Your Astrology Guru Lyrics
ବଡ ଦେଉଳରେ ଉଡୁଚି ବାନା
ଆଲୋ ସୁଲୋଚନା ଆଲୋ ସୁଲୋଚନା
Bada Deulare Uduchi Bana Your Astrology Guru Lyrics In Odia Language
ବଡ ଦେଉଳରେ ଉଡୁଚି ବାନା
ବଡ ଦେଉଳରେ ଉଡୁଚି ବାନା
ଆଲୋ ସୁଲୋଚନା ଆଲୋ ସୁଲୋଚନା
ରଙ୍ଗରେ ରଙ୍ଗରେ ଉଡୁଚି ଢଙ୍ଗରେ
ରଙ୍ଗରେ ରଙ୍ଗରେ ଉଡୁଚି ଢଙ୍ଗରେ
ଉଡେଇ ନେଉଚି ଦୁଃଖ ଯାତନା
ଆଲୋ ସୁଲୋଚନା ଆଲୋ ସୁଲୋଚନା
ବଡ ଦେଉଳରେ ଉଡୁଚି ବାନା
ବଡ ଦେଉଳରେ ଉଡୁଚି ବାନା
ଦେଉଳ ଭିତରେ ବାଜିଲା ମଥାରେ ଚାଉଁଳି ବେତ
ବରଷି ଗଲା କି କାଳିଆ ଠାକୁର ଅଦେଖା ହାତ
ଦେଉଳ ଭିତରେ ବାଜିଲା ମଥାରେ ଚାଉଁଳି ବେତ
ବରଷି ଗଲା କି କାଳିଆ ଠାକୁର ଅଦେଖା ହାତ
ବେତରେ ବେତରେ ନେତରେ ନେତରେ
ବେତରେ ବେତରେ ନେତରେ ନେତରେ
ରହିଚି କାଳିଆ କୃପା କରୁଣା
ଆଲୋ ସୁଲୋଚନା ଆଲୋ ସୁଲୋଚନା
ବଡ ଦେଉଳରେ ଉଡୁଚି ବାନା
ବଡ ଦେଉଳରେ ଉଡୁଚି ବାନା
ପତାକା ଅଞ୍ଚଳ କରୁଚି ଚଞ୍ଚଳ ଭକତ ମନ
ଦେଖିବ ବୋଲି ସେ ପୁଣ୍ୟର ପୁନେଇ ନୀଳାଦ୍ରି ଜହ୍ନ
ପତାକା ଅଞ୍ଚଳ କରୁଚି ଚଞ୍ଚଳ ଭକତ ମନ
ଦେଖିବ ବୋଲି ସେ ପୁଣ୍ୟର ପୁନେଇ ନୀଳାଦ୍ରି ଜହ୍ନ
ଜହ୍ନକୁ ପୁନେଇ ମନକୁ କହେଁଇ
ଜହ୍ନକୁ ପୁନେଇ ମନକୁ କହେଁଇ
କେମିତି ଜାଣନ୍ତି କେହି ଜାଣେନା
ଆଲୋ ସୁଲୋଚନା ଆଲୋ ସୁଲୋଚନା
ବଡ ଦେଉଳରେ ଉଡୁଚି ବାନା
ବଡ ଦେଉଳରେ ଉଡୁଚି ବାନା
ଆଲୋ ସୁଲୋଚନା ଆଲୋ ସୁଲୋଚନା
ରଙ୍ଗରେ ରଙ୍ଗରେ ଉଡୁଚି ଢଙ୍ଗରେ
ରଙ୍ଗରେ ରଙ୍ଗରେ ଉଡୁଚି ଢଙ୍ଗରେ
ଉଡେଇ ନେଉଚି ଦୁଃଖ ଯାତନା
ଆଲୋ ସୁଲୋଚନା ଆଲୋ ସୁଲୋଚନା
ଆଲୋ ସୁଲୋଚନା ଆଲୋ ସୁଲୋଚନା
Bada Deulare Uduchi Bana Your Astrology Guru Lyrics In Odia Language
Thank You