Loading...

299 Big Street, Govindpur, India

Open daily 10:00 AM to 10:00 PM

Sagare Taranga Pari Your Astrology Guru Lyrics In Odia Font

Babul Supriyo

Your Astrology Guru Lyrics

ସାଗରେ ତରଙ୍ଗ ପରି ଅଥୟ ଅଧୀର


Sagare Taranga Pari Your Astrology Guru Lyrics In Odia Language

ହୁଁ ସାଗରେ ତରଙ୍ଗ ପରି ଅଥୟ ଅଧୀର
ପକ୍ଷୀଠୁ ନିରୀହ ଯିଏ ନଦୀରୁ ଗଭୀର
ହୁଁ ସାଗରେ ତରଙ୍ଗ ପରି ଅଥୟ ଅଧୀର
ପକ୍ଷୀଠୁ ନିରୀହ ଯିଏ ନଦୀରୁ ଗଭୀର
ସେ ଦୁଇ ଆଖିର ଦେବି ମୁଁ କି ନାଁ
ଗଙ୍ଗା ନା ଯମୁନା
ଗଙ୍ଗା ନା ଯମୁନା
ଦେବି ମୁଁ କି ନାଁ ଗଙ୍ଗା ନା ଯମୁନା



ମତେ ଖୋଜି ଯେବେ ନପାଏ କେହି
ପଚାରେ ଠିକଣା ମୋର
ହୋ କହିଦିଅ ତାକୁ ମୋ ପ୍ରିୟା ଆଖିରେ
ତୋଳିଚି ନୂଆ ନଅର
ସେଇ ନଅରରେ ରହୁଚି ଯେବେଠୁ
ଚନ୍ଦ୍ର ସୂର୍ଯ୍ୟ ଦେଖି ନାହିଁ
ବାଟ ମୋର ସରି ଯାଇଚି ଏଇଠି
ଆଗକୁ ଯିବାର ନାହିଁ
ହୁଁ ବନର ହରିଣୀ ପରି ଚଞ୍ଚଳ କୋମଳ
କଳା ମେଘ ମାଳା ପରି କଜଳ ସଜଳ
ସେ ଦୁଇ ଆଖିର ଦେବି ମୁଁ କି ନାଁ
ନଦୀ ନା ଝରଣା
ନଦୀ ନା ଝରଣା
ଦେବି ମୁଁ କି ନାଁ ଗଙ୍ଗା ନା ଯମୁନା

ରୂପ ରାଇଜର ରାଜ କୁମାରୀ
ଅଲିଅଳି ରାଜଜେମା
ହୋ ଆଗୋ ବନ ହଂସୀ ସାଗର କନ୍ୟା
ଅନୁପମା ପ୍ରିୟତମା
ପ୍ରିୟାକୁ ମୁଁ ପାଇ ସରଗକୁ ଯାଇ
ତୋଳିଚି ମୁଁ ପାରିଜାତ
ହାତେ ମୋର ଦେଖି ସେଇ ପାରିଜାତ
ଈର୍ଷା କରେ ଏ ଜଗତ
ସାଗରେ ତରଙ୍ଗ ପରି ଅଥୟ ଅଧୀର
ପକ୍ଷୀଠୁ ନିରୀହ ଯିଏ ନଦୀରୁ ଗଭୀର

ହୁଁ ସାଗରେ ତରଙ୍ଗ ପରି ଅଥୟ ଅଧୀର
ପକ୍ଷୀଠୁ ନିରୀହ ଯିଏ ନଦୀରୁ ଗଭୀର
ସେ ଦୁଇ ଆଖିର ଦେବି ମୁଁ କି ନାଁ
ଗଙ୍ଗା ନା ଯମୁନା
ଗଙ୍ଗା ନା ଯମୁନା
ହୁଁ ଦେବି ମୁଁ କି ନାଁ ଗଙ୍ଗା ନା ଯମୁନା


Sagare Taranga Pari Your Astrology Guru Lyrics In English Font

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00