Loading...

299 Big Street, Govindpur, India

Open daily 10:00 AM to 10:00 PM

Soija Mama Ho Your Astrology Guru Lyrics In Odia Language

Suresh Wadekar

Your Astrology Guru Lyrics

ଶୋଇଯା ମାମା ହୋ ଶୋଇଯା ମାମା

Soija Mama Ho Soija Mama Your Astrology Guru Lyrics In Odia Language

ଉଁ….ଶୋଇଯା ମାମା ହୋ ଶୋଇଯା ମାମା
ଶୋଇଯା ମାମା ହୋ ଶୋଇଯା ମାମା
ମେଘ ପାଲିଙ୍କିରେ ଜହ୍ନ ଆସିବ
ପରି ରାଇଜକୁ ବୁଲେଇ ନବ
ଅଝଟ ହେଲେ ସେ ନବନି ଜମା
ଓ ଶୋଇଯା ମାମା ହୋ–ଶୋଇଯା ମାମା
ଶୋଇଯା ମାମା ହୋ–ଶୋଇଯା ମାମା
(( ଉଦୁ ଉଦୁମା ତାଳ ଗୋଟମା
ମୁ ସୁନା ସବୁ ପିତଳ ସୋମା
ଦଶଟା ମିଠେଇ ହାତରେ ଦେଲେ
ଗାଲରେ ଦେବି ଗୋଟିଏ ଚୁମା ))



ନାଲି ଟୁକୁ ଟୁକୁ ତୋରି ହସରେ
ଲୁଚିଛି କାହା ହସ
ଦି ଦିନରେ ମୋତେ କିନିଆ କରି ସେ
କରି ନେଲା ତ ବଶ
ହୋ ନାଲି ଟୁକୁ ଟୁକୁ ତୋରି ହସରେ
ଲୁଚିଛି କାହା ହସ
ଦି ଦିନରେ ମୋତେ କିନିଆ କରି ସେ
କରି ନେଲା ତ ବଶ
କଥା କୁହା ଛୋଟ କଣ୍ଢେଇ ତୁ ମୋର
ତୋରି ପାଇଁ ମୋ ହସିଲା ଏ ଘର
ଦୁଃଖ ଭୁଲାଏ ତୋ ଓଠ ଚୁମା
ଓ ଶୋଇଯା ମାମା ହୋ–ଶୋଇଯା ମାମା
ଶୋଇଯା ମାମା ହୋ–ଶୋଇଯା ମାମା
(( ଇଟିକିଲି ମିଟିକିଲି ତୁମ ସାଙ୍ଗରେ କଟିଗଲି
କଟି ଫିଟିଲେ ହୋଇବ ମିଟି
ତେବେ ତୁମକୁ ମିଳିବ ଛୁଟି ))



ମିଠା ମିଠା ତୋର କଥା ଶୁଣି ମୋର
କଟିଯାଏ ତ ଦିନ
ରାତି ସରେ ନାହିଁ ଝୁରେ ତୋ ପାଇଁ
ମୋର ଏଇ ମନ
ହୋ ମିଠା ମିଠା ତୋର କଥା ଶୁଣି ମୋର
କଟିଯାଏ ତ ଦିନ
ରାତି ସରେ ନାହିଁ ଝୁରେ ତୋ ପାଇଁ
ମୋର ଏଇ ମନ
ତୁ ଶୋଇପଡ ମୋ ନିଦ ନେଇ
ସାରା ଜୀବନ ମୁ ରହିବି ଚେଇଁ
ତୁହି ତ ମୋର ହଜିଲା ସୁନା

ଓ ଶୋଇଯା ମାମା ହୋ–ଶୋଇଯା ମାମା
ଶୋଇଯା ମାମା ହୋ–ଶୋଇଯା ମାମା
ମେଘ ପାଲିଙ୍କିରେ ଜହ୍ନ ଆସିବ
ପରି ରାଇଜକୁ ବୁଲେଇ ନବ
ଅଝଟ ହେଲେ ସେ ନବନି ଜମା
ଓ ଶୋଇଯା ମାମା ହୋ–ଶୋଇଯା ମାମା
ଶୋଇଯା ମାମା ହୋ–ଶୋଇଯା ମାମା

Soija Mama Ho Soija Mama Your Astrology Guru Lyrics In Odia Language



Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00