Loading...

299 Big Street, Govindpur, India

Open daily 10:00 AM to 10:00 PM

ଜାଣନ୍ତୁ କୁଣ୍ଡଳୀର ମିଥୁନ ରାଶିରେ ଥିଲେ ଚନ୍ଦ୍ର କଣ ପଡେ ପ୍ରଭାବ- Jyotisha Shastra

ମିଥୁନରାଶିରେ ଚନ୍ଦ୍ର ରହିଥିଲେ କଣବିଶେଷ ଫଳମିଳେ ଓ କଣ କରିବା ଉଚିତ କଣ ନକରିବା ଉଚିତ ଆସନ୍ତୁ ଜାଣିବା:- ଚନ୍ଦ୍ର ମନ, ମାତା, ମାନସିକ ସ୍ଥିତି, ମନୋବଳ, ଦ୍ରବ୍ୟ ବା ବସ୍ତୁ, ଚିତ୍ତ ପ୍ରସନ୍ନତା, ଯାତ୍ରା, ସୁଖ, ଶାନ୍ତି, ଧନ ସମ୍ପତ୍ତି, ଶରୀରର ତରଳ ପଦାର୍ଥ, ରକ୍ତ, ବାମପଟ ଚକ୍ଷୁ, ଛାତି, ଚିନ୍ତା, ମହିଳାଙ୍କ ମାସିକ ଋତୁ ଇତ୍ୟାଦିର କାରକ ହୋଇଥାନ୍ତି । ସେଥିପାଇଁ ଜନ୍ମ ଲଗ୍ନ କୁଣ୍ଡଳୀ ପ୍ରସ୍ତୁତ କରିବା ସହ, ଚନ୍ଦ୍ରଲଗ୍ନ କୁଣ୍ଡଳୀ ପ୍ରସ୍ତୁତ କରିବା ଉଚିତ୍ । ଜନ୍ମ ସମୟରେ ଯୋଉ ରାଶିରେ ଚନ୍ଦ୍ର ଥାଏ ସେହି ରାଶିରୁ ଆରମ୍ଭ କରିବାକୁ ହୁଏ ।

ତାତ୍ପର୍ଯ୍ୟ ହେଉଛି ଚନ୍ଦ୍ରମା ମନଷୋଜାତଃ ଏହା ବେଦବାକ୍ୟ । ଚନ୍ଦ୍ର ମନର କାରକ ହୋଇଥିବାରୁ ଅଶୁଭ ଗ୍ରହର ପ୍ରଭାବ ଚନ୍ଦ୍ର ଉପରେ ପଡିଲେ କିମ୍ବା ଚନ୍ଦ୍ର ଅଶୁଭ ରାଶିସ୍ଥିତ ହେଲେ ସବୁ ପ୍ରକାର ଅନିଷ୍ଟ ଫଳ ଭୋଗ କରିବାକୁ ପଡିଥାଏ ।

ଅନେକ ସମୟରେ ସମସ୍ତ ପ୍ରକାର ସୁଖରେ କାଳାତିପାତ କରୁଥିଲେ ମଧ୍ୟ ଚନ୍ଦ୍ରର ଅଶୁଭତ୍ୱ ଯୋଗ ମନରେ କାଳ୍ପନିକ ଚିନ୍ତା ଯୋଗେ ଏବଂ ଆଶଙ୍କା ବସତଃ ବହୁତ ଦୁଃଖ ଭୋଗ କରିବାକୁ ପଡିଥାଏ । ଅନେକଥର ଏହି ପ୍ରକାର ଅଜଣା ଆତଙ୍କ ଦୁଃଖ ମଣିଷ ଭୋଗ କରିଥାଏ । ଅନେକ ସମୟରେ ଦେଖାଯାଇଛି ଚତୁଃପାଶ୍ୱର୍ରେ ଦୁଃଖ ଘେରି ରହିଥିଲେ ମଧ୍ୟ ଆନନ୍ଦ ସୁଖ ବେଳେ ବେଳେ ମନକୁ ପ୍ରଫୁଲ୍ଲିତ କରିଥାଏ । ସେହି ଦୃଷ୍ଟିରୁ ଚନ୍ଦ୍ର ମନର ଅଧିଷ୍ଠାତା ହୋଇଥିବାରୁ ଚନ୍ଦ୍ରସ୍ଥିତି ରାଶିଠାରୁ ସମସ୍ତ ଗ୍ରହମାନଙ୍କର ଗୋଚରଫଳ ବିବେଚନା କରିବାକୁ ପଡିଥାଏ ।

ମିଥୁନରାଶିରେ ଚନ୍ଦ୍ରଥିଲେ ଜାତକର ମିଥୁନରାଶି ହେବ । ଯାହାଫଳରେ ଜାତକ ଲୋକପ୍ରିୟ, ସୁଖୀଜୀବନ, ବାପାମାଆଙ୍କ ଭକ୍ତ, ପ୍ରବାସପ୍ରିୟ, ସଜ୍ଜନତା ଯୋଗେ ଯଶ ଓ ପ୍ରତିଷ୍ଠା ପ୍ରାପ୍ତି, ଗୃହ ଭୂମୀ, ବାହନ ଧନପ୍ରାପ୍ତି, ସତ୍କର୍ମକର୍ତ୍ତା, ଦୃଢ଼ମୈତ୍ରୀ, ଗୁଣି, ବିଦ୍ୱାନ, ବୁଦ୍ଧିମାନ, ଭୋଗୀ, ସ୍ୱଧର୍ମପରାୟଣ, କୁଶାଗ୍ରବୁଦ୍ଧି, ଗୌରବଶାଳୀ, ବହୁଭୋଜୀ, ହାସ୍ୟପ୍ରିୟ, ରତିପ୍ରିୟ, ଦୂତକର୍ମ କରେ, ପୁସ୍ତକ ପ୍ରେମୀ, ଦୃଢ଼ପ୍ରତିଜ୍ଞ, ଅଳ୍ପଭାଷୀ, ବହୁକୁଟୁମ୍ବ ପୋଷକ, ଚତୁର, ଶୀଳବାନ, ମିଷ୍ଟାନଭୋଜନ ପ୍ରିୟ, ସମସ୍ତଙ୍କ ସହିତ ପ୍ରୀତିଭାବ ରଖନ୍ତି, ବ୍ୟବସାୟ ବାରମ୍ବାର ପରିବର୍ତ୍ତନ କରିଥାନ୍ତି । ଅଳ୍ପ ସନ୍ତାନ, ଗୁରୁଙ୍କ ଭକ୍ତ, ଅନ୍ୟର ଗୁଣକୁ ଭଲଭାବରେ ଜାଣିପାରନ୍ତି, ହସମୁଖ ଓ କୌତୁକିଆ ହୋଇଥାନ୍ତି ।

ଯେଉଁ ଜାତକରେ ଚନ୍ଦ୍ର ମିଥୁନରାଶିରେ ସ୍ଥିତ ହୋଇ ଶନି, ମଙ୍ଗଳ କିମ୍ବା ରାହୁଯୁକ୍ତ ହୋଇ ଥାନ୍ତି ଜାତକ ବାଲ୍ୟାବସ୍ଥାରେ ସୁଖି, ମଧ୍ୟାବସ୍ଥାରେ ଅଳ୍ପସୁଖି, ବୃଦ୍ଧାବସ୍ଥାରେ ଅତ୍ୟନ୍ତ ଦୁଃଖି, ବିଲକ୍ଷଣ ସ୍ୱଭାବ, ଖନେଇ ଖନେଇ କଥା କହିବା, ଚପଳ ନେତ୍ର, ନିଜକୂଳର ପାଳନକର୍ତ୍ତା, ଧର୍ମରେ ଆଗ୍ରହ, ସର୍ବଦା ଗୀତ-ନାଚରେ ଅଧିକ ପ୍ରିୟ, ଶୀଘ୍ର କଥାକୁ ବୁଝିପାରନ୍ତି ଓ ରୂପ ଯୌବନରେ ମୋହିତ ହୁଅନ୍ତି । ପାଞ୍ଚ ବର୍ଷ ବୟସରେ ଗଛରୁ ପଡିଥାନ୍ତି, ଷୋହଳବର୍ଷରେ ଶତୃମାନଙ୍କ ଚିନ୍ତା ଓ ଭୟଜାତ ହୁଏ, ଅଠରବର୍ଷରେ କଷ୍ଟ ପ୍ରାପ୍ତ ଓ କାନରେ ପୀଡା ଭୋଗ ହୁଏ ।

କୋଡିଏ ବର୍ଷ ବୟସରେ ବହୁତ କଷ୍ଟ ଉତ୍ପନ୍ନ ହୁଏ, ଅଠେଇଶି ବର୍ଷରେ ମହାକଷ୍ଟ ଭୋଗ ହୁଏ । ଅଶୁଭ ଫଳ ଭୋଗ ହେଉଥିଲେ ସେଥିରୁ ରକ୍ଷା ପାଇବା ପାଇଁ ୧- ଈଶ୍ୱରଙ୍କ ପ୍ରତି ବିଶ୍ୱାସ ରଖନ୍ତୁ ଓ ଧର୍ମ ପ୍ରତି ଆସ୍ଥାବାନ ହୁଅନ୍ତୁ । ୨- ମାସର ଯେକୌଣସି ବୁଧବାରଦିନ ମନ୍ଦିରକୁ ଯାଇ ପୂଜା ଅର୍ଚ୍ଚନା କରି ପ୍ରସାଦ ଭୋଗ କରନ୍ତୁ । ୩- ପ୍ରତ୍ୟେକବର୍ଷ ଜନ୍ମଦିନରେ ଚନ୍ଦ୍ରଙ୍କ ସମ୍ବନ୍ଧିତ ବସ୍ତୁ ଯଥା- ମୋତିରତ୍ନ, ରୂପା, ଅରୁଆଚାଉଳ, ମିଶ୍ରି, ଦହି, ଧଳାବସ୍ତ୍ର, ଧଳାଫୁଲ, ଶଙ୍ଖ, କର୍ପୁର, ଧଳା ଚନ୍ଦନ ଆଦି ଶକ୍ତି ଅନୁସାରେ ଯେକୌଣସି ଦ୍ରବ୍ୟ ଦାନ କରନ୍ତୁ । ୪- ନିଜର ଚରିତ୍ର ସ୍ୱଭାବକୁ ଉଜ୍ୱଳ ରଖନ୍ତୁ । ୫- ମାଆ ବାପାଙ୍କ ସେବା କରି ଆଶୀର୍ବାଦ ଗ୍ରହଣ କରନ୍ତୁ । ୬- ବିବାହ ସମୟରେ ଚନ୍ଦ୍ର ସମ୍ବନ୍ଧିତ ବସ୍ତୁ ଦାନ ରୂପରେ ଗ୍ରହଣ କରନ୍ତୁ । ୭- ବୃଦ୍ଧାବୃଦ୍ଧ ମାନଙ୍କୁ ଧଳା ରଙ୍ଗର ବସ୍ତ୍ର ଦାନ କରିଲେ ଶୁଭ ହୋଇଥାଏ । ୮- ପ୍ରତି ବୁଧବାର ଦିନ ବରଗଛରେ ପାଣି ଦିଅନ୍ତୁ ।

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00