Loading...

299 Big Street, Govindpur, India

Open daily 10:00 AM to 10:00 PM

Ki Ranga Rakhichure Your Astrology Guru Lyrics In Odia Font

Pankaj Jal

Your Astrology Guru Lyrics

କି ରଙ୍ଗ ରଖିଚୁରେ ରଙ୍ଗ ନାୟକ
କି କଳା ମାଖିଚୁରେ କଳା ଶ୍ରୀମୁଖ

Ki Ranga Rakhichure Ranga Nayak Your Astrology Guru Lyrics In Odia Font

କି ରଙ୍ଗ ରଖିଚୁରେ ରଙ୍ଗ ନାୟକ
କି କଳା ମାଖିଚୁରେ କଳା ଶ୍ରୀମୁଖ
କି ରଙ୍ଗ ରଖିଚୁରେ ରଙ୍ଗ ନାୟକ
କି କଳା ମାଖିଚୁରେ କଳା ଶ୍ରୀମୁଖ
ଛନ୍ଦ ଜାଣିଛୁ ତୁ ଛନ୍ଦ ଜାଣିଛୁ
ତୋ ଛନ୍ଦରେ ନାଚୁଛି ଜଗତ ଯାକରେ
ନାଟ ରସିକ ମୋ ମାୟା ପ୍ରେମିକ
ନାଟ ରସିକ ମୋ ମାୟା ପ୍ରେମିକ
କି ରଙ୍ଗ ରଖିଚୁରେ ରଙ୍ଗ ନାୟକ
କି କଳା ମାଖିଚୁରେ କଳା ଶ୍ରୀମୁଖ



ରାମାୟଣରେ ପୁରୁଷୋତ୍ତମ ତୁ
ମହାଭାରତରେ ସାରଥୀ
ତୋ ପାଇଁ ଲେଖା କେତେ ଯେ
ପୁରାଣ ଗୀତା ଭାଗବତ ପୋଥି
ରାମାୟଣରେ ପୁରୁଷୋତ୍ତମ ତୁ
ମହାଭାରତରେ ସାରଥୀ
ତୋ ପାଇଁ ଲେଖା କେତେ ଯେ
ପୁରାଣ ଗୀତା ଭାଗବତ ପୋଥି
ସବୁଠି ଅଛୁ ତୁ ସବୁଠି ଅଛୁ
ପୁଣି କେଉଁଠି ନଥାଇ ଶୂନ୍ୟ ନାବିକରେ
ଭାବ ବଣିକ ମୋ ପୁଣ୍ୟ ସିନ୍ଧୁକ
ଭାବ ବଣିକ ମୋ ପୁଣ୍ୟ ସିନ୍ଧୁକ
କି ରଙ୍ଗ ରଖିଚୁରେ ରଙ୍ଗ ନାୟକ
କି କଳା ମାଖିଚୁରେ କଳା ଶ୍ରୀମୁଖ



ଧର୍ମ ଯୁଦ୍ଧରେ ଯେଉଁ ସଖାକୁ
କର୍ମ ଯୋଗ କଥା କହିଲୁ
ସେଇ ସଖାଠାରୁ ଶିଆଳି ଲତାରେ
କଳା ତୁ ହରଣ କଲୁ
ଧର୍ମ ଯୁଦ୍ଧରେ ଯେଉଁ ସଖାକୁ
କର୍ମ ଯୋଗ କଥା କହିଲୁ
ସେଇ ସଖାଠାରୁ ଶିଆଳି ଲତାରେ
କଳା ତୁ ହରଣ କଲୁ
କରି କରାଉ ତୁ କରି କରାଉ
ତୋ ହାତରେ ସବୁରି ଭାଗ୍ୟ ଜାତକରେ
କଳା ଜ୍ୟୋତିଷ ମୋ ଲିଳା ପୁରୁଷ
କଳା ଜ୍ୟୋତିଷ ମୋ ଲିଳା ପୁରୁଷ

କି ରଙ୍ଗ ରଖିଚୁରେ ରଙ୍ଗ ନାୟକ
କି କଳା ମାଖିଚୁରେ କଳା ଶ୍ରୀମୁଖ
ଛନ୍ଦ ଜାଣିଚୁ ତୁ ଛନ୍ଦ ଜାଣିଚୁ
ତୋ ଛନ୍ଦରେ ନାଚୁଛି ଜଗତ ଯାକରେ
ନାଟ ରସିକ ମୋ ମାୟା ପ୍ରେମିକ
ଭାବ ବଣିକ ମୋ ପୁଣ୍ୟ ସିନ୍ଧୁକ
କଳା ଜ୍ୟୋତିଷ ମୋ ଲିଳା ପୁରୁଷ
ନାଟ ରସିକ ମୋ ମାୟା ପ୍ରେମିକ

Ki Ranga Rakhichure Ranga Nayak Your Astrology Guru Lyrics In Odia Language

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00