Loading...

299 Big Street, Govindpur, India

Open daily 10:00 AM to 10:00 PM

ଏହି ବର୍ଷ ଲାଗିବ 4ଟି ଗ୍ରହଣ, ଜାଣନ୍ତୁ କେବେ ପଡିବ, ଭାରତରେ ଏହାର ପ୍ରଭାବ ରହିବ କି ନାହିଁ

୨୦୨୧ ମସିହାରେ ୪ଟି ଗ୍ରହଣ ଲାଗୁଛି । ଏଥିରୁ ୨ଟି ଚନ୍ଦ୍ର ଗ୍ରହଣ ଓ ୨ଟି ସୂର୍ଯ୍ୟ ପରାଗ ଅଟେ । ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ । ଚନ୍ଦ୍ର ଗ୍ରହଣ ୨୦୨୧ ମସିହା ଭାରତ- ଏହିବର୍ଷ ସମ୍ବତ ୨୦୭୮ରେ ୪ଟି ଗ୍ରହଣ ଲାଗୁଛି, ଯାହାକି ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ । ଜ୍ୟୋତିଷଙ୍କ ଅନୁସାରେ ୨ଟି ଚନ୍ଦ୍ର ଗ୍ରହଣ ଓ ୨ଟି ସୂର୍ଯ୍ୟ ପରାଗ ଲାଗିବ । ପ୍ରଥମେ ଏହା ମଇ ମାସ ୨୬ତାରିଖ ବୁଧବାରରେ ଚନ୍ଦ୍ର ଗ୍ରହଣ ଲାଗିବ । ଯାହା କି ଏହା “ଖ” ଗ୍ରାସ ଚନ୍ଦ୍ର ଗ୍ରହଣ ହେବ ।

ଆଂଶିକ ଚନ୍ଦ୍ର ଗ୍ରହଣ – ଯେଉଁ ସମୟରେ ଚନ୍ଦ୍ର ଗ୍ରହଣ ଲାଗିବ ତାହା ଭାରତରେ ଦିନ ହୋଇଯାଇଥିବ। ଏହି ଚନ୍ଦ୍ର ଗ୍ରହଣ ଉତ୍ତର ଆମେରିକା, କାନ୍ନାଡ଼ା ଏହା ସନ୍ଧ୍ୟା ଘଣ୍ଟା ୫ଟା ୩୮ମିନିଟ୍ ରୁ ଆରମ୍ଭ ହୋଇ ତା ପରଦିନ ସକାଳ ଘଣ୍ଟା ୬ଟା ୨୧ମିନିଟ୍ ପର୍ଯ୍ୟନ୍ତ ଚନ୍ଦ୍ର ଗ୍ରହଣ ଲାଗିବ । ସେଥିପାଇଁ ଏହା ଭାରତରେ ଦେଖାଦେବ ନାହିଁ । ଏହି ଗ୍ରହଣ ଆଂଶିକ ରୂପରେ ପୂର୍ବୋତ୍ତର ଭାରତରେ କିଛି ଭାଗରେ ଅଳ୍ପ ସମୟ ପାଇଁ ଦେଖାଦେବ । ଅଷ୍ଟ୍ରେଲିଆ, ଦକ୍ଷିଣ ପୂର୍ବ ଏସିଆ, ଅଣ୍ଟଲାଟିକା, ପ୍ରଶାନ୍ତ ମହାସାଗର, ସହିତ ଉତ୍ତର ପୂର୍ବ ଭାରତରେ କିଛି ଅଂଶରେ ଦୃଶ୍ୟ ହେବ। ତେଣୁ ଏହି ଗ୍ରହଣ ଭରତ ତଥା ଓଡିଶାରେ ଅଦୃଶ୍ୟ ହେଉଥିବା ଅଞ୍ଚଳରେ ପାଳନୀୟ ନୁହେ ।

ଦ୍ଵିତୀୟଟି ସୂର୍ଯ୍ୟ ଗ୍ରହଣ- ଜୁନ ମାସ ୧୦ତାରିଖ ଗୁରୁବାର ଦିନ ଦ୍ଵିପ୍ରହର ପରେ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ସୂର୍ଯ୍ୟ ଗ୍ରହଣ ଲାଗିବ । ଏହା ଘଣ୍ଟା ୧ଟା ୪୩ମିନିଟ୍ ରୁ ଆରମ୍ଭ ହୋଇ ସନ୍ଧ୍ୟା ଘଣ୍ଟା ୬ଟା ୪୧ମିନିଟ୍ ପର୍ଯ୍ୟନ୍ତ ସୂର୍ଯ୍ୟ ଗ୍ରହଣ ଲାଗିବ । କିନ୍ତୁ ଏହା ଭାରତର କୌଣସି ଭାଗରେ ମଧ୍ୟ ଦୃଶ୍ୟମାନ ହେବ ନାହିଁ ।

ତୃତୀୟ ଗ୍ରହଣ-  ୨୦୨୧ ମସିହା ନଭେମ୍ବର ମାସ ୧୯ତାରିଖ ଶୁକ୍ରବାରରେ ଚନ୍ଦ୍ର ଗ୍ରହଣ ଲାଗିବ । ଏହି ଚନ୍ଦ୍ର ଗ୍ରହଣ ଦିନ ଘଣ୍ଟା ୧୧ଟା ୩୪ମିନିଟ୍ ରୁ ଆରମ୍ଭ ହୋଇ ସନ୍ଧ୍ୟା ଘଣ୍ଟା ୫ଟା ୩୩ମିନିଟ୍ ପର୍ଯ୍ୟନ୍ତ ଚନ୍ଦ୍ର ଗ୍ରହଣ ଲାଗିବ । ଏହା ଭାରତର ସଂପୂର୍ଣ୍ଣ  ଭାଗରେ ଦୃଶ୍ୟମାନ ହେବ ନାହିଁ । ଏହା ଭାରତରେ ଆସାମ ଓ ଅରୁଣାଞ୍ଚଳ ପ୍ରଦେଶରେ କେବଳ ପୂର୍ବୋତ୍ତର ଭାଗରେ ଦୃଶ୍ୟମାନ ହେବ ।

ଚତୁର୍ଥ ଗ୍ରହଣ- ଏହା ଡିସେମ୍ବର ୪ତାରିଖ ଶନିବାରରେ ସୂର୍ଯ୍ୟ ପରାଗ ଲାଗିବ । ଏହି ସୂର୍ଯ୍ୟ ପରାଗ ଦିନ ଘଣ୍ଟା ୧୦ଟା ୫୯ମିନିଟ୍ ରୁ ଆରମ୍ଭ ହୋଇ ଦିନ ଘଣ୍ଟା ୩ଟା ୭ମିନିଟ୍ ପର୍ଯ୍ୟନ୍ତ ସୂର୍ଯ୍ୟ ପରାଗ ଲାଗିବ । ଏହି ସୂର୍ଯ୍ୟ ପରାଗ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିୟା, ଦକ୍ଷିଣ ମହାସାଗର ଆଦି କ୍ଷେତ୍ରରେ ଦେଖାଦେବ । ଏହି ସୂର୍ଯ୍ୟ ପରାଗ ମଧ୍ୟ ଭାରତର କୌଣସି ଭାଗରେ ଦୃଶ୍ୟମାନ ହେବ ନାହିଁ ।

ଚନ୍ଦ୍ର ଗ୍ରହଣ କିପରି ଲାଗେ ?

ସୂର୍ଯ୍ୟଙ୍କ ଚାରିପାଖରେ ପୃଥିବୀ ଓ ପୃଥିବୀର ଚାରିପାଖରେ ଚନ୍ଦ୍ର ଘୁରି ବୁଲିବା ସମୟରେ ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର ଏକ ଦିଗରେ ଗତି କରନ୍ତି ଓ ପୃଥିବୀର ଛାୟା ଚନ୍ଦ୍ରଙ୍କ ଉପରେ ପଡେ । ଏହିପରି ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ରଙ୍କ ସ୍ଥିତିକୁ ଚନ୍ଦ୍ର ଗ୍ରହଣ କୁହାଯାଏ ।

ଚନ୍ଦ୍ର ଗ୍ରହଣର ପ୍ରକାର- ଚନ୍ଦ୍ର ଗ୍ରହଣ ତିନି ପ୍ରକାର ଅଟେ । ତାହା ଉପଛାୟା ଚନ୍ଦ୍ରଗ୍ରହଣ, ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଓ ଆଂଶିକ ଚନ୍ଦ୍ରଗ୍ରହଣ ଅଟେ ।

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00