Table of Contents
Your Astrology Guru Lyrics
ସଞ୍ଜ ଫେରେ ପକ୍ଷୀ ଫେରେ ଜହ୍ନ ଫେରେ
Sanja Fere Pakhi Fere Your Astrology Guru Lyrics In Odia Language
ହୁଁ ସଞ୍ଜ ଫେରେ
ସଞ୍ଜ ଫେରେ ପକ୍ଷୀ ଫେରେ ଜହ୍ନ ଫେରେ
ରାତି ଫେରେ ନିଦ ଫେରେ ସ୍ବପ୍ନ ଫେରେ
ସଞ୍ଜ ଫେରେ ପକ୍ଷୀ ଫେରେ ଜହ୍ନ ଫେରେ
ରାତି ଫେରେ ନିଦ ଫେରେ ସ୍ବପ୍ନ ଫେରେ
ନଈ ଥରେ ବହି ଗଲେ ଆଉ ଫେରେନା
ଚିଠି ଥରେ ଚିରିଗଲେ ପଢି ହୁଏନା
ଲିଭେ ନାହିଁ ନିଆଁ ଜଦି ଲାଗେ ମନରେ
ସଞ୍ଜ ଫେରେ ପକ୍ଷୀ ଫେରେ ଜହ୍ନ ଫେରେ
ରାତି ଫେରେ ନିଦ ଫେରେ ସ୍ବପ୍ନ ଫେରେ
ମନ ଏକ ମାଟି ଘର ଭାଙ୍ଗି ଗଲେ
କିଏ ଅଛି ଜଣେ କୁହ ଯୋଡି ପାରେ
ହେ ପୁନେଇର ଜହ୍ନ ଥରେ ଲୁଚି ଗଲେ
ଅନ୍ଧାରରେ ବାଟୋଇ କି ଚାଲି ପାରେ
ବାଟ ଭୁଲି ଗଲେ ପକ୍ଷୀ ବସା ପାଏନା
ନିଦ ଭୁଲି ଗଲେ ଆଖି ସ୍ବପ୍ନ ଫେରେନା
ସରେ ନାହିଁ କୋହ ଜଦି ଥାଏ ଛାତିରେ
ସଞ୍ଜ ଫେରେ ପକ୍ଷୀ ଫେରେ ଜହ୍ନ ଫେରେ
ରାତି ଫେରେ ନିଦ ଫେରେ ସ୍ବପ୍ନ ଫେରେ
ଏମିତିକା ମଣିଷଟେ କେହି ନାହିଁ
ଖେଳୁ ଖେଳୁ ବାଜି କେବେ ହାରେ ନାହିଁ
ହେ ହାରି ଯାଇ ଜଦି କେହି ହସିଦିଏ
ସେଇ ଏକା ଦୁନିଆକୁ ଜିତି ଯାଏ
ସପନ ତ ଏମିତିକା କାଚ ଆଇନା
ନିଦ ଥରେ ଭାଙ୍ଗି ଗଲେ ଦେଖି ହୁଏନା
ଲୁଚେ ନାହିଁ ଲୁହ ଜଦି ଥାଏ ଆଖିରେ
ସଞ୍ଜ ଫେରେ ପକ୍ଷୀ ଫେରେ ଜହ୍ନ ଫେରେ
ରାତି ଫେରେ ନିଦ ଫେରେ ସ୍ବପ୍ନ ଫେରେ
ସଞ୍ଜ ଫେରେ ପକ୍ଷୀ ଫେରେ ଜହ୍ନ ଫେରେ
ରାତି ଫେରେ ନିଦ ଫେରେ ସ୍ବପ୍ନ ଫେରେ
ନଈ ଥରେ ବହି ଗଲେ ଆଉ ଫେରେନା
ଚିଠି ଥରେ ଚିରିଗଲେ ପଢି ହୁଏନା
ଲିଭେ ନାହିଁ ନିଆଁ ଜଦି ଲାଗେ ମନରେ
ହୁଁ ହୁଁ ହୁଁ ହୁଁ ହୁଁ ଲା ଲା ଲା ହେ ହେ ହେ
Sanja Fere Pakhi Fere Your Astrology Guru Lyrics In English Font
Thank You