Your Astrology Guru Lyrics
ବନ୍ଦେ ଉତ୍କଳ ଜନନୀ
Bande Utkala Janani Your Astrology Guru Lyrics In Odia Language
ବନ୍ଦେ ଉତ୍କଳ ଜନନୀ
ଚାରୁ ହାସମୟୀ ଚାରୁ ଭାଷମୟୀ
ଜନନୀ ଜନନୀ ଜନନୀ
ପୂତ-ପୟୋଧି-ବିଧୌତ-ଶରୀର
ତାଳତମାଳ-ସୁଶୋଭିତ-ତୀର
ଶୁଭ୍ର ତଟିନୀକୁଳ-ଶିଖର-ସମୀର
ଜନନୀ ଜନନୀ ଜନନୀ
ଘନ ଘନ ବନଭୂମି ରାଜିତ ଅଙ୍ଗେ
ନୀଳ ଭୂଧରମାଳା ସାଜେ ତରଙ୍ଗେ
କଳ କଳ ମୁଖରିତ ଚାରୁ ବିହଙ୍ଗେ
ଜନନୀ ଜନନୀ ଜନନୀ
ସୁନ୍ଦର ଶାଳୀ-ସୁଶୋଭିତ-କ୍ଷେତ୍ର
ଜ୍ଞାନବିଜ୍ଞାନ-ପ୍ରଦର୍ଶ୍ରିତ-ନେତ୍ର
ଯୋଗୀଋଷିଗଣ-ଊଟଜ-ପବିତ୍ର
ଜନନୀ ଜନନୀ ଜନନୀ
ସୁନ୍ଦର ମନ୍ଦିର ମଣ୍ଡିତ-ଦେଶା
ଚାରୁକଳାବଳୀ-ଶୋଭିତ-ବେଶା
ପୁଣ୍ୟ ତୀର୍ଥାଚୟ-ପୂର୍ଣ୍ଣ-ପ୍ରଦେଶା
ଜନନୀ ଜନନୀ ଜନନୀ
ଉତ୍କଳ ଶୂରବର-ଦର୍ପିତ-ଗେହା
ଅରିକୁଳ-ଶୋଣିତ-ଚର୍ଚ୍ଚିତ-ଦେହା
ବିଶ୍ୱଭୂମଣ୍ଡଳ-କୃତବର-ସ୍ନେହା
ଜନନୀ ଜନନୀ ଜନନୀ
କବିକୁଳମୌଳି ସୁନନ୍ଦନ-ବନ୍ଦ୍ୟା
ଭୁବନ ବିଘୋଷିତ-କୀର୍ତି ଅନିନ୍ଦ୍ୟା
ଧନ୍ୟେ, ପୁଣ୍ୟେ, ଚିରଶରଣ୍ୟେ
ଜନନୀ ଜନନୀ ଜନନୀ
Bande Utkala Janani Your Astrology Guru Lyrics In Odia Font
Thank You