Loading...

299 Big Street, Govindpur, India

Open daily 10:00 AM to 10:00 PM

ଜାତକର କୁଣ୍ଡଳୀରେ ଶୁକ୍ର ଓ ଶନି ଗ୍ରହଙ୍କ କଣ ପଡେ ପ୍ରଭାବ ଜାଣନ୍ତୁ

ଶୁକ୍ର ଓ ଶନି ଗ୍ରହଙ୍କ ଦଶା ଅନ୍ତର୍ଦଶାର ପ୍ରଭାବ- ଶୁକ୍ର ଗ୍ରହ ଜୀବନରେ ସୁଖ ଏବଂ ଆନନ୍ଦର ପ୍ରତୀକ ଅଟନ୍ତି । କୌଣସି ବ୍ଯକ୍ତିର ଜୀବନରେ ଭୌତିକ ସୁଖ ଏବଂ ସମୃଦ୍ଧି ବିଷୟରେ ଜଣାଇବା ପାଇଁ ଜନ୍ମକୁଣ୍ଡଳୀରେ ଶୁକ୍ର ଗ୍ରହଙ୍କ ସ୍ଥିତି ଅଧ୍ୟୟନ କରିବାକୁ ପଡିଥାଏ । କୁଣ୍ଡଳୀରେ ଶୁକ୍ର ଶଶକ୍ତ ଏବଂ ପ୍ରଭାବଶାଳି ଥିଲେ ଜାତକ ନିଜ ଜୀବନରେ ସମସ୍ତ ସୁଖ ସୁବିଧା ପ୍ରାପ୍ତ କରିଥାଏ ।

ଜ୍ୟୋତିଷ ଶାସ୍ତ୍ରରେ ଶନି ଗ୍ରହଙ୍କୁ ନ୍ୟାୟର ଦେବତା କୁହାଯାଏ ଓ ଶୁକ୍ର ଗ୍ରହଙ୍କୁ ଭାଗ୍ୟ କାରକ କୁହାଯାଏ । କିନ୍ତୁ ଶୁକ୍ର ଓ ଶନି ଗ୍ରହଙ୍କ ବିଚିତ୍ର ସମ୍ପର୍କ ମଧ୍ୟ ରହିଛି । ଜାତକରେ ସବୁଠାରୁ ପ୍ରଭାବ ଓ ମଜବୁତ୍ ଯୋଗ କୁହାଯାଏ ।

ଶୁକ୍ର ଓ ଶନି ଗ୍ରହ ଏକତ୍ର ରହିଲେ ଧନ ବୈଭବ ମିଳିଥାଏ-

– ଯଦି ଜାତକରେ ଶୁକ୍ର ଓ ଶନି ଗ୍ରହ ଏକତ୍ର ଥିବେ ଓ ଅନ୍ୟ ଗ୍ରହ ମଧ୍ୟ ଶୁଭ ସ୍ଥାନରେ ରହିଥିବେ ତେବେ ସେହି ଜାତକ ବ୍ୟକ୍ତିକୁ ସବୁ ପ୍ରକାର ଭୌତିକ ସୁଖ ମିଳିଥାଏ ।

– ଯଦି ଜାତକରେ ଶୁକ୍ର ଓ ଶନି ଗ୍ରହ ଲଗ୍ନ ସ୍ଥାନରେ ରହିଥିବେ ତେବେ ସେହି ଜାତକ ବ୍ୟକ୍ତିକୁ ସ୍ତ୍ରୀ ସୁଖ, ସୁନ୍ଦର ରୂପ, ସୁଖ, ଧନ, ଚାକର ଆଦି ପ୍ରାପ୍ତି ହୋଇଥାଏ ।

– ଯଦି ଜାତକରେ ଶୁକ୍ର ଓ ଶନି ଗ୍ରହ ଚତୁର୍ଥ ଘରେ ରହିଥାନ୍ତି  ତେବେ ସେହି ଜାତକ ବ୍ୟକ୍ତିକୁ ମିତ୍ରଙ୍କ ଦ୍ଵାରା ଧନ ପ୍ରାପ୍ତି ହୁଏ । ଭାଇଙ୍କ ଠାରୁ ଆଦର ଓ ମାନ ସମ୍ମାନ ପ୍ରାପ୍ତ ହୋଇଥାଏ ।

– ଯଦି ଜାତକରେ ଶୁକ୍ର ଓ ଶନି ଗ୍ରହ ସପ୍ତମ ଭାବରେ ରହିଥାନ୍ତି  ତେବେ ସେହି ଜାତକ ବ୍ୟକ୍ତିକୁ ସ୍ତ୍ରୀ ସୁଖ, ଧନ, ସମ୍ପତ୍ତି ଓ ସବୁ ପ୍ରକାର ଭୌତିକ ସୁଖ ଭୋଗ କରିଥାଏ ।

– ଶନି ଦାଶା ସମୟରେ ସୁକ୍ର ଅନ୍ତର୍ଦଶା ହୁଏ, ଯଦି ଶୁକ୍ର କେନ୍ଦ୍ର ରେ, ତ୍ରିକୋଣ, ସ୍ଵରାଶି, ଏକାଦଶ ଭାବରେ ଶୁଭ ଦୃଷ୍ଟି ଥାଏ, ତେବେ ସ୍ତ୍ରୀ, ପୁତ୍ର, ଧନ, ଆରୋଗ୍ୟ, ଗୃହରେ ଶୁଭ କାର୍ଯ୍ୟ, ରାଜ୍ୟ ଲାଭ, ରାଜାଙ୍କ ଦ୍ଵାରା ସୁଖ ସମାନ, ବସ୍ତ୍ରାଭୂଷଣ, ବାହନାଦି ଅଭୀଷ୍ଟ ବସ୍ତୁ ଲାଭ ହୋଇଥାଏ । ଯଦି ଶନି ଗୋଚରରେ ଶୁଭ ହୋଇଥାନ୍ତି ତେବେ ରାଜଯୋଗ ବା ଯୋଗ କ୍ରିୟା ସିଦ୍ଧି ହୋଇଥାଏ । ପରସ୍ପର ମଧ୍ୟରେ ଦଶା ଅନ୍ତର୍ଦଶା ସମୟରେ ଫଳ ମିଳିଥାଏ ।

– ଯଦି ଜାତକରେ ଶୁକ୍ର ଓ ଶନି ଗ୍ରହ ଏକତ୍ର ଉଚ୍ଚକ୍ଷେତ୍ର, ସ୍ଵରାଶିସ୍ଥ, ମିତ୍ରରାଶିଗତ, ବର୍ଗତମ, ଶୁଭସ୍ଥାନ ଆଦିରେ ରହିଥିବେ ତେବେ ସେହି ଜାତକ ବ୍ୟକ୍ତିକୁ ଗ୍ରହମାନଙ୍କର ଦଶା ଅନ୍ତର୍ଦଶା ସମୟରେ ରାଜାଙ୍କ ସମାନ ଧନ ପ୍ରାପ୍ତି ହୁଏ ଓ ରାଜାଙ୍କ ପରି ଯଶକୀର୍ତ୍ତି  ମିଳିଥାଏ । ଯଦି ଗୋଟିଏ ବଳବାନ ଓ ଅନ୍ୟଟି ଦୁର୍ବଳ ହୋଇଥାଏ ତେବେ ପରସ୍ପର ମଧ୍ୟରେ ଦଶା ଅନ୍ତର୍ଦଶା ସମୟରେ ଫଳ ମିଳିଥାଏ ।

– ଯଦି ଜାତକରେ ଶୁକ୍ର ଓ ଶନି ଗ୍ରହ ବଳରହିତ ହୋଇଥାନ୍ତି, ତ୍ରିକୋଣ ଭାବରେ ସ୍ଥିତ ହୋଇଥାନ୍ତି ବା ତ୍ରିକୋଣ ଭାବେଶ ହୋଇଥାନ୍ତି ବା ତ୍ରିକୋଣ ଭାବେଶ ଯୁକ୍ତ ହୋଇଥାନ୍ତି ତେବେ ପରସ୍ପର ମଧ୍ୟରେ ଦଶା ଅନ୍ତର୍ଦଶା ସମୟରେ ଯଦି ଦୁଇଟି ଅଶୁଭ ହୋଇଥାନ୍ତି ତେବେ ଶୁଭ ଫଳ ପ୍ରାପ୍ତ ହୋଇଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00