Your Astrology Guru Lyrics
ଭାଗ୍ୟ ମୋର ଫଟା କାନ୍ଥରେ କାଳିଆ
କି ଦୁଃଖ କହିବି ତତେ ରେ
କି ଦୁଃଖ କହିବି ତତେ
bhagya mora phata kantha Your Astrology Guru Lyrics in odia language
ଭାଗ୍ୟ ମୋର ଫଟା କାନ୍ଥରେ କାଳିଆ
କି ଦୁଃଖ କହିବି ତତେ ରେ
କି ଦୁଃଖ କହିବି ତତେ
ଭାଗ୍ୟ ମୋର ଫଟା କାନ୍ଥରେ କାଳିଆ
କି ଦୁଃଖ କହିବି ତତେ ରେ
କି ଦୁଃଖ କହିବି ତତେ
ତୋ ସୁଖ ମୋ ଦୁଃଖ ଦୂରତା ମାପିଲେ
ତୋ ସୁଖ ମୋ ଦୁଃଖ ଦୂରତା ମାପିଲେ
ମାଟିରୁ ଆକାଶ ଯେତେ
ଭାଗ୍ୟ ମୋର ଫଟା କାନ୍ଥରେ କାଳିଆ
କି ଦୁଃଖ କହିବି ତତେ ରେ
କି ଦୁଃଖ କହିବି ତତେ
ଶୁଣିଥିଲି ପରା ମୁଠେ ଚାଉଳରେ
ତିନି ମୁଠା ଭାତ ହୁଏ
ତିନି ମୁଠା ଭାତ ହୁଏ
ମୁଠାଏ ଚାଉଳ ମିଳେ ନାହିଁ ମତେ
ବୁଲି ବୁଲି ଥକି ଯାଏ
ବୁଲି ବୁଲି ଥକି ଯାଏ
ତୋ ହସ ମୋ ଲୁହ ଗଭୀର ମାପିଲେ
ତୋ ହସ ମୋ ଲୁହ ଗଭୀର ମାପିଲେ
ନଦୀରୁ ସାଗର ଯେତେ
ଭାଗ୍ୟ ମୋର ଫଟା କାନ୍ଥରେ କାଳିଆ
କି ଦୁଃଖ କହିବି ତତେ ରେ
କି ଦୁଃଖ କହିବି ତତେ
ମୋ ପରି ଭିକାରି ବଡ ଦାଣ୍ଡେ ମଲେ
କହିବାକୁ ଅଛି କିଏ
କହିବାକୁ ଅଛି କିଏ
ତୋ ପରି ଠାକୁର ଶ୍ରୀ ମନ୍ଦିରେ ବସି
ଦୁଃଖ ମୋର ଦେଖୁ ଥାଏ
ଦୁଃଖ ମୋର ଦେଖୁ ଥାଏ
ଭକତ ଖାତାରୁ କାଟିଦେ ମୋ ନାମ
ଭକତ ଖାତାରୁ କାଟିଦେ ମୋ ନାମ
ଦେଇ ଦେ ମରଣ ମତେ
ଭାଗ୍ୟ ମୋର ଫଟା କାନ୍ଥରେ କାଳିଆ
କି ଦୁଃଖ କହିବି ତତେ ରେ
କି ଦୁଃଖ କହିବି ତତେ ରେ
କି ଦୁଃଖ କହିବି ତତେ
କି ଦୁଃଖ କହିବି ତତେ
bhagya mora phata kantha Your Astrology Guru Lyrics in odia language
Thank You