Your Astrology Guru Lyrics
ତୋ ବେଦୀରୁ ସଵାରୀ ଯେତିକି ଦୂର
To Bediru Sabari Jetiki Dura Your Astrology Guru Lyrics In Odia Language
ତୋ ବେଦୀରୁ ସଵାରୀ ଯେତିକି ଦୂର
ମୋ ଦୁଆରୁ ମଶାଣି ସେତିକି ଦୂର
ତୋ ଶଙ୍ଖାରୁ ସିନ୍ଦୂର ଯେତିକି ଦୂର
ମୋ ଚିତାରୁ ପାଉଁଶ ସେତିକି ଦୂର
ତୋ ବେଦୀରୁ ସଵାରୀ ଯେତିକି ଦୂର
ମୋ ଦୁଆରୁ ମଶାଣି ସେତିକି ଦୂର
ଶେଷ ଇଛା ମୋର ଶେଷ ଅନୁରୋଧ
ପାରିବୁ ଜଦି ରଖିବୁ
କୋକେଇ ମୋହର ଉଠିବା ଆଗରୁ
ଦେଖି ଦେଇ ଚାଲିଯିବୁ
କଥା ଦେଇଥିଲି ଭୁଲି ନାହିଁ ଜମା
କଥା ମୋର ମୁ ରଖିବି
ତୁ ନଆସିବା ଯାଏଁ ଯିବିନି ମଶାଣି
ବାସି ମଢ଼ା ପଛେ ହେବି
ତୋ ପାଦରୁ ଅଳତା ଯେତିକି ଦୂର
ମୋ ଦୁଆରୁ ମଶାଣି ସେତିକି ଦୂର
ହୋ ଦୁଇ ଆଖି ମୋର ଖୋଲା ରଖିଥିବି
ଦେଖିବାକୁ ଶେଷ ଥର
କପାଳରେ ମୋର ତୋ ହାତ ଆଉଁସି
ବୁଜି ଦବୁ ଆଖି ମୋର
ତୋ ଘର ପାଖରୁ ନୁହେଁ ବେଶି ଦୂର
ସମାଧି ମନ୍ଦିର ମୋର
ଧୂପ କାଠି ନେଇ ଚାଲି ତୁ ଆସିବୁ
ଯେବେ ଇଛା ହବ ତୋର
ତୋ ବେଦୀରୁ ସଵାରୀ ଯେତିକି ଦୂର
ମୋ ଦୁଆରୁ ମଶାଣି ସେତିକି ଦୂର
ତୋ ଶଙ୍ଖାରୁ ସିନ୍ଦୂର ଯେତିକି ଦୂର
ମୋ ଚିତାରୁ ପାଉଁଶ ସେତିକି ଦୂର
ତୋ ବେଦୀରୁ ସଵାରୀ ଯେତିକି ଦୂର
ମୋ ଦୁଆରୁ ମଶାଣି ସେତିକି ଦୂର
To Bediru Sabari Jetiki Dura Your Astrology Guru Lyrics In Odia Language
Thank You