି
ବାବୁ ଚକାଆଖି ସବୁ ଦେଖୁଚି
ତାଳ ପଡୁଚି କାଳ ରଡୁଚି
ବଡ ଦାଣ୍ଡରେ ମୀନ ଖେଳୁଚି
ତାଳ ପଡୁଚି କାଳ ରଡୁଚି
ବଡ ଦାଣ୍ଡରେ ମୀନ ଖେଳୁଚି



ଦଇବ ଦଉଡି ଏମିତି ଟାଣୁଚି
ଟାଙ୍ଗିଆରେ ବାପା ପୁଅକୁ ହାଣୁଚି
ରକତରେ ହୋଲି ମଣିଷ ଖେଳୁଚି
ପର ସୁଖ ଦେଖି ଇର୍ଷାରେ ଜଳୁଚି
ଧନୀ ମହାଜନ ଯେତେ ସାହୁକାର
ହୋ ଛାଡି ଦିଅ ଗର୍ବ ଇର୍ଷା ଅହଂକାର
କର୍ମ ଫଳ ଜଣେ ଲେଖୁଚି
ବାବୁ ଚକାଆଖି ସବୁ ଦେଖୁଚି
ବାବୁ ଚକାଆଖି ସବୁ ଦେଖୁଚି
ତାଳ ପଡୁଚି କାଳ ରଡୁଚି
ବଡ ଦାଣ୍ଡରେ ମୀନ ଖେଳୁଚି
ତାଳ ପଡୁଚି କାଳ ରଡୁଚି
ବଡ ଦାଣ୍ଡରେ ମୀନ ଖେଳୁଚି



ସୁରୁଜକୁ ରାହୁ ଦେଖରେ ଗ୍ରାସୁଚି
ସବୁ ଆଡୁ ମାଡି ଅନ୍ଧାର ଆସୁଚି
ଦିନ ବେଳେ ପେଚା ବାଦୁଡ଼ି ଉଡ଼ୁଚି
ଆଖି ଖୋଲି ଦେଲେ ଡର ତ ମାଡୁଚି
ରାଜା ମହାରାଜା ମୁରୁଖ ପଣ୍ଡିତ
ଶେଷ ବେଳେ ପଢ ଗୀତା ଭାଗବତ
ହାତ ଠାରି ଜଣେ ଡାକୁଚି
ବାବୁ ଚକାଆଖି ସବୁ ଦେଖୁଚି
ବାବୁ ଚକାଆଖି ସବୁ ଦେଖୁଚି
ତାଳ ପଡୁଚି କାଳ ରଡୁଚି
ବଡ ଦାଣ୍ଡରେ ମୀନ ଖେଳୁଚି

ତାଳ ପଡୁଚି କାଳ ରଡୁଚି
ବଡ ଦାଣ୍ଡରେ ମୀନ ଖେଳୁଚି
ଯୋଗୀ ଭୋଗୀ ରୋଗୀ ବାବୁ ଅବଧାନ
ହୋ ବେଳ ଥାଉ ହୁଅ ସାଧୁ ସାବଧାନ
କଳି ଯୁଗ ସରି ଆସୁଚି
ବାବୁ ଚକାଆଖି ସବୁ ଦେଖୁଚି
ବାବୁ ଚକାଆଖି ସବୁ ଦେଖୁଚି
ଚକାଆଖି ସବୁ ଦେଖୁଚି
ବାବୁ ଚକାଆଖି ସବୁ ଦେଖୁଚି

Tala Paduchi Kala Raduchi Your Astrology Guru Lyrics In Odia Language

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00