Table of Contents
Your Astrology Guru Lyrics
ବଡ ଦେଉଳର ପଣ୍ଡା
Bada Deulara Panda Mu Your Astrology Guru Lyrics In Odia Language
ବଡ ଦେଉଳର ପଣ୍ଡା ମୁ ବଡ ଦେଉଳର ପଣ୍ଡା
ମଥାରେ ଚନ୍ଦନ ସିନ୍ଦୂର ତିଳକ
ମଥାରେ ଚନ୍ଦନ ସିନ୍ଦୂର ତିଳକ
ମୋ ହାତରେ ତୁଳସୀ ଧଣ୍ଡା ପଣ୍ଡାରେ ପଣ୍ଡା
ମୋ ହାତରେ ତୁଳସୀ ଧଣ୍ଡା ପଣ୍ଡାରେ ପଣ୍ଡା
ବଡ ଦେଉଳର ପଣ୍ଡା ମୁ ବଡ ଦେଉଳର ପଣ୍ଡା
ହୋ ବଡ ଦେଉଳର ପଣ୍ଡା ମୁ
ବଡ ଦେଉଳର ପଣ୍ଡା
ଉତ୍ତର ଦକ୍ଷିଣ ପୂରୁବ ପଶ୍ଚିମ
ସବୁଠୁଁ ବଳି ମୋ ଜଗନ୍ନାଥ ଧାମ
ଉତ୍ତର ଦକ୍ଷିଣ ପୂରୁବ ପଶ୍ଚିମ
ସବୁଠୁଁ ବଳି ମୋ ଜଗନ୍ନାଥ ଧାମ
ବଡ ଦାଣ୍ଡେ ତୀର୍ଥ ଯାତ୍ରୀ ମୋ ଅତିଥି
ଭକତ ସେବାରେ କଟେ ଦିନ ରାତି
ବଡ ଦାଣ୍ଡେ ତୀର୍ଥ ଯାତ୍ରୀ ମୋ ଅତିଥି
ଭକତ ସେବାରେ କଟେ ଦିନ ରାତି
ସିଂହ ଦ୍ୱାର ପାଖୁ ପାଛୋଟି ନିଏ ମୁ
ସିଂହ ଦ୍ୱାର ପାଖୁ ପାଛୋଟି ନିଏ ମୁ
ମୁ ଉଡାଏ କାଳିଆ ଧଣ୍ଡା
ବଡ ଦେଉଳର ପଣ୍ଡା ମୁ ବଡ ଦେଉଳର ପଣ୍ଡା
ହୋ ବଡ ଦେଉଳର ପଣ୍ଡା ମୁ
ବଡ ଦେଉଳର ପଣ୍ଡା
ପଞ୍ଚବଟି ବନେ ମୁନି ଋଷି ବେଶେ
ଥିଲୁ ପରା ଆମେ ରାମ ପାଶେ ପାଶେ
ପଞ୍ଚବଟି ବନେ ମୁନି ଋଷି ବେଶେ
ଥିଲୁ ପରା ଆମେ ରାମ ପାଶେ ପାଶେ
ଯମୁନା କୂଳରେ କଦମ୍ବ ମୂଳରେ
ଥିଲୁ ସଖି ବେଶେ କୃଷ୍ଣ ପାଶେ ପାଶେ
ଯମୁନା କୂଳରେ କଦମ୍ବ ମୂଳରେ
ଥିଲୁ ସଖି ବେଶେ କୃଷ୍ଣ ପାଶେ ପାଶେ
ତ୍ରେତୟାରେ କବି ଦ୍ୱାପରରେ ଗୋପୀ
ତ୍ରେତୟାରେ କବି ଦ୍ୱାପରରେ ଗୋପୀ
କଳିଯୁଗେ ମୁ ଦଇତା ପଣ୍ଡା
ବଡ ଦେଉଳର ପଣ୍ଡା ମୁ ବଡ ଦେଉଳର ପଣ୍ଡା
ହୋ ବଡ ଦେଉଳର ପଣ୍ଡା ମୁ
ବଡ ଦେଉଳର ପଣ୍ଡା
ମଥାରେ ଚନ୍ଦନ ସିନ୍ଦୂର ତିଳକ
ମଥାରେ ଚନ୍ଦନ ସିନ୍ଦୂର ତିଳକ
ମୋ ହାତରେ ତୁଳସୀ ଧଣ୍ଡା ପଣ୍ଡାରେ ପଣ୍ଡା
ମୋ ହାତରେ ତୁଳସୀ ଧଣ୍ଡା ପଣ୍ଡାରେ ପଣ୍ଡା
ବଡ ଦେଉଳର ପଣ୍ଡା ମୁ ବଡ ଦେଉଳର ପଣ୍ଡା
ହୋ ବଡ ଦେଉଳର ପଣ୍ଡା ମୁ
ବଡ ଦେଉଳର ପଣ୍ଡା
ମୁ ବଡ ଦେଉଳର ପଣ୍ଡା
ମୁ ବଡ ଦେଉଳର ପଣ୍ଡା