ମନ ମୟୂରୀ ନୀଳକନ୍ଦରେ ଅନା କଳା ମେଘକୁ
ମନ ମୟୂରୀ ନୀଳକନ୍ଦରେ ଅନା କଳା ମେଘକୁ
ଯେଉଁ ମେଘ ଧରିଅଛି ଯେଉଁ ମେଘ ଧରିଅଛି
ଅଙ୍ଗେ ଅଙ୍ଗେ ଷୋଳ କଳାକୁ ଷୋଳ କଳାକୁ
ମନ ମୟୂରୀ ମନ ମୟୂରୀ
ମନ ମୟୂରୀ ନୀଳକନ୍ଦରେ ଅନା କଳା ମେଘକୁ
ଭକତି ମଲ୍ହାର ରାଗେ ଭଜନ ଗାଇ
ନାଚୁଥିଲେ ସେ ମେଘରେ ଲୟ ଲଗାଇ
ଭକତି ମଲ୍ହାର ରାଗେ ଭଜନ ଗାଇ
ନାଚୁଥିଲେ ସେ ମେଘରେ ଲୟ ଲଗାଇ
ମନ ମୟୂରୀ ମନ ମୟୂରୀ
ମନ ମୟୂରୀ କରୁଣା ବରଷା ଧାରା ଯାଏ ଲୋ ଝରି
ମନ ମୟୂରୀ କରୁଣା ବରଷା ଧାରା ଯାଏ ଲୋ ଝରି
ଲିଭାଇ ପାରେ ସେ ଧାରା ଲିଭାଇ ପାରେ ସେ ଧାରା
ଦୁନିଆର ଦୁଃଖ ଜ୍ୱାଳାକୁ ଦୁଃଖ ଜ୍ୱାଳାକୁ
ମନ ମୟୂରୀ ନୀଳକନ୍ଦରେ ଅନା କଳା ମେଘକୁ
ଜଗତକୁ ଘୋଟିଛି ସେ ମେଘର ଛାୟା
ସରଜିଚି ତରଣୀରେ ସବୁଜ ମାୟା
ଜଗତକୁ ଘୋଟିଛି ସେ ମେଘର ଛାୟା
ସରଜିଚି ତରଣୀରେ ସବୁଜ ମାୟା
ମନ ମୟୂରୀ ମନ ମୟୂରୀ
ମନ ମୟୂରୀ ସେ ମେଘ ସବୁରି ପୁଣି ନୁହେଁ କାହାରି
ମନ ମୟୂରୀ ସେ ମେଘ ସବୁରି ପୁଣି ନୁହେଁ କାହାରି
ଦିବାନିଶି ଭଜ ସେହି ଦିବାନିଶି ଭଜ ସେହି
ନବଘନ ଭାବ ଭୋଳାକୁ ଭାବ ଭୋଳାକୁ
ମନ ମୟୂରୀ ମନ ମୟୂରୀ
ମନ ମୟୂରୀ ନୀଳକନ୍ଦରେ ଅନା କଳା ମେଘକୁ
ମନ ମୟୂରୀ ନୀଳକନ୍ଦରେ ଅନା କଳା ମେଘକୁ
ଯେଉଁ ମେଘ ଧରିଅଛି ଯେଉଁ ମେଘ ଧରିଅଛି
ଅଙ୍ଗେ ଅଙ୍ଗେ ଷୋଳ କଳାକୁ ଷୋଳ କଳାକୁ
ମନ ମୟୂରୀ ମନ ମୟୂରୀ
ମନ ମୟୂରୀ ନୀଳକନ୍ଦରେ ଅନା କଳା ମେଘକୁ
ମନ ମୟୂରୀ ନୀଳକନ୍ଦରେ ଅନା କଳା ମେଘକୁ
ମନ ମୟୂରୀ ନୀଳକନ୍ଦରେ ଅନା କଳା ମେଘକୁ