Loading...

299 Big Street, Govindpur, India

Open daily 10:00 AM to 10:00 PM

Dori Tora Legei De Your Astrology Guru Lyrics In Odia Language

Mohammed Aziz

Your Astrology Guru Lyrics

ଡୋରି ତୋର ଲଗେଇ ଦେ ମୁଁ ପୁରି ଯିବିରେ
ତତେ ଦେଖିଦେଲେ ଧନ ତରି ଯିବିରେ

dori tora legei de Your Astrology Guru Lyrics in odia language


ଡୋରି ତୋର ଲଗେଇ ଦେ ମୁଁ ପୁରି ଯିବିରେ
ତତେ ଦେଖି ଦେଲେ ଧନ ତରି ଯିବିରେ
ନ ଦେଖିଲେ ମରି ଯିବିରେ
ନ ଦେଖିଲେ ମରି ଯିବିରେ
ଅବଢ଼ାକୁ ଅମୃତ ପରି ମୁଁ ଚାଖୁ ଥିବିରେ
ଥରେ ଚାଖିଦେଲେ ଧନ ତରି ଯିବିରେ
ନ ଚାଖିଲେ ମରି ଯିବିରେ
ନ ଚାଖିଲେ ମରି ଯିବିରେ
ଜୀବନ ପାହାଚ ସରି ଆସିଲାଣି
ବାଇଶି ପାହାଚ ଚଢି ଯିବିରେ
ଡୋରି ତୋର ଲଗେଇ ଦେ ମୁଁ ପୁରି ଯିବିରେ
ତତେ ଦେଖିଦେଲେ ଧନ ତରି ଯିବିରେ
ନ ଦେଖିଲେ ମରି ଯିବିରେ
ନ ଦେଖିଲେ ମରି ଯିବିରେ



ମରି ଗଲେ ଯିବି ମଶାଣି ଭୂଇଁକୁ
ତରି ଗଲେ ଯିବି ସରଗ ପୁର
ଜନମରୁ ଜୁଇ ଏଇ ଜୀବନକୁ
ଲେଖି ଦେଇଛିରେ ନାଆଁରେ ତୋର
ନାଆଁ ତୋର ଭାରି ମଧୁର ମୁଁ ଭଜୁ ଥିବିରେ
ଥରେ ଭଜିଦେଲେ ଧନ ତରି ଯିବିରେ
ନ ଭଜିଲେ ମରି ଯିବିରେ
ନ ଭଜିଲେ ମରି ଯିବିରେ
ସଂସାର ମାୟାରେ ବୁଡି ସାରିଲିଣି
ନରେନ୍ଦ୍ର ଜଳରେ ବୁଡି ଯିବିରେ
ଡୋରି ତୋର ଲଗେଇ ଦେ ମୁଁ ପୁରି ଯିବିରେ
ତତେ ଦେଖି ଦେଲେ ଧନ ତରି ଯିବିରେ
ନ ଦେଖିଲେ ମରି ଯିବିରେ
ନ ଦେଖିଲେ ମରି ଯିବିରେ



କାହିଁ କେତେ ଦିନୁ ଶୋଇନିରେ ଧନ
ଶୋଇବି ବୋଲି ତୋ ସ୍ୱର୍ଗ ଦୁଆରେ
କାହିଁ କେତେ ଦୁଃଖ ସାଇତି ରଖିଚି
କହିବି ବୋଲି ତୋ ସିଂହ ଦୁଆରେ
ତୋ ଦୁଆର ଖୋଲିଦେ ଥରେ ମୁଁ ଚାଲି ଯିବିରେ
ଥରେ ଚାଲିଗଲେ ଧନ ତରି ଯିବିରେ
ନ ଗଲେ ମୁଁ ମରି ଯିବିରେ
ନ ଗଲେ ମୁଁ ମରି ଯିବିରେ
ପାଣି କାଦୁଅରେ ଗଡି ସାରିଲିଣି
ତୋ ଛନ୍ଦା ଚରଣେ ଗଡି ଯିବିରେ

ଡୋରି ତୋର ଲଗେଇ ଦେ ମୁଁ ପୁରି ଯିବିରେ
ତତେ ଦେଖି ଦେଲେ ଧନ ତରି ଯିବିରେ
ନ ଦେଖିଲେ ମରି ଯିବିରେ
ନ ଚାଖିଲେ ମରି ଯିବିରେ
ନ ଭଜିଲେ ମରି ଯିବିରେ
ନ ଗଲେ ମୁଁ ମରି ଯିବିରେ

dori tora legei de mu puri jibire Your Astrology Guru Lyrics in odia language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00