Your Astrology Guru Lyrics
ଯେତେ ଖଜଣା ନଉଚ ନିଅ
ତମ ସ୍ୱର୍ଗ ଦ୍ୱାରେ ଛଅ ହାତ ଜାଗା
ଆଗତୁରା ମତେ ଦିଅ
jete khajana naucha nia Your Astrology Guru Lyrics in odia language
ଯେତେ ଖଜଣା ନଉଚ ନିଅ
ଯେତେ ଖଜଣା ନଉଚ ନିଅ
ତମ ସ୍ୱର୍ଗ ଦ୍ୱାରେ ଛଅ ହାତ ଜାଗା
ଆଗତୁରା ମତେ ଦିଅ
ହେ କଳାଦିଅଁ ହେ କଳାଦିଅଁ
ହେ କଳାଦିଅଁ ହେ କଳାଦିଅଁ
ଯେତେ ପାଉଣା ନଉଚ ନିଅ
ଯେତେ ପାଉଣା ନଉଚ ନିଅ
ତମ ବଡ ଦାଣ୍ଡେ ବାକି ଜୀବନକୁ
ଶୋଇବାକୁ ଠାଁ ଦିଅ
ହେ କଳାଦିଅଁ ହେ କଳାଦିଅଁ
ହେ କଳାଦିଅଁ ହେ କଳାଦିଅଁ
ସ୍ୱର୍ଗ ଦ୍ୱାର ପରି ପୁଣ୍ୟ ମଶାଣିଟେ
ଦୁନିଆରେ କାହିଁ ନାହିଁ
ମରିଗଲେ ଯିବି ଜଳିବାକୁ ମୁହିଁ
ନର୍କଟର ଥିବା ନାହିଁ
ଯେତେ ଗଞ୍ଜଣା ଦଉଚ ଦିଅ
ଯେତେ ଗଞ୍ଜଣା ଦଉଚ ଦିଅ
ଦୁଃଖ କହିବାକୁ ତମ ଦରବାରେ
ଅନୁମତି ଟିକେ ଦିଅ
ହେ କଳାଦିଅଁ ହେ କଳାଦିଅଁ
ହେ କଳାଦିଅଁ ହେ କଳାଦିଅଁ
ତୁମେ କେତେ ମତେ ଭଲପାଅ ପ୍ରଭୁ
ସେ କଥା ତ ଜାଣେ ନାହିଁ
ମନ କଥା ଆଜି ଖୋଲି କହିଦେଲି
ଲୁଚେଇ ପାରିଲି ନାହିଁ
ଯେତେ ଖୁଣ୍ଟଣା ଦଉଚ ଦିଅ
ଯେତେ ଖୁଣ୍ଟଣା ଦଉଚ ଦିଅ
ଲୁହ ଢାଳିବାକୁ ତମ ପାଦ ତଳେ
ଅଧିକାର ଟିକେ ଦିଅ
ହେ କଳାଦିଅଁ ହେ କଳାଦିଅଁ
ହେ କଳାଦିଅଁ ହେ କଳାଦିଅଁ
ଯେତେ ଖଜଣା ନଉଚ ନିଅ
ଯେତେ ଖଜଣା ନଉଚ ନିଅ
ତମ ସ୍ୱର୍ଗ ଦ୍ୱାରେ ଛଅ ହାତ ଜାଗା
ଆଗତୁରା ମତେ ଦିଅ
ହେ କଳାଦିଅଁ ହେ କଳାଦିଅଁ
ହେ କଳାଦିଅଁ ହେ କଳାଦିଅଁ
ଯେତେ ପାଉଣା ନଉଚ ନିଅ
ଯେତେ ପାଉଣା ନଉଚ ନିଅ
ତମ ବଡ ଦାଣ୍ଡେ ବାକି ଜୀବନକୁ
ଶୋଇବାକୁ ଠାଁ ଦିଅ
ହେ କଳାଦିଅଁ ହେ କଳାଦିଅଁ
ହେ କଳାଦିଅଁ ହେ କଳାଦିଅଁ
ହେ କଳାଦିଅଁ ହେ କଳାଦିଅଁ
jete khajana naucha nia Your Astrology Guru Lyrics in odia language
Thank You