Loading...

299 Big Street, Govindpur, India

Open daily 10:00 AM to 10:00 PM

Asichhu Eka Jibure Eka Your Astrology Guru Lyrics In Odia Language

Suresh Wadekar

Your Astrology Guru Lyrics

ଆସିଛୁ ଏକା ଯିବୁରେ ଏକା
ଆଗ ପଛ ତୋର ଶୂନ୍ୟ

Asichhu Eka Jibure Eka Your Astrology Guru Lyrics In Odia Language

ହାଁ.. ଆସିଛୁ ଏକା ଯିବୁରେ ଏକା
ଆଗ ପଛ ତୋର ଶୂନ୍ୟ
ଜୋଡିଲୁ କେତେ ଫେଡ଼ିଲୁ କେତେ
ଏ ଜୀବନେ ପାପ ପୁଣ୍ୟ
କରିଥିଲେ ପୁଣ୍ୟ ଯିବୁରେ ବୈକୁଣ୍ଠ
କରିଥିଲେ ପୁଣ୍ୟ ଯିବୁରେ ବୈକୁଣ୍ଠ
ନହେଲେ ନରକେ ସ୍ଥାନ
ଆସିଛୁ ଏକା ଯିବୁରେ ଏକା
ଆଗ ପଛ ତୋର ଶୂନ୍ୟ



ହୋ…ଏ ଜୀବନ ଅଙ୍କା ବଙ୍କା ଉଛୁଳା ନଈ
ସୁଖ ଦୁଃଖ କୂଳେ କୂଳେ ଯାଏରେ ବହି
କେତେ ଝଡ ଝଞ୍ଜା ଅଛି ବାକି ଆହୁରି
ଚାରିପାସେ ଖେଳେ ମୋହ ମାୟା ଭଉଁରୀ
ହାରିଲୁ କେବେ ଜିତିଲୁ କେବେ
ଖେଳିଲୁ ସାରା ଜୀବନ
ପ୍ରାଣପକ୍ଷୀ ଉଡି ଯିବ ଯୋଉ ଦିନ
ପ୍ରାଣପକ୍ଷୀ ଉଡି ଯିବ ଯୋଉ ଦିନ
ସରିବ ଖେଳ ସେ ଦିନ
ଆସିଛୁ ଏକା ଯିବୁରେ ଏକା
ଆଗ ପଛ ତୋର ଶୂନ୍ୟ



ଏଇ ସବୁ ରାତି ନୁହେଁ ତୋର ଚାନ୍ଦିନୀ ରାତି
ମୃତ୍ୟୁ ପଥ ଯାତ୍ରୀ ତୋର କେ ନୁହେଁ ସାଥି
ହୋ….ଆସିଥିଲୁ ଖାଲି ହାତେ ଯିବୁ ସେମିତି
ଛାଡି ଯିବୁ ଘୋଡା ହାତୀ ମାଣିକ ମୋତି
ବାଣ୍ଟିଲୁ ମନ ସଞ୍ଚିଲୁ ଧନ
କୋକେଇରେ ନେଲୁ ଶୂନ
ଆଜି ମଲେ ପରା କାଲିକି ଦି ଦିନ
ଆଜି ମଲେ ପରା କାଲିକି ଦି ଦିନ
ବୁଝୁନୁ କାହିଁକି ଧନ

ଆସିଛୁ ଏକା ଯିବୁରେ ଏକା
ଆଗ ପଛ ତୋର ଶୂନ୍ୟ
ଜୋଡିଲୁ କେତେ ଫେଡ଼ିଲୁ କେତେ
ଏ ଜୀବନେ ପାପ ପୁଣ୍ୟ
କରିଥିଲେ ପୁଣ୍ୟ ଯିବୁରେ ବୈକୁଣ୍ଠ
କରିଥିଲେ ପୁଣ୍ୟ ଯିବୁରେ ବୈକୁଣ୍ଠ
ନହେଲେ ନରକେ ସ୍ଥାନ
ଆସିଛୁ ଏକା ଯିବୁରେ ଏକା
ଆଗ ପଛ ତୋର ଶୂନ୍ୟ
ହାରିଲୁ କେବେ ଜିତିଲୁ କେବେ
ଖେଳିଲୁ ସାରା ଜୀବନ
ବାଣ୍ଟିଲୁ ମନ ସଞ୍ଚିଲୁ ଧନ
କୋକେଇରେ ନେଲୁ ଶୂନ

Asichhu Eka Jibure Eka Your Astrology Guru Lyrics In Odia Language

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00