Your Astrology Guru Lyrics
ଭଲ ପାଇବାକୁ ଆଉ ଥରେ ମୋର
ନାହିଁ ଟିକିଏ ବି ସାହସ
bhala paibaku Your Astrology Guru Lyrics in odia language
ଭଲ ପାଇବାକୁ ଆଉ ଥରେ ମୋର
ନାହିଁ ଟିକିଏ ବି ସାହସ
ଭଲ ପାଇବାକୁ ଆଉ ଥରେ ମୋର
ନାହିଁ ଟିକିଏ ବି ସାହସ
ମୁଁ ଭାବୁଥିଲି ରଚିବି ପ୍ରେମର
ମୁଁ ଭାବୁଥିଲି ରଚିବି ପ୍ରେମର
ନୂଆ ଏକ ଇତିହାସ
ଭଲ ପାଇବାକୁ ଆଉ ଥରେ ମୋର
ନାହିଁ ଟିକିଏ ବି ସାହସ
ପ୍ରେମ ପଥେ କେତେ କଣ୍ଟା ଓ ପଥର
ମାଡି ଚାଲି ଯାଉଥିଲି
ଜାଣିଲି ଦିନେ ମୁଁ ନିଜେ ସାଥି ମୋର
କଣ୍ଟା ବିଛୋଉଛି ବୋଲି
ଝରୁଥିଲା ମୋର ପାଦରୁ ରକତ
ଆଉ ତା ଓଠରୁ ହସ
ଥିଲା ଦିନେ ଯାହା ମୋ ପାଇଁ ଅମୃତ
ଥିଲା ଦିନେ ଯାହା ମୋ ପାଇଁ ଅମୃତ
ଆଜି ଲାଗେ ମତେ ବିଷ
ଭଲ ପାଇବାକୁ ଆଉ ଥରେ ମୋର
ନାହିଁ ଟିକିଏ ବି ସାହସ
ଦୁନିଆଁରେ କିଏ ଆଣିଲା ଏ ପ୍ରେମ
ଭାବେ କେବେ ଏକାନ୍ତରେ
କେବେ ପୁଣି ଭାବେ ପ୍ରେମ ବୋଲି କିଛି
ଅଛି କି ନାହିଁ ସତରେ
ପିଇ ନିଜ ଲୁହ ଆଉ ମୋ ମନରେ
ନାହିଁ ଟିକିଏ ବି ଶୋଷ
ମରୀଚିକା ପଛେ ଧାଇଁବାକୁ ମୋର
ମରୀଚିକା ପଛେ ଧାଇଁବାକୁ ମୋର
ନାହିଁ ଆଉ ଅବକାଶ
ଭଲ ପାଇବାକୁ ଆଉ ଥରେ ମୋର
ନାହିଁ ଟିକିଏ ବି ସାହସ
ଭଲ ପାଇବାକୁ ଆଉ ଥରେ ମୋର
ନାହିଁ ଟିକିଏ ବି ସାହସ
bhala paibaku au thare mora Your Astrology Guru Lyrics in odia language
Thank You