Loading...

299 Big Street, Govindpur, India

Open daily 10:00 AM to 10:00 PM

He Samaya Your Astrology Guru Lyrics In Odia Font

Babul Supriyo

Your Astrology Guru Lyrics

ହେ ସମୟ ବୟସକୁ ମୋର ନେଲୁ ଚୋରେଇ


He Samaya Bayasaku Mora Your Astrology Guru Lyrics In Odia Language

ହେ ସମୟ ବୟସକୁ ମୋର ନେଲୁ ଚୋରେଇ
ହେ ସମୟ ବୟସକୁ ମୋର ନେଲୁ ଚୋରେଇ
କୋଉ ସିନ୍ଦୁକରେ ଦେଲୁ ଲୁଚେଇ
କୋଉ ସିନ୍ଦୁକରେ ଦେଲୁ ଲୁଚେଇ
ହେ ସମୟ ନେହୁରା ହୋଉଚି ଅଳି ମୁଁ କରୁଚି
ମୋ ପିଲା ଦିନ ମତେ ଦିଅ ଫେରେଇ
ମୋ ପିଲା ଦିନ ମତେ ଦିଅ ଫେରେଇ
ହେ ସମୟ ବୟସକୁ ମୋର ନେଲୁ ଚୋରେଇ

ବେତ ମାଡକୁ ଡରି ବହି ବସ୍ତାନି ଧରି
ଲୁଚିଚି କେବେ ଯାଇ ଆମ୍ବ ତୋଟାରେ
କେବେ ନଇ ପଠାରେ
ହୋ ପୁରୁଣା ଖାତା ଚିରି କାଗଜ ଡ଼ଙ୍ଗା କରି
ଭସେଇ ଦେଇଚି ମୁଁ
ବରଷା ଧାରେ ଘରେ ଦାଣ୍ଡ ଦୁଆରେ
ବୋଉକୁ କେତେ ମିଛ କହିଚି
ଖରା ବେଳେ ଲୁଚି ଆମ୍ବ ତୋଳିଚି
ଚୋରି କରି ପୁଣି ଧରା ପଡିଚି
କାନ ଧରି ଉଠୁ ବସ ହେଇଚି
ହେ ସମୟ ନେହୁରା ହୋଉଚି ଅଳି ମୁଁ କରୁଚି
ମୋ ଦୁଷ୍ଟାମି ଦିନକୁ ଦିଅ ଫେରେଇ
ମୋ ଦୁଷ୍ଟାମି ଦିନକୁ ଦିଅ ଫେରେଇ
ହେ ସମୟ ବୟସକୁ ମୋର ନେଲୁ ଚୋରେଇ

ତଳ ଉପର ହେଇ ଭାଇ ଭଉଣୀ ଦୁଇ
କରିଚୁ ବାଦ କେତେ ରୁଷିଚୁ କେତେ
ଛୋଟ ଛୋଟ କଥାରେ
ହୋ ବୋଉକୁ ଫୁସୁଲେଇ ବାପାଙ୍କୁ ନ ଜଣେଇ
ନାଟ ଦେଖିବାକୁ ମୁଁ
ଲୁଚି ଲୁଚି ଯାଇଚି ରାତି ଅଧରେ
ମାମୁଁ ଘରେ ଖରା ଛୁଟି କାଟିଚି
ଗଛ ଉପରୁ ଖସି ପଡିଚି
ବଢ଼ି ପାଣିରେ ମାଛ ଧରିଚି
ବାଣ ଫୁଟେଇ ହାତ ପୋଡିଚି
ହେ ସମୟ ନେହୁରା ହୋଉଚି ଅଳି ମୁଁ କରୁଚି
ମୋ ହଜିଲା ଦିନକୁ ଦିଅ ଫେରେଇ
ମୋ ହଜିଲା ଦିନକୁ ଦିଅ ଫେରେଇ

ହେ ସମୟ ବୟସକୁ ମୋର ନେଲୁ ଚୋରେଇ
ହେ ସମୟ ବୟସକୁ ମୋର ନେଲୁ ଚୋରେଇ
କୋଉ ସିନ୍ଦୁକରେ ଦେଲୁ ଲୁଚେଇ
କୋଉ ସିନ୍ଦୁକରେ ଦେଲୁ ଲୁଚେଇ
ହେ ସମୟ ନେହୁରା ହୋଉଚି ଅଳି ମୁଁ କରୁଚି
ମୋ ପିଲା ଦିନ ମତେ ଦିଅ ଫେରେଇ
ମୋ ପିଲା ଦିନ ମତେ ଦିଅ ଫେରେଇ
ମୋ ଦୁଷ୍ଟାମି ଦିନକୁ ଦିଅ ଫେରେଇ
ମୋ ହଜିଲା ଦିନକୁ ଦିଅ ଫେରେଇ


He Samaya Bayasaku Mora Your Astrology Guru Lyrics In Odia Font

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00