Loading...

299 Big Street, Govindpur, India

Open daily 10:00 AM to 10:00 PM

ନାମରୁ ଜାଣନ୍ତୁ ନିଜ ରାଶି ଓ ନକ୍ଷତ୍ର, (ମା, ମୀ, ମୁ, ମେ, ମୋ, ଟା, ଟୀ, ଟୂ, ଟେ) ଅକ୍ଷରରେ ହୋଇଥିଲେ ନାମ ହେବ କେଉଁ ରାଶି ଜାଣନ୍ତୁ ?

ଯେଉଁମାନଙ୍କର ଜାତକ ନାହିଁ, ଯେଉଁମାନେ ଭବିଷ୍ୟତ ବିଷୟରେ ଜାଣିପାରୁନାହାନ୍ତି, ଯେଉଁମାନେ ଟିକେଭଲମନ୍ଦ ବିଷୟରେ ଜାଣିବା ପାଇଁ ଆଗ୍ରହୀ, ସେମାନେ ନିଜର ନାମରୁ ରାଶି ନକ୍ଷତ୍ରର ଗୁଣ, ସ୍ଵଭାବ, ଚରିତ୍ର, ପ୍ରକୃତି, କର୍ମ, ବିଦ୍ୟା, ବ୍ୟବସାୟ ବିଷୟରେ ଜାଣି କଣକରିବେ କଣ ନ କରିବେ ସେବିଷୟରେ ଆସନ୍ତୁ ଜାଣିବା ।

(୫)- ସିଂହରାଶି- ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ମା, ମୀ, ମୁ, ମେ, ମୋ, ଟା, ଟୀ, ଟୂ, ଟେ ହୋଇଥାଏ ତେବେ ଆପଣଙ୍କ ରାଶି ସିଂହ ହେବ । ଆପଣଙ୍କ ରାଶିର ଚିହ୍ନ-ସିଂହ, ରାଶିସ୍ୱାମୀ-ସୂର୍ଯ୍ୟ, ରାଶିତତ୍ୱ-ଅଗ୍ନି, ରାଶିସ୍ୱରୂପ-ସ୍ଥିର, ରାଶିଦିଗ-ପୂର୍ବ । ରାଶିଗୁଣ-ପୁରୁଷ, ସତୋଗୁଣୀ । ରାଶିଜାତି-କ୍ଷତ୍ରୀୟ । ରାଶିପ୍ରକୃତି-ପିତ୍ତ । ରାଶିସ୍ୱଭାବ-କ୍ରୁର । ରାଶିଅଙ୍ଗ-ହୃଦୟ । ରାଶିର ଶୁଭରତ୍ନ-ମାଣିକ୍ୟ । ରାଶିର ଶୁଭରଙ୍ଗ-କମଳା ଓ ହଳଦିଆ । ରାଶିର ଶୁଭବାର-ରବିବାର, ବୁଧବାର । ରାଶିର ଶୁଭ ଦେବତା-ସୂର୍ଯ୍ୟ ।  ରାଶିର ଶୁଭ ଦେବୀ-ମାତଙ୍ଗୀ । ରାଶିର ବ୍ରତ, ଉପବାସ-ରବିବାର ଓ ମଙ୍ଗଳବାର । ରାଶିର ଅଙ୍କ ବା ସଂଖ୍ୟା-୧ । ରାଶିର ତାରିଖ-୧, ୧୦, ୧୯, ୨୮ । ରାଶିର ମିତ୍ରରାଶି-ମେଷ, ମିଥୁନ, କର୍କଟ, କନ୍ୟା, ବିଛା, ଧନୁ ଓ ମୀନ ।

ରାଶିର ଶତୃରାଶି-ବୃଷ, ତୁଳା, ମକର, କୁମ୍ଭ । ଘାତବାର-ଶନିବାର, ଘାତନକ୍ଷତ୍ର-ମୂଳା , ଘାତତିଥି-ନବମୀ, ଘାତଚନ୍ଦ୍ର-ମକରଚନ୍ଦ୍ର । ରାଶି ବ୍ୟକ୍ତିତ୍ୱ-ପ୍ରବଳ ପରାକ୍ରମୀ, ମହତ୍ୱାକାଂକ୍ଷୀ, ଅଧିକାର ପ୍ରିୟ, ସୁନ୍ଦର, ବଣପର୍ବତଭ୍ରମଣପ୍ରିୟ, ଦୃଢ଼ଶରୀର, ରାଜକୀୟ କ୍ଷେତ୍ରରେ ଉନ୍ନତୀ, ସତ୍ୟବାଦୀ, ସୁଶୀଳ, ବିଦେଶଯାତ୍ରା ପ୍ରିୟ, ଶତୃଜୟୀ, ଦାନୀ, ସ୍ଥିରବୁଦ୍ଧି, ସଂଗ୍ରାମଜୟୀ, ଉଦାର, ବୁଦ୍ଧିମାନ, ନିଷ୍କପଟ, ସଙ୍ଗୀତ, ଚିତ୍ରାଦିକଳା ପ୍ରେମୀ, ବଡ଼ଆଖି, ବଡ଼ଓଠ, ମାତୃଭକ୍ତ, ମାଂସାହାରୀ, ହସମୁଖ, ଗମ୍ଭୀର, ଯଶସ୍ୱୀ, ଧନୀ, ବିଦ୍ୱାନ, କଳାକୁଶଳ, ବାଗ୍ମୀ, କ୍ରୋଧି, ଅଳ୍ପ ସନ୍ତତି, ଉଚ୍ଚପଦାଧିକାରୀ, ସତ୍ ମାର୍ଗରେ ଧନଖର୍ଚ୍ଚ କରନ୍ତି, ରତିପ୍ରିୟ, ଧାର୍ମିକ, ପଣ୍ଡିତ, ସାଧକ, ସବୁ କଳାରେ ପାରଙ୍ଗମ, ଜାତକ ରଙ୍ଗମଞ୍ଚରେ ବିଶେଷ ପ୍ରୀତିଭାବ ରଖନ୍ତି । ରାଶିର ସକରାତ୍ମକ ତଥ୍ୟ-ଖୋଲା ହୃଦୟ, ଉଦାରମନା, କାମୁକ । ରାଶିର ନକରାତ୍ମକ ତଥ୍ୟ-ଘମଣ୍ଡୀ, ଆତ୍ମବିଶ୍ୱାସ, ମହତ୍ୱର ପ୍ରଦର୍ଶନ କରିଥାନ୍ତି ।

ରାଶିର ନକ୍ଷତ୍ର :- ମଘା, ପୂର୍ବାଫାଲଗୁନୀ, ଉତ୍ତରାଫାଲଗୁନୀ ।

ମଘା- ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ମା, ମୀ, ମୁ, ମେ ହୋଇଥାଏ, ତେବେ ଆପଣଙ୍କର ସିଂହରାଶି ମଘା ନକ୍ଷତ୍ରରେ ୭ବର୍ଷ କେତୁଙ୍କ ମହାଦଶାରେ ଜନ୍ମ ହୋଇଛି । ଆପଣଙ୍କ ବର୍ଗ-ମୂଷିକ, ଯୋନି-ମୂଷିକ, ଗଣ-ଦାନବ, ବର୍ଣ୍ଣ-କ୍ଷତ୍ରୀୟ, ହଂସକ ବା ତତ୍ୱ-ବାୟୁ, ନାଡ଼ୀ-ମଧ୍ୟ, ପାଦ-ଚାନ୍ଦି ହେବ । ଆପଣ ବକ୍ଷସ୍ଥଳ ସୁଦୃଢ଼, ମଜଭୂତ୍‌ ଜଙ୍ଘ, ମୋଟା ଗର୍ଦନ, କର୍କଶ ବାଣୀ କହିଥାନ୍ତି । ଚକ୍ଷୁରେ ଆକର୍ଷଣ, ବାଘପରି ଚେହେରା, ପୁରୁଷାର୍ଥ ଓ ପୌରୁଷ ପ୍ରଦର୍ଶନ ପାଇଁ ଲାଳାୟିତ, ଦାଢି ନିଶ ରଖିବା ସୌକ୍‌ ରହିଥାଏ । ଅଭିମାନୀ ହେତୁ ଶୀଘ୍ର କ୍ରୋଧିତ ହୁଅନ୍ତି ।

ପୂର୍ବାଫାଲଗୁନୀ- ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ମୋ, ଟା, ଟୀ, ଟୂ ହୋଇଥାଏ ତେବେ ଆପଣଙ୍କର ସିଂହରାଶି ପୂର୍ବାଫାଲଗୁନୀ ନକ୍ଷତ୍ରରେ ୨୦ବର୍ଷ ଶୁକ୍ରଙ୍କ ମହାଦଶାରେ ଜନ୍ମ ହୋଇଛି । ଆପଣଙ୍କ ବର୍ଗ-ମୂଷିକ, ତୃତୀୟ ଚତୁର୍ଥ ଚରଣର ବର୍ଗ-ସ୍ୱାନ, ଯୋନି-ମୂଷିକ, ଗଣ-ମାନବ, ବର୍ଣ୍ଣ-କ୍ଷତ୍ରୀୟ, ହଂସକ ବା ତତ୍ୱ-ବାୟୁ, ନାଡ଼ୀ-ଅନ୍ତ୍ୟ, ପାଦ-ଚାନ୍ଦି ହେବ । ଆପଣ ମଧୁର ଭାଷୀ, ଭ୍ରମଣ ପ୍ରିୟ ଓ ଜଳପ୍ରିୟ ହେବେ ।

ଉତ୍ତରାଫାଲଗୁନୀ- ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ପ୍ରଥମ ଚରଣରେ ଟେ ହୋଇଥାଏ, ତେବେ ଆପଣଙ୍କର ସିଂହରାଶି ଉତ୍ତରାଫାଲଗୁନୀ ନକ୍ଷତ୍ରରେ ୬ବର୍ଷ ରବିଙ୍କ ମହାଦଶାରେ ଜନ୍ମ ହୋଇଛି । ଆପଣଙ୍କ ବର୍ଗ-ସ୍ୱାନ, ଯୋନି-ଗୋମାତା, ଗଣ-ମାନବ, ବର୍ଣ୍ଣ-କ୍ଷତ୍ରୀୟ, ହଂସକ ବା ତତ୍ୱ-ବାୟୁ, ନାଡ଼ୀ-ଅନ୍ତ୍ୟ, ପାଦ-ଚାନ୍ଦି ହେବ । ଆପଣ ସୂର୍ଯ୍ୟଙ୍କ ପରି ତେଜସ୍ୱୀ, ପରିଶ୍ରମରେ ଧନବୃଦ୍ଧି ଓ ନାମ ଅର୍ଜିତ କରିବେ ।

ଶୁଭଫଳ ପାଇବା ପାଇଁ ୧- ସୋମବାର ବ୍ରତ ପାଳନ କରନ୍ତୁ ଓ ଧଳା ରଙ୍ଗର ବସ୍ତ୍ର ବର୍ଷକୁଥରେ ଅସହାୟକୁ ଦାନଦିଅନ୍ତୁ । ୨- ମନରେ ସର୍ବଦା ଖରାପ ବିଚାରକୁ ଦୂରେଇ ରଖନ୍ତୁ । ୩- ମିଛ କୁହନ୍ତୁ ନାହିଁ ଓ ଈର୍ଷାଠାରୁ ଦୂରେଇ ରୁହନ୍ତୁ । ୪- ଝଗଡ଼ା କରନ୍ତୁ ନାହିଁ ତଥା ଅଶୁଭ ଶବ୍ଦ ପ୍ରୟୋଗ କଲେ କଷ୍ଟ ଭୋଗ କରିବାକୁ ପଡିବ । ୫- ପ୍ରତ୍ୟେକବର୍ଷ ଜନ୍ମଦିନରେ ତମ୍ବା, ଗହମ, ଗୁଡ, ଘିଅ, ଲାଲ୍ ବସ୍ତ୍ର, ଲାଲ୍ ଫୁଲ, ଲାଲ୍ ଚନ୍ଦନ, କେଶର ଆଦି ଶକ୍ତି ଅନୁସାରେ ଯେକୌଣସି ଦ୍ରବ୍ୟ ଦାନ କରନ୍ତୁ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00